ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ରପାତରେ ଜଣେ ମୃତ, ୪ ଜଣ ଗୁରୁତର

ବଜ୍ରପାତରେ ଜଣେ ମୃତ, ୪ ଜଣ ଗୁରୁତର

 ରାଇରଙ୍ଗପୁର – ( ଅକ୍ଷୟ ବିଶ୍ବାଳ) ୨୯/୦୮ — ବିଜାତଳା ବ୍ଲକ ଅନ୍ତର୍ଗତ ବଣକାଟି ଗାଁରେ ଶନିବାର ବଜ୍ରପାତ ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଉଛନ୍ତି ଗୁରୁବାରୀ ବେହେରା (୬୨)।

ବଜ୍ରପାତରେ ଗୁରୁତର ଆହତ ହୋଇଥିବା ୪ ଜଣଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ଘଟଣା ପରେ ବଣକାଟି ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଶୋକ ପ୍ରକାଶ ପାଇଛି।

ଏହି ଦୁଃଖଦ ଘଟଣା ପରେ ବଣକାଟି ସରପଞ୍ଚଙ୍କ ସ୍ୱାମୀ ନରେନ୍ଦ୍ର ମାରାଣ୍ଡି ଆହତଙ୍କ ପରିବାରକୁ ସହଯୋଗର ହାତ ବଢ଼ାଇଥିବା ଜଣାପଡ଼ିଛି। ତାଙ୍କର ଏହି ମାନବିକ ସହଯୋଗକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛଛନ୍ତି l

Related posts

ଟେକ୍ନୋ ୱାର୍ଲ୍ଡ କଲେଜ ନେତାଜୀ ଜୟନ୍ତୀ ପାଳିତ

Sunil Chandra Nayak

କୌଳିକ ବୃତ୍ତି ରେ ଆଧୁନିକତା ର ଛାପ : ଟେରାକୋଟା କ୍ରାଫ୍ଟସ ତାଲିମ  

Sunil Chandra Nayak

ସାରା ପୃଥିବୀର ଏକ ଆହ୍ୱାନ , ପ୍ରେମ ଓ ଶ୍ରଦ୍ଧାର ଉତ୍ସବ ବଡଦିନ

Sunil Chandra Nayak

Leave a Comment

error: Content is protected !!