ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେଲ୍ଫ ଫାଇନାନସିଂ ବିଜ୍ଞାନ ପାଠ୍ୟକ୍ରମର ଫି’ ଛାଡ ପାଇଁ ଦାବି  ଉପଜିଲ୍ଲାପାଳଙ୍କୁ ଦାବୀ ପତ୍ର ଦେଲେ ଜୁନାଗଡ ର ଛାତ୍ରଛାତ୍ରୀ

ସେଲ୍ଫ ଫାଇନାନସିଂ ବିଜ୍ଞାନ ପାଠ୍ୟକ୍ରମର ଫି’ ଛାଡ ପାଇଁ ଦାବି 

ଉପଜିଲ୍ଲାପାଳଙ୍କୁ ଦାବୀ ପତ୍ର ଦେଲେ ଜୁନାଗଡ ର ଛାତ୍ରଛାତ୍ରୀ….

ଧର୍ମଗଡ:ଜୁନାଗଡ ସ୍ଥିତ ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟର ସେଲ୍ଫ ଫାଇନାନସିଂ ବିଜ୍ଞାନ ପାଠ୍ୟକ୍ରମର ଅଧିକ ଫି’ କମାଇବା/ଛାଡ କରିବା ସହ ବିଭାଗକୁ ନିୟମିତ ତଥା ସରକାରୀ ସହାୟତାପ୍ରାପ୍ତ ବ୍ୟବସ୍ଥା ଅଧୀନକୁ ଆଣିବା ଦାବିରେ ଆଜି ଛାତ୍ରଛାତ୍ରୀମାନେ ଧର୍ମଗଡ଼ ଉପଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି।

ଛାତ୍ରଛାତ୍ରୀଙ୍କ କହିବାନୁଯାୟୀ, ମହାବିଦ୍ୟାଳୟର ବିଜ୍ଞାନ ବିଭାଗ ସ୍ୱୟଂ ଅର୍ଥପୋଷିତ (ସେଲ୍ଫ ଫାଇନାନସିଂ ) ବ୍ୟବସ୍ଥାରେ ଚାଲୁଥିବାରୁ ଛାତ୍ରଛାତ୍ରୀଙ୍କ ଉପରେ ଅଧିକ ଶିକ୍ଷା ଫି’ର ଆର୍ଥିକ ବୋଝ ପଡ଼ୁଛି। ଏଠାରେ ଅଧ୍ୟୟନରତ ଅଧିକାଂଶ ଛାତ୍ରଛାତ୍ରୀ ଆର୍ଥିକ ଦୁର୍ବଳ ପରିବାରରୁ ଆସିଥିବା ବେଳେ ଅନେକଙ୍କ ପରିବାର ବିପିଏଲ୍‌ ଓ ରାସନ କାର୍ଡଧାରୀ। ଏଭଳି ସ୍ଥିତିରେ ବାର୍ଷିକ କୋର୍ସ ଫି’ ସହ ପରୀକ୍ଷା ଫି’, ପାଠ୍ୟପୁସ୍ତକ, ଯାତାୟାତ ଓ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବା ଅନେକ ପରିବାର ପାଇଁ କଷ୍ଟସାଧ୍ୟ ହୋଇପଡ଼ିଛି। ଅଧିକ ଫି’ ଯୋଗୁଁ ଆର୍ଥିକ ଦୁର୍ବଳ ଓ ମେଧାବୀ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଜାରି ରଖିବାରେ ସମସ୍ୟାର ସମ୍ମୁଖୀନ ହେଉଥିବା ଦର୍ଶାଇ ଛାତ୍ରଛାତ୍ରୀମାନେ ଉପଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏଥି ସହ ମହାବିଦ୍ୟାଳୟ ର କଳା ବିଭାଗ ନିୟମିତ ହୋଇସାରିଥିବାରୁ ବିଜ୍ଞାନ ବିଭାଗକୁ ମଧ୍ୟ ନିୟମିତ କରିବା ପାଇଁ ଛାତ୍ରଛାତ୍ରୀମାନେ ଅନୁରୋଧ କରିଛନ୍ତି।

 ଦାବିପତ୍ର ର ନକଲ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଉଚ୍ଚଶିକ୍ଷା ମନ୍ତ୍ରୀ, କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି। ଛାତ୍ରଛାତ୍ରୀ ଙ୍କ ଉଚ୍ଚଶିକ୍ଷା ଯେପରି ଅର୍ଥାଭାବରେ ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଏହି ଦାବି ଉପରେ ପ୍ରଶାସନ ତୁରନ୍ତ ବିଚାର କରି ପଦକ୍ଷେପ ନେବାକୁ ଛାତ୍ରଛାତ୍ରୀମାନେ ଅନୁରୋଧ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

୩୫ତମ ଜାତୀୟ ସଡ଼କ ସୂରକ୍ଷା ସପ୍ତାହ ୨୦୨୩ ପାଳିତ

Sunil Chandra Nayak

ଆଲିମ ଗ୍ରାମ ରେ ପୁଅ ଜିଉଁନ୍ତିଆ ପାଳିତ  

Sunil Chandra Nayak

ସଂକଳ୍ପ ସପ୍ତାହ ଉଦଯାପନ 

masiha

Leave a Comment

error: Content is protected !!