ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜଳେଶ୍ୱର ନିର୍ବାଚନ ମଣ୍ଡଳୀରେ ଏସ ଆଇ ଆର ସର୍ଭେରେ ବ୍ୟାପକ ଚଞ୍ଚକତା l ହଜାର ହଜାର ଲୋକଙ୍କୁ ଭୋଟର ଲିଷ୍ଟରୁ ନାମ କାଟିବା ପାଇଁ ଚକ୍ରାନ୍ତ 

ଜଳେଶ୍ୱର ନିର୍ବାଚନ ମଣ୍ଡଳୀରେ ଏସ ଆଇ ଆର ସର୍ଭେରେ ବ୍ୟାପକ ଚଞ୍ଚକତା 

ହଜାର ହଜାର ଲୋକଙ୍କୁ ଭୋଟର ଲିଷ୍ଟରୁ ନାମ କାଟିବା ପାଇଁ ଚକ୍ରାନ୍ତ 
ଜଳେଶ୍ୱର ଇଣ୍ଡିଆ ମେଣ୍ଟ ପକ୍ଷରୁ ଏହା ବିରୋଧରେ ସାମ୍ବାଦିକ ସମ୍ମିଳନୀ 

ଜଳେଶ୍ୱର,୯/୯(ମନିସ)-ଜଳେଶ୍ୱର ନିର୍ବାଚନ ମଣ୍ଡଳୀରେ ଏସ ଆଇ ଆର ପ୍ରକ୍ରିୟାରେ ବ୍ୟାପକ ଅନିମତିୟତା ଓ ଚଞ୍ଚକତା ବିରୁଦ୍ଧରେ ଆଜି ଇଣ୍ଡିଆ ମେଣ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଶୋଭା ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏସ ଆଇ ଆର ପ୍ରକ୍ରିୟା ଦାୟିତ୍ୱରେ ଥିବା ଜଳେଶ୍ୱର ଗ୍ରାମ ପଞ୍ଚାୟତ ଅଧିକାରୀ ସଂପୃକ୍ତିରେ ଫର୍ମ ୭ କୁ ବ୍ୟବହାର କରି ହଜାର ହଜାର ଲୋକଙ୍କୁ ଭୋଟର ଲିଷ୍ଟରୁ ବାଦ୍ କରିବା ପାଇଁ ଚକ୍ରାନ୍ତ କରୁଛନ୍ତି l ରାଜପୁର ପଞ୍ଚାୟତରେ ୧୦୨ ନମ୍ବର ବୁଥରେ ୬୩ ଜଣ ଭୋଟରଙ୍କ ନାମରେ ୭ ନମ୍ବର ଫର୍ମରେ ଜାଲ ଦସ୍ତଖତ କରି ସେମାନଙ୍କ ନାମ କାଟିବା ପାଇଁ ଯୋଜନା ଚାଲିଛି ଯାହାର ପ୍ରମାଣ ସହ ସାମ୍ବାଦିକ ସମ୍ମିଳନୀରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଉପସ୍ଥାପିତ କରିବା ସହିତ ଜି ପି ଓ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି l ତାହା ସହିତ ସମଗ୍ର ନିର୍ବାଚନ ମଣ୍ଡଳୀରେ ଥିବା ଥିବା ୩୧୬ ବୁଥରେ କେତେ ଲୋକଙ୍କ ନାମରେ ୭ ନମ୍ବର ଫର୍ମରେ ଅଭିଯୋଗ ଆସିଛି ବା ସେମାନଙ୍କ ନାମ କାଟିବା ପାଇଁ ଆବେଦନ କରାଯାଇଛି, ତାର ତାଲିକା ଦେବା ପାଇଁ ଏ.ଇ.ଆର.ଓ, ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାବି କରାଯାଇଛି l ଯଦି ଅନ୍ୟାୟ ବା ଚଞ୍ଚକତା କରି କାହାରି ନାମ କରିବାକୁ ପ୍ରୟାସ କରାଯାଏ ତେବେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଘୋର ପ୍ରତିବାଦ ହେବ ବୋଲି ଇଣ୍ଡିଆ ମେଣ୍ଟ ତରଫରୁ ଚେତାବନୀ ଦିଆଯାଇଛି lଆଜିର ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସୁଦର୍ଶନ ଦାସ, ସିପିଏମ ନେତା ଶିଶିର ହୁଇଙ୍କ ସମେତ ବ୍ଲକ କଂଗ୍ରେସ ସଭାପତି ହେମନ୍ତ ଗିରି, ଟାଉନ କଂଗ୍ରେସ ସଭାପତି ଜଗଦୀଶ ନନ୍ଦୀ, ନିର୍ବାଚନ ମଣ୍ଡଳୀର ସଂଯୋଜକ ମଧୁସୁଦନ ଦାସ, କିଶାନ କଂଗ୍ରେସ ସଭାପତି ସୁଦାମ ଚରଣ ପାତ୍ର,ପୂର୍ବତନ ସରପଞ୍ଚ ପଦ୍ମଲୋଚନ ବେହେରା,ସିପିଏମ ନେତା ସୀତାଂଶୁ ସେନାପତି, ରବୀନ୍ଦ୍ର ବାରିକ, ଦୀପ୍ତିମାନ ଆଚାର୍ଯ୍ୟ, ପୂର୍ବତନ ସରପଞ୍ଚ ଦିଲୀପ ପରିଡ଼ା, ରାମ ବେହେରା, ସଞ୍ଜିତ ପ୍ରଧାନ, ପ୍ରଶାନ୍ତ ରାୟ, ଦୁର୍ଗା ଶଙ୍କର ଆଶ ପ୍ରମୁଖ ଉପସ୍ଥିତ ଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ତରଫରୁ ବିକ୍ଷୋଭ ପ୍ରଦର୍ଶନ

masiha

ରାଉରକେଲା ବିଜେପିରେ ଅନ୍ତଃକନ୍ଦଳ : ସଭାନେତ୍ରୀ ପୂର୍ଣ୍ଣିମା କେର୍କେଟାଙ୍କୁ ବିଦା କରିବା ପାଇଁ ଜୁଏଲଙ୍କ ଗୋଷ୍ଠୀ ତତ୍ପର

Sunil Chandra Nayak

ଆସନ୍ତା ୨୭ ରେ ବି ଜେ ପି ରାଜ୍ୟ ସଭାପତି ଙ୍କ ଜୁନାଗଡ଼ ଗସ୍ତ ପାଇଁ ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!