ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁର ରେ କଂଗ୍ରେସ ଦଳ ତରଫରୁ କେନ୍ଦ୍ର ସରକାରଙ୍କ କଳା ଆଇନ ଏମ ଏମ୍ ଡିଆର ସଂଶୋଧିତ ଅଧିନିୟମ- ୨୦୨୬ ବାତିଲ ପାଇଁ ମଶାଲ ଶୋଭାଯାତ୍ରା ସହ ପ୍ରତିବାଦ ସଭା

ରାଇରଙ୍ଗପୁର ରେ କଂଗ୍ରେସ ଦଳ ତରଫରୁ କେନ୍ଦ୍ର ସରକାରଙ୍କ କଳା ଆଇନ ଏମ ଏମ୍ ଡିଆର ସଂଶୋଧିତ ଅଧିନିୟମ- ୨୦୨୬ ବାତିଲ ପାଇଁ ମଶାଲ ଶୋଭାଯାତ୍ରା ସହ ପ୍ରତିବାଦ ସଭା

ରାଇରଙ୍ଗପୁର – ( ଅକ୍ଷୟ ବିଶ୍ବାଳ)୨୫/୦୮ କେନ୍ଦ୍ର ସରକାରଙ୍କ କଳା ଆଇନ ଏମ ଏମଡି ଆର ସଂଶୋଧିତ ଅଧିନିୟମ- ୨୦୨୬ ବାତିଲ ଉଚ୍ଚ ପାଇଁ ସାରା ଭାରତରେ କଂଗ୍ରେସ ଦଳ ଏବଂ ଇଣ୍ଡିମେଣ୍ଟ ତରଫରୁ ପ୍ରତିବାଦ ସଭା ଚାଲୁ ରହିଛି ।ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶରେ ରାଇରଙ୍ଗପୁର କଂଗ୍ରେସ ଦଳ ତରଫରୁ ଆଜି ମଙ୍ଗଳବାର ସଂନ୍ଧ୍ଯା ୬ ଘଟିକା ରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଦଳୀୟ ନେତୃବୃନ୍ଦ ଓ କର୍ମୀ ହାତରେ ମଶାଲ ଏକ ବିଶାଳ ଶୋଭାଯାତ୍ରାରେ ଧରି ସହର ପରିକ୍ରମା କରି ଵିଜୁପଟନାୟକ ଛକ ପର୍ଯ୍ୟନ୍ତ ଆସିଥିଲେ ‌ ।ରାଜ୍ୟ ଓ କେନ୍ଦ୍ର ଡବଲ ଇଞ୍ଜିନ ସରକାରଙ୍କ ଖଣି ନିୟମ ଏମ ଏମ୍ ଡିଆର ସଂଶୋଧିତ ଅଧିନିୟମ – ୨୦୨୬ କଳା ଆଇନ ଦ୍ବାରା ଓଡାଶା ଭଳି ପଛୁଆ ଗରୀବ ରାଜ୍ୟରେ ପ୍ରଚୁର ରାଜସ୍ବ ଏବଂ ରୟାଲିଟି କ୍ଷତି ସହିବ ।ଯାହାକି ଓଡ଼ିଶାରେ ପ୍ରଗତିରେ ବାଧକ ସାଜିବ ।ତେଣୁ ତୁରନ୍ତ ପ୍ରତ୍ଯାହାର ଦାବି ନେଇ ପ୍ରତିବାଦ ସଭାରେ ନେତୃବୃନ୍ଦ କହିଥିଲେ ।ଏହି ଶୋଭାଯାତ୍ରାରେ ପ୍ରାକ୍ତନ କଂଗ୍ରେସ ବିଧାୟକ ଶାମ ଚରଣ ହାଁସଦାଃ,ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି,ଵରିଷ୍ଠ କଂଗ୍ରେସ ନେତା ବସନ୍ତ ପଟନାୟକ,ତିରିଂ ବ୍ଳକ କଂଗ୍ରେସ ସଭାପତି ଭାଗିରଥି ପାତ୍ରଙ୍କ ସମେତ ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।

Related posts

ଜିଲ୍ଲା ଯୁବକଂଗ୍ରେସ ପୂର୍ଣ୍ଣାଙ୍ଗ କମିଟିରେ ତେନ୍ତୁଳିଖୁଣ୍ଟି ରୁ ଦୁଇ ଜଣ : ବ୍ଲକ ଯୁବକଂଗ୍ରେସ ହେଲେ ପଙ୍କଜ

Sunil Chandra Nayak

ରାଉରକେଲା ର ବିଭିନ୍ନ ସ୍ଥାନରେ କଂଗ୍ରେସ ର ସଂକୀର୍ତ୍ତିନ ସତ୍ୟାଗ୍ରହ 

masiha

ପ୍ରଧାନମନ୍ତ୍ରୀ ଆଵାସ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା ପାଇଁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!