ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେନ୍ଦ୍ରମନ୍ତ୍ରୀଙ୍କ ମାନସିକ ପୂରଣ ପରେ ପୂଜା ଅର୍ଚନା

ବାଲେଶ୍ୱର୧୯/୫/୨୨- ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ସାଉଡି ଗ୍ରାମ ପଂଚାୟତ ଡିଗୀରିପାହି ଗ୍ରାମରେ ଦକ୍ଷିନ୍ନ ମୁର୍ମୁ ଙ୍କ ଘରେ କମଳା ମାଇତି ଅଲଚିକି ଆସ୍ମା ଠାକୁରଙ୍କ ପାଖରେ ମାନସିକ କରିଥିଲେ । ଆଜି ସେହି ଠାକୁରଙ୍କ ପାଖରେ ପୂଜା ଅର୍ଚନା କରିବାକୁ ଆସିଥିଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶର ଟୁଡୁ । ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୭ ତମ ଜନ୍ମ ଜୟନ୍ତୀ ଓ ମାନସିକ ପୂଜା ପାଇଁ ମନ୍ତ୍ରୀ ଆସିଥିଲେ । ପୂଜା ଅର୍ଚନା ସହିତ କିଛି କର୍ମୀଙ୍କ ସହିତ ଅଳ୍ପ ସମୟ ପାଇଁ ଆଲୋଚନା କରିଥିଲେ ମନ୍ତ୍ରୀ । ଯାହା ଗୋଟିଏ ଗୁଳିରେ ଦୁଇଟି ଶିକାର ସଦୃଶ ମନେ ହୋଇଛି । ସାଂସଦ ପ୍ରତିନିଧି ମହେଶ୍ୱର ଜେନା, ଖପରାପଦା ମଣ୍ଡଳ ସଭାପତି ଲଷ୍ମୀଧର ପ୍ରଧାନ, ଲଙ୍ଗଳେଶ୍ଵର ମଣ୍ଡଳ ସଭାପତି ଗଗନ ସାହୁ, ସାଧାରଣ ସମ୍ପାଦକ ଶ୍ରୀକୃଷ୍ଣ ପାତ୍ର, ସାଉଡି ସରପଞ୍ଚ, ସପନ ସେଠୀ, ବଳରାମପୁର ପଂଚାୟତରୁ ନିମାଇଁ ଦାସ, ଚନ୍ଦ୍ରମୋହନ ମାଝୀ, ଦୁଲାଲ ମାଝୀ, ବରେନ୍ଦ୍ର ମୁର୍ମୁ, ସଦାଶିବ ମୁର୍ମୁ, ଶ୍ୟାମସୁନ୍ଦର ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରୋଗ୍ରାମଟି ବ୍ୟକ୍ତିଗତ ଥିବାରୁ କେବଳ ସାଉଡି ପଂଚାୟତର କିଛି କାର୍ଯ୍ୟକର୍ତ୍ତା, ମଣ୍ଡଳ ସଭାପତି ଯୋଗ ଦେଇଥିଲେ । ନିଜର ପରମ୍ପରା ନାଚର ତାଳେ ତାଳେ ନିଜେ ମଧ୍ୟ ମାଦଳ ବଜେଇ କେନ୍ଦ୍ରମନ୍ତ୍ରୀ ନାଚୁଥିବାର ଦେଖିବାକୁ ମିଳିଥିଲା ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସାନମସିଗାଁ ସ୍ୱାସ୍ଥ୍ୟ କର୍ମୀଙ୍କ ଦାଵୀପତ୍ର ପ୍ରଦାନ

Sunil Chandra Nayak

ପ୍ରତାପ କିଶୋର ରାଉତ ଙ୍କ କବିତା ଜୟ ଜଗଦମ୍ବେ ମା’ 

Sunil Chandra Nayak

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରୁପ୍ରା ରେ ବାର୍ଷିକୀ ଉତ୍ସବ ପାଳନ

Sunil Chandra Nayak

Leave a Comment

error: Content is protected !!