ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀକଲ୍ୟାଣ ସମିତି ବୈଠକ ନିରୀକ୍ଷଣ ସାଥୀ ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଶୁଭାରମ୍ଭ
ଆସିକା, ୨୭/୮/୨୬ (ଶିବ ଶଙ୍କର ମିଶ୍ର ) ଆସିକା ବ୍ଳକ ଅନ୍ତର୍ଗତ ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ରୋଗୀକଲ୍ୟାଣ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସିକା ବିଧାୟକ ତଥା ରୋଗୀ କଲ୍ୟାଣ ସମିତିର ସଭାପତି ସରୋଜ କୁମାର ପାଢୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ବୈଠକକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବିପିଏମ୍ ସାଗରିକା ମିଶ୍ର ସଂଯୋଜନା କରିଥିଲେ I ଆସିକା ଉପଖଣ୍ଡ ଚିକିତ୍ସlଳୟମୁଖ୍ୟ ଚିକିତ୍ସାଧୂକାରୀ ଡାକ୍ତର ବାଲଗୋପାଳ ବେହେରା, ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧୂକାରୀ ଡାକ୍ତର ମଧୁସୂଦନ ବାରିକ, ସମନ୍ବିତ ଶିଶୁବିକାଶ ଅଧିକାରିଣୀ ଶାନ୍ତିକରସୁଦ୍ଧା ପଟ୍ଟନାୟକ, ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ରୋଗୀ କଲ୍ୟାଣ ସମିତି ସଦସ୍ୟ ନିରଞ୍ଜନ ମହାନ୍ତି, ଭଜରାମ ସ୍ବାଇଁ, କରୁଣାକର ମହାନ୍ତି, ନିରଞ୍ଜନ ବିଷୋୟୀ,ରବିନ୍ଦ୍ରନାଥ ଦାଶ ପ୍ରମୁଖ ଯୋଗଦେଇଥିଲେ। ବୈଠକରେ ୪ ଲକ୍ଷ ୩୦ ହଜାର ଟଙ୍କାର ବାର୍ଷିକ ଅଟକଳକୁ ଅନୁମୋଦନ କରାଯାଇଥିଲା I ରୋଗୀମାନଙ୍କୁ ଉନ୍ନତମାନର ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇବା ଓ ସ୍ବଚ୍ଛତାକୁ ସର୍ବାଧିକ ଗୁରୁତ୍ବ ଦେବା ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟସେବା କାର୍ଯ୍ୟ ପାଇଁ ଲଗାତର ପଞ୍ଚମ ଥର ପାଇଁ କାୟାକଳ୍ପ ପୁରସ୍କାର ପାଇଥିବାରୁ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଥିବା ଡାକ୍ତର ମଧୁସୂଦନ ବାରିକ, ବିପିଏମ୍ ସାଗରିକା ମିଶ୍ର, ଆୟୁଷ ଡାକ୍ତର ଏ.ଲକ୍ଷ୍ମୀ ଦେବୀ, ସୁଜିତ୍ ପାତ୍ର, ବିଏଏମ୍ ପୂର୍ଣଚନ୍ଦ୍ର ପାଢୀ, ବିଡିଏମ୍ ସରୋଜ ପାଢୀ, ପିଏଚ୍ଇଓ କୁବେର ପାତ୍ର, କୃତିବାସ ପାଢୀ, ଦାଶରଥୀ ଅମିତ୍ କୁମାର ଦାଶଙ୍କ ସମେତ ପ୍ରାୟ ୪୦ ରୁ ଉଦ୍ଧର୍ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। ଆଜି ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଏକ ସାମୂହିକ ସଫେଇ ଏବଂ ପରିବେଶର ସୁରକ୍ଷା ଲାଗି ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗର୍ଭବତୀ ଓ ପ୍ରସୂତିମାନେ ସହଜରେ ଓ ବିନାମୂଲ୍ୟରେ କିଭଳି ଡାକ୍ତରଖାନାରେ ପହଞ୍ଚିପାରିବେ ତାହାକୁ ଦୃଷ୍ଟିରେ ରଖ୍ ନିରୀକ୍ଷଣ ସାଥୀ ( ମାଗଣା ଅଟୋସେବା) ର ଶୁଭାରମ୍ଭ କରାଯାଇଥିଲା। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ୩ଟି ନିରୀକ୍ଷଣ ସାଥୀ ମାଗଣା ଅଟୋସେବା ମାଧ୍ୟମରେ ଗର୍ଭବତୀ, ପ୍ରସୂତି ଓ ୧ ବର୍ଷର ଶିଶୁ ବିଶେଷ ଭାବେ ଉପକୃତ ହୋଇପାରିବେ। ବୈଠକରେ ସ୍ବାସ୍ଥ୍ୟ ବିଭାଗର ବହୁ କର୍ମଚାରୀ ଯୋଗଦେଇଥିଲେ।

