ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହୁଲଡିହାଁ ସତସଙ୍ଗ କେନ୍ଦ୍ର ଠାରେ ଯୁବ ସଚସଙ୍ଗୀଙ୍କ ଦ୍ବାରା ଶ୍ରୀ ଶ୍ରୀ ଠାକୁରଙ୍କ ର ଭାଦ୍ରବ ସତସଙ୍ଗ ଅନୁଷ୍ଠିଚ

ମହୁଲଡିହାଁ ସତସଙ୍ଗ କେନ୍ଦ୍ର ଠାରେ ଯୁବ ସଚସଙ୍ଗୀଙ୍କ ଦ୍ବାରା ଶ୍ରୀ ଶ୍ରୀ ଠାକୁରଙ୍କ ର ଭାଦ୍ରବ ସତସଙ୍ଗ ଅନୁଷ୍ଠିଚ

ରାଇରଙ୍ଗପୁର : ( ଅକ୍ଷୟ ବିଶ୍ବାଳ)୨୩\୮ରାଇରଙ୍ଗପୁର ମହୁଲଡିହା ସତସଙ୍ଗ କେନ୍ଦ୍ର ପରିସରରେ ଯୁବ ସତସଙ୍ଗୀଙ୍କ ଦ୍ବାରା ଭାଦ୍ରବ ୫ମ ଦିବସରେ ସତସଙ୍ଗ ଅନୁଷ୍ଠିତ ହୁଏ l ଏହି କାର୍ଯ୍ଯକ୍ରମରେ ସତସଙ୍ଗର ସହ ପ୍ରତି ଋତ୍ବୀକ ଗୋଲକ ବିହାରୀ ଆଚାର୍ଯ୍ଯ ଅଧ୍ଯକ୍ଷତା କରିଥିଲେ l ସତସଙ୍ଗରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଦିବ୍ଯଲିଳା ଓ ବିଭିନ୍ନ ବାଣୀ ଉପରେ ଆଲୋକପାତ କରନ୍ତି ସର୍ବଶ୍ରୀ ଇଂ ବିଭୂତି ଭୂଷଣ ଜ୍ଯୋତିଷୀ, ଆଯୁଷ୍ମାନ ମଣ୍ଡଳ, ଅଭିଜିତ କୁମାର ପ୍ରଧାନ (କୁଷି ଅଧିକାରୀ), ରଂଜନ କୁମାର ରଥ ବଳରାମ ବାରିକ (ପ୍ରିନସିପାଲ) ପ୍ରମୁଖ l ଅନ୍ଯମାନଙ୍କ ମଧ୍ଯରୁ ସତସଙ୍ଗର ପବିତ୍ର ପାଞ୍ଜାଧାରୀ କର୍ମୀ ସହପ୍ରତି ଋତିକ ନିଗମାନନ୍ଦ ପଟ୍ଟନାୟକ, ଧର୍ମଯାଜକ ଲଛମନ ଗିରି, ପରେଶ ଚନ୍ଦ୍ର ଗିରି, ଗଗନ ଧ୍ବଜ ମହାନ୍ତ, ସରୋଜ କୁମାର ଗିରି, ସୁରେନ୍ଦ୍ର ନାୟକ ଓ ନବୀନ କୁମାର ଦେ (ମୁନା) ପ୍ରମୁଖ ମଞ୍ଚାସୀନ ଥିଲେ l ବକ୍ତାମାନେ ଶ୍ରୀ ଶ୍ରୀ ଠାକୁରଙ୍କର ଜୀବନୀ ସହିତ ଯୁବ ସମାଜର କର୍ତ୍ତବ୍ଯବୋଧ, ବର୍ତ୍ତମାନ ସମାଜରେ ଯେଭଳି ପରିସ୍ଥିତି ଉପୁଜୁଛି ସେଥି ନିମନ୍ତେ ଯୁବବର୍ଗ ସଜାଗ ହେବା ଉପରେ ଗୁରୁତ୍ବ ଦିଆଯାଇଥିଲା l ସେଥିପାଇଁ ଯୁବକମାନେ ଶ୍ରୀ ଶ୍ରୀ ଠାକୁରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ମାର୍ଗଦର୍ଶନ ଦେଇଥିଲେ l ସମାଜର କଲ୍ଯାଣ ନିମନ୍ତେ ସଂସ୍କାର