ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପକ୍କା ରାସ୍ତା ନିର୍ମାଣ ନହେଲେ ଆନ୍ଦୋଳନ ତୀବ୍ର କରିବାକୁ ଚେତାବନୀ

ପକ୍କା ରାସ୍ତା ନିର୍ମାଣ ନହେଲେ ଆନ୍ଦୋଳନ ତୀବ୍ର କରିବାକୁ ଚେତାବନୀ

( ରିପୋର୍ଟ ବନମାଳୀ ବାରିକ )

କଳମଙ୍ଗ ଠାରୁ ତେହେରେଇ ପର୍ଯ୍ୟନ୍ତ ଦୀର୍ଘଦିନ ଧରି ଶୋଚନୀୟ ଅବସ୍ଥାରେ ପଡ଼ିରହିଥିବା ରାସ୍ତାର ସ୍ଥାୟୀ ସମାଧାନ ଦାବିରେ ଗ୍ରାମବାସୀଙ୍କ ପକ୍ଷରୁ ଅନିର୍ଦିଷ୍ଟକାଳୀନ ଧାରଣା ଆରମ୍ଭ ହୋଇଛି। ଗ୍ରାମବାସୀଙ୍କ ଅଭିଯୋଗ, ବର୍ଷା ଆସିଲେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ୁଛି। କାଦୁଅ ଓ ଖାଲଖମାରେ ଭରିଯାଉଥିବା ଏହି ରାସ୍ତାରେ ଯାତାୟାତ କରିବା ଲୋକଙ୍କ ପାଇଁ ଦୁର୍ଭୋଗର କାରଣ ପାଲଟିଛି।

ବିଶେଷକରି ରୋଗୀଙ୍କୁ ଚିକିତ୍ସାଳୟ ନେବା, ଛାତ୍ରଛାତ୍ରୀଙ୍କ ସ୍କୁଲ-କଲେଜ ଯାତାୟାତ ଏବଂ ଦୈନନ୍ଦିନ କାମ ପାଇଁ ସାଧାରଣ ଲୋକଙ୍କ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହେଉଛି। ରାସ୍ତାର ଦୁରବସ୍ଥା ଯୋଗୁଁ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ିଛି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହି ସମସ୍ୟା ସମ୍ପର୍କରେ ବାରମ୍ବାର ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ସ୍ଥାୟୀ ପଦକ୍ଷେପ ନିଆଯାଇନାହିଁ। ଫଳରେ ଲୋକଙ୍କ ମଧ୍ୟରେ ପ୍ରଶାସନ ପ୍ରତି ଅସନ୍ତୋଷ ବଢ଼ିବାରେ ଲାଗିଛି।

ଗ୍ରାମବାସୀଙ୍କ ଦାବି, କଳମଙ୍ଗ ଠାରୁ ତେହେରେଇ ପର୍ଯ୍ୟନ୍ତ ତୁରନ୍ତ ପକ୍କା ରାସ୍ତା ନିର୍ମାଣ କରାଯାଉ ଏବଂ ବର୍ଷାଦିନର ଯାତାୟାତ ଦୁର୍ଦ୍ଦଶାର ସ୍ଥାୟୀ ସମାଧାନ କରାଯାଉ।

ଧାରଣାକାରୀମାନେ କହିଛନ୍ତି, ପ୍ରଶାସନ ଯଦି ଏଥିପ୍ରତି ତୁରନ୍ତ ଦୃଷ୍ଟି ନଦିଏ ଏବଂ ରାସ୍ତା ନିର୍ମାଣ ନେଇ ସ୍ପଷ୍ଟ ପଦକ୍ଷେପ ନନିଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ।ଗ୍ରାମବାସୀଙ୍କ ସ୍ପଷ୍ଟ ଚେତାବନୀ,ଏହି ରାସ୍ତା ଆମର ଅଧିକାର। ଅଧିକାର ପାଇଁ ଆମେ ଶେଷ ପର୍ଯ୍ୟନ୍ତ ଲଢ଼ିବୁ।”

ଏବେ ଦେଖିବାର କଥା, ଗ୍ରାମବାସୀଙ୍କ ଏହି ଦାବି ପ୍ରତି ପ୍ରଶାସନ କେବେ ଜାଗିବ ଏବଂ କେବେ ଏହି ଅଞ୍ଚଳବାସୀଙ୍କ ଦୀର୍ଘଦିନର ରାସ୍ତା ସମସ୍ୟାର ସ୍ଥାୟୀ ସମାଧାନ ହେବ।

Related posts

ରାମଲାଲାଙ୍କ ରାଜାଭିଷେକ ଓ କଳସ ଶୋଭାଯାତ୍ରା

masiha

Awareness Campaigns Launched to Prevent Forest Fires in Singpur Range, Sikai Village Benefits

masiha

ରାଇରଙ୍ଗପୁରରେ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ

Leave a Comment

error: Content is protected !!