ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ରାଟ କଲେଜର ମନୋମୁଖୀ; ଛାତ୍ର ପରୀକ୍ଷା ଦେବାରୁ ବଞ୍ଚିତ 

ସମ୍ରାଟ କଲେଜର ମନୋମୁଖୀ; ଛାତ୍ର ପରୀକ୍ଷା ଦେବାରୁ ବଞ୍ଚିତ 

ବ୍ରହ୍ମପୁର,୨୩/୦୮: ସମ୍ରାଟ କଲେଜର ମନୋମୁଖୀ କାର୍ଯ୍ୟ ପାଇଁ ଛାତ୍ର ପରୀକ୍ଷା ଦେବାରୁ ବଞ୍ଚିତ । ଘଟଣା ସମ୍ପର୍କରେ ଜଣାପଡିଛି ଯେ, ପୋଲସରା ଅଞ୍ଚଳର ଟି.ସଚିତ କୁମାର ସୁବୁଦ୍ଧି +୩ ବିଜ୍ଞାନ ସମ୍ରାଟ କଲେଜ,ବ୍ରହ୍ମପୁର ଠାରେ ଅଧ୍ୟୟନ କରୁଥିଲେ । ତାଙ୍କର +୩ ବିଜ୍ଞାନ ଶେଷ ହୋଇଥିଲେ ମଧ୍ୟ ୪ର୍ଥ ସେମିଷ୍ଟାର କେମେଷ୍ଟ୍ରି ବିଷୟ ବେକ୍ ରହି ଯାଇଥିବାରୁ ସେ ତା-୨୨/୦୬/୨୬ ରେ କଲେଜ ଯାଇ ଫର୍ମ ଫିଲାପ କରି ପରୀକ୍ଷା ଫୀ ବାବଦରେ ୨୭୫୦ ଟଙ୍କା ଦାଖଲ କରିଥିଲେ । ଅଗଷ୍ଟ ୨୧ ତାରିଖରେ ପରୀକ୍ଷା ଥିବାରୁ ସେ ଏଡିମିଟ୍ କାର୍ଡ ପାଇ ନଥିଲେ । ଏଡମିଟ୍ କାର୍ଡ ସମ୍ପର୍କରେ କଲେଜର ଅଭ୍ୟର୍ଥନାକାରୀ ମହିଳା କର୍ମଚାରୀଙ୍କ ସହ ଟେଲିଫୋନରେ ଯୋଗାଯୋଗ କରିବାରୁ ସେ ୧୦ ମିନିଟ ରେ ବୁଝି କହୁଛନ୍ତି କହି ଆଉ ଜଣାଇ ନଥିଲେ । ଛାତ୍ର ଜଣକ ବାରମ୍ବାର ଫୋନ କଲେ ଅଭ୍ୟର୍ଥନାକାରୀ ମହିଳା ଫୋନ କଲକୁ ଡାଇଭର୍ଟ ମୋଡକୁ ନେଉଥିଲେ । ଛାତ୍ର ଟି.ସଚିତ କୁମାର ସୁବୁଦ୍ଧି ଅଗଷ୍ଟ ୨୧ ତାରିଖ ଦିନ ପରୀକ୍ଷା ଦେବାକୁ ପହଞ୍ଚିବା ପରେ ଜାଣିଲେ ତାଙ୍କର ଏଡିମିଟି କାର୍ଡ ଆସି ନାହିଁ । କଲେଜ ପକ୍ଷରୁ କୁହାଗଲା ତୁମେ ଏଥର ନୁହେଁ ଆରଥରକୁ ପରୀକ୍ଷା ଦେବ । ଘଟଣା ସମ୍ପର୍କରେ କଲେଜ ପ୍ରିନ୍ସିପାଲଙ୍କୁ ମିଶିବା ପାଇଁ କହିବାରୁ ତାଙ୍କୁ ପ୍ରିନ୍ସିପାଲ ସହିତ ମିଶିବା ପାଇଁ ମନାକରି ଫେରାଇ ଦେଲେ ବୋଲି ଛାତ୍ର ଜଣକ ଗଣମାଧ୍ୟମକୁ କହିଛନ୍ତି । ସମ୍ରାଟ କଲେଜର ମନୋମୁଖୀ ଓ ଶୋଷଣ ପାଇଁ ଛାତ୍ରଙ୍କ ଭବିଷ୍ୟତ ନଷ୍ଟ ହେଉଛି । ଗଞ୍ଜାମ ଜିଲ୍ଲାରେ ପ୍ରାୟ ଘରୋଇ କଲେଜ ଗୁଡିକରେ ଗ୍ରାମାଞ୍ଚଳ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଶୋଷଣର ଶିକାର ହେଉଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି । ଘରୋଇ କଲେଜ ଗୁଡିକର ପ୍ରତି ବର୍ଷ ଯାଞ୍ଚ ହେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

Related posts

ମୌଳିକ ସୁବିଧାରୁ ବଞ୍ଚିତ ଖୋଲିଭିତର ଗାଁ ; ପ୍ରଶାସନର ସହାୟତାକୁ ଅପେକ୍ଷା

Sunil Chandra Nayak

କୁତ୍ରା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

Sunil Chandra Nayak

ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ  ଧର୍ମଗଡ ଏଲନିସି ମିଶନ ସ୍କୁଲର ଭାରତୀ ଅଗ୍ରୱାଲ ଙ୍କ ସଫଳତା…

masiha

Leave a Comment

error: Content is protected !!