ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟସ୍ତରରେ ସଫଳତା ପାଇଥିବା ଛାତ୍ରଙ୍କୁ ସମ୍ବର୍ଦ୍ଧନା

ଜାତୀୟସ୍ତରରେ ସଫଳତା ପାଇଥିବା ଛାତ୍ରଙ୍କୁ ସମ୍ବର୍ଦ୍ଧନା

ରାଉରକେଲା: ନିକଟରେ ଅନୁଷ୍ଠିତ ୬୯ତମ ଜାତୀୟ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗୀତାର ହକି ଖେଳ ବର୍ଗରେ ଓଡ଼ିଶା ଦଳ ଉପବିଜେତା ହୋଇଥିଲା। ଏହି ଅବସରରେ ଓଡ଼ିଶା ହକି ଦଳର ୧୮ଜଣ ଖେଳାଳୀ ଓ ଜଣେ ପରିଚାଳକ ତଥା ଶିକ୍ଷକଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ ସହିତ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଦଳରେ ମୁଖ୍ୟତଃ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଖେଳାଳୀ ସାମିଲ ଥିଲେ। ସେମାନଙ୍କ ମଧ୍ୟରୁ ରାଉରକେଲା ସହରର ପାନପୋଷ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ର ବିଶାଳ ବିବେକ ବାର୍ଲାଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ ଉତ୍ସାହିତ କରାଯାଇଛି। ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ନବନିଯୁକ୍ତ ଅଧ୍ୟକ୍ଷ ତଥା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସେଠୀ ଶ୍ରୀ ବାର୍ଲାଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି। ଏହି ଅବସରରେ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟିତ୍ରୀ ତଥା ଏନ୍‌ସିସି ଅଧିକାରୀ କ୍ୟାପ୍‌ଟେନ୍‌ ମୀନା ଦାସ ଅଧ୍ୟାପକ ମୋହନ ମୁରାରି ବାରିକଙ୍କ ସମେତ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଓଡ଼ିଆ ଭାଷା ବିକାଶ ମଞ୍ଚର ଫକୀର ମୋହନଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି

Sunil Chandra Nayak

କନିଷ୍ଠ ଯନ୍ତ୍ରୀ ଙ୍କ ବିୟୋଗରେ ଡାବୁଗାଁ ବ୍ଳକ ରେ ପାଳିଲେ ଶୋକ ସଭା

Sunil Chandra Nayak

କିସ ଆଦିବାସୀ ବିଶ୍ୱବିଦ୍ୟାଳୟ ଭଳିଆ ଆଦିବାସୀ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ଦିଅ, ଧାନ ର ଏମ.ଏସ.ପି ଡବଲ କର, ପେସା ଆକ୍ଟ ଲାଗୁ କର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରେ ସାଂସଦ ରାଜ୍ୟସଭା ଶ୍ରୀ ନିରଞ୍ଜନ ବିଶି ଙ୍କ କଡା ମନ୍ତବ୍ୟ

masiha

Leave a Comment

error: Content is protected !!