ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଶିକ୍ଷା କନଭେନସନ୍ 

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଶିକ୍ଷା କନଭେନସନ୍ 

ଢ଼େଙ୍କାନାଳ, ତା ୩୦.୮.୨୬- ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଚଳିତ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରି ଚଳିତ ଶିକ୍ଷା ବର୍ଷ ପାଇଁ ଗତ ବର୍ଷର ପାଠ୍ୟପୁସ୍ତକରେ ଶିକ୍ଷାଦାନ କରିବା, ବିଜ୍ଞାନସମ୍ମତ, ଯୁକ୍ତିସଂଗତ ଓ ମୌଳିକ ଧାରଣାଭିଭିକ ବିଷୟବସ୍ତୁ ଥାଇ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବା, ବିଦ୍ୟାଳୟ ସ୍ତରରେ ମାତୃଭାଷା ଓ ଇଂରାଜୀ ଭାଷା ଶିକ୍ଷାକୁ ବାଧ୍ୟତାମୂଳକ କରିବା, ଜାତୀୟ ଶିକ୍ଷାନୀତି ୨୦୨୦କୁ ସମ୍ପୂର୍ଣ୍ଣ ବାତିଲ କରିବା ଦାବିରେ ପ୍ରୋଗ୍ରେସିଭ ଷ୍ଟୁଡେଣ୍ଟସ ଫୋରମ୍ ପକ୍ଷରୁ ଢେଙ୍କାନାଳ ସ୍ଥିତ ବିପ୍ଳବୀ ସାରଙ୍ଗଧର ଦାସ ପାଠାଗାର ଠାରେ ଏକ ଶିକ୍ଷା କନଭେନସନ୍ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ଶିକ୍ଷକ ଡକ୍ଟର ଦେବୀପ୍ରସାଦ ଏହି କନଭେନସନରେ ସଭାପତିତ୍ୱ କରିଥିଲେ। ଏଆଇଡିଏସଓ, ଓଡ଼ିଶା ରାଜ୍ୟ ପରିଷଦର ଉପସଭାପତି ଭାଗ୍ୟରବି ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଏଆଇଡିଏସଓର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ବିନୋଦ ସେଠୀ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଶିକ୍ଷକ ନେତା ବିଭୂତି ସାମଲ, ଶିକ୍ଷାବିତ୍ ଅଶ୍ବିନୀ ରାୟ, ଚତୁର୍ଭୁଜ ପ୍ରଧାନଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆଗାମୀ ଦିନରେ ଏହି ଶିକ୍ଷା ସମସ୍ୟାର ସମାଧାନ ପାଇଁ ତୃମୂଳସ୍ତରରେ ଛାତ୍ରଛାତ୍ରୀ ତଥା ବୃହତ୍ତର ଜନସାଧାରଣଙ୍କୁ ସଂଗଠିତ କରି ଦୃଢ଼ ପ୍ରତିବାଦ କରିବା ପାଇଁ ବକ୍ତାମାନେ ମତବ୍ୟକ୍ତ କରିଥିଲେ।

Related posts

ଜିଲ୍ଲାପ୍ରଶାସନ ଓ ପୈାରପାଳିକା ପକ୍ଷରୁ ଦୋକାନୀ ମାନଙ୍କୁ ଓଡ଼ିଆ ରେ ଲେଖିବାପାଇଁ ସଚେତନତା 

Sunil Chandra Nayak

ଗ୍ରାମ ରୋଜଗାର ସେବକ ଙ୍କୁ ଆକ୍ରମଣ ର ଦଶ ଦିନ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ

Sunil Chandra Nayak

ଜୁନାଗଡ଼ ରେ ବୁଦ୍ଧ ଜୟନ୍ତୀ ପାଳିତ

Leave a Comment

error: Content is protected !!