ଆଣିବା ଅତ୍ଯନ୍ତ ପ୍ରୟୋଜନ ବୋଲି ମତପ୍ରକାଶ କରିଥିଲେ l ଦିବସ ବ୍ଯାପି କାର୍ଯ୍ଯକ୍ରମରେ ସକାଳେ ପ୍ରାର୍ଥନା, ୯ଟା ରୁ ୧୧ ଟା ପର୍ଯ୍ଯନ୍ତ ସଙ୍ଗୀତାଞ୍ଜଳୀ ସ୍ଥାନୀୟ ଗୁରୁମା ଓ ଭାଇମାନଙ୍କ ଦ୍ବାରା ଅନୁଷ୍ଠିତ ହୋଇଥିଲା l ମନ କୁମାର ଗିରି ସତ୍ଯାନୁସରଣ , ନାରୀର ନୀତିପାଠ ରାଜକିଶୋର ମହାନ୍ତ, ଭଜନ, କୋରସ ଓ କୀର୍ତ୍ତନ ସର୍ବଶ୍ରୀ ଅଭିକ କୁମାର ମହାପାତ୍ର, ସୁବର୍ଣ୍ଣା ନାୟକ, ବର୍ଷାବିନ୍ଦୁ ପ୍ରଧାନ, ମାଧବ ରଂଜନ ମହାପାତ୍ର ଓ ପ୍ରତାପ ଚନ୍ଦ୍ର ପଶୁପାଳକ ପ୍ରମୁଖ ପରିବେଷଣ କରିଥିଲେ l ସର୍ବଶେଷରେ ବନ୍ଦେ ପୁରୁଷୋତ୍ତମ ଧ୍ବନୀ ବ୍ରତଦୀପ ଜ୍ଯୋତିଷୀ ଓ ଦୀପେନ୍ଦୁ ଗିରି ପ୍ରଦାନ କରିଥିଲେ l ଏହି କାର୍ଯ୍ଯକ୍ରମରେ ବାମନଘାଟୀ ଓ ପାଞ୍ଚପୀଢ ଉପଖଣ୍ଡ ରୁ ତିନିଶହ ରୁ ଉର୍ଦ୍ଧ୍ବ ଗୁରୁ ଭାଇ ଓ ମାମାନେ ଯୋଗ ଦେଇ ଆନନ୍ଦ ବଜାର (ଭାଣ୍ଡାରା) ପ୍ରସାଦ ସେବନ କରିଥୁଲେ l ଅନ୍ଯମାନଙ୍କ ମଧ୍ଯରୁ ଏଡଭୋକେଟ୍ ବିଭୁତେନ୍ଦୁ ଲେଙ୍କା, ନବୀନ କୁମାର ଆଚାର୍ଯ୍ଯ, ରଘୁନାଥ ମହାନ୍ତ, ଓମ ମହାନ୍ତ, ସ୍ବସ୍ତି ରଂଜନ ପାଠକ, ମାନୀସ କୁମାର ମହାପାତ୍ର, ସୁନୀତା ମହାନ୍ତ (ପୁନମ୍), ବର୍ଷାରାଣୀ ମହାନ୍ତ ଓ ଉତ୍ପଳା ଆଚାର୍ଯ୍ଯ ପ୍ରମୁଖ ଙ୍କ ସହାୟତାରେ କାର୍ଯ୍ଯକ୍ରମ ସଫଳ ହୋଇଥିଲା l ସଂଧ୍ଯା କାଳୀନ ସତସଙ୍ଗ ଧର୍ମଯାଜକ ପରେଶ ଚନ୍ଦ୍ର ଗିରି ପ୍ରଦାନ କରିଥିଲେ l

Related posts

ପୋଷଣ ପକ୍ଷ ପାଳନ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

Sunil Chandra Nayak

ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଭାରତ), ରାଉରକେଲା କେନ୍ଦ୍ର ଦ୍ୱାରା ବିଶ୍ୱ ପୃଥିବୀ ଦିବସ ପାଳନ 

masiha

ପିରବତୀ ମହିଳା କଲେଜରେ ଶିଶୁ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!