ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବାମୀ ଶିବାନନ୍ଦଜୀ ମହାରାଜଙ୍କ ୧୩୯ ତମ ଜୟନ୍ତୀ ପାଳନ 

ସ୍ବାମୀ ଶିବାନନ୍ଦଜୀ ମହାରାଜଙ୍କ ୧୩୯ ତମ ଜୟନ୍ତୀ ପାଳନ 

ରାଉରକେଲା: ଛେଣ୍ଡ ସ୍ଥିତ ଦିବ୍ୟ ଜୀବନ ସଂଘ ପକ୍ଷରୁ ସ୍ବାମୀ ଶିବାନନ୍ଦଜୀ ମହାରାଜଙ୍କ ୧୩୯ ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସୁଶୀଲ କୁମାର ମିଶ୍ର ଙ୍କ ସଭାପତିତ୍ବ, କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର କୁମାର ପାଣ୍ଡବଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ବାମୀ ବ୍ରହ୍ମ ସାକ୍ଷାତକାର ନନ୍ଦଜୀ ମହାରାଜ ଯୋଗଦେଇ ସ୍ବାମୀ ଶିବାନନ୍ଦଜୀ ମହାରାଜଙ୍କ ଜୀବନାଦର୍ଶ,ସେ ଦେଇଯାଇଥିବା ବାଣୀ ସମ୍ପର୍କରେ ଆଲୋଚନା କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ବ୍ରହ୍ମ କିପରି ବ୍ୟାପକ, ସୃଷ୍ଟି ସ୍ଥିତି ପ୍ରଳୟ ଭକ୍ତି ଭଗବାନ, ବିଶ୍ବର ଦୁଃଖୀ ଓ ରଙ୍କିଙ୍କୁ ଉଦ୍ଧାରିବା ପାଇଁ ତଥା ସ୍ବାମୀ ଶିବାନନ୍ଦଜୀ ଦେଖାଇଥିବା ପଥ ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ପ୍ରାକ୍ତନ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର କୁମାର ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ବେଦ ଓ ସ୍ବାମୀ ଶିବାନନ୍ଦଜୀ ଦେଇଯାଇଥିବା ମାର୍ଗକୁ ଆପଣାଇବା ପାଇଁ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ଯୋଗ ପ୍ରାଣାୟାମ,ପାଦ ପୂଜା,ପାଦୁକା ସେବନ,ବାଳ ଭୋଗ, ଗଣେଶ କୀର୍ତ୍ତନ,ଗୁରୁ ସ୍ତ୍ରୋତ୍ର, ଶାନ୍ତି ପାଠ,ଜପ, ସ୍ୱାଧ୍ୟାୟ, ହନୁମାନ ଚାଳିଶା,ଭଜନ କୀର୍ତ୍ତନ ଓ ପ୍ରସାଦ ସେବନ ଆୟୋଜନ କରାଯାଇଥିଲା । ଏହି ଅବସରରେ ବିରାଜ ପାଣ୍ଡବ ଙ୍କ ଜନ୍ମ ଦିବସ ପାଇଁ ସ୍ବାମୀଜୀ ଆଶିର୍ବଚନ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ପ୍ରକାଶ କୁମାର ପଣ୍ଡା, ପାଣ୍ଡବ ବେହେରା, ସୁରେନ୍ଦ୍ର ବେହେରା, କବିବର ସାହୁ,ଦିଗମ୍ବର ପାଢ଼ୀ, କାର୍ତ୍ତିକ ବରାଳ, ସର୍ବେଶ୍ଵର ମାନସିଂହ,ବି ଅଗ୍ରୱାଲ, ରାଜେନ୍ଦ୍ର ନାରାୟଣ ହୋତା, ବିଜୟାନନ୍ଦ ଅଗ୍ରୱାଲ, କାର୍ତ୍ତିକ ପାଣ୍ଡବ, ଅମୀୟ ବିଶ୍ବାଳ,ଆର ଏନ୍ ତ୍ରିପାଠୀ, ନିରଞ୍ଜନ ତ୍ରିପାଠୀ, ଚିନ୍ମୟ ଦାଶ,ବ୍ରଜ କିଶୋର ପାଣି,ଗଗନ ବିହାରୀ ନନ୍ଦ, କେଦାର ବେହେରା, ବାଳକୃଷ୍ଣ ମହାରଣା, ଜ୍ୟୋତି ମହାନ୍ତି, ଲକ୍ଷ୍ମୀପ୍ରିୟା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ରବିନ୍ଦ୍ର କୁମାର ପାଣ୍ଡବ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଓଡ଼ିଶା ଡ୍ରାଇଭର ମହାସଂଘକୁ ସମର୍ଥନ ଜଣାଇ ବନ୍ଧୁଗାଁ ଡ୍ରାଇଭର ସଂଘ ତରଫରୁ ଷ୍ଟିରିଙ୍ଗ ଛାଡ ଆନ୍ଦୋଳନ

Sunil Chandra Nayak

ଭାଲୁ କାମୁଡା ରେ ମହିଳା ଗୁରୁତର

masiha

ଓଡିଶା ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡ଼ ସାଂସ୍କୃତିକ ଫୁଜନ ରେ ବାପୁଜି ଉଚ୍ଚ ବିଦ୍ୟାଳୟ ର ସଫଳତା

masiha

Leave a Comment

error: Content is protected !!