ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ରେ ସ୍ୱତନ୍ତ୍ର ଶ୍ରମିକ କଲ୍ୟାଣ ଶିବିର ଅନୁଷ୍ଠିତ। ୭୬୨ ଜଣ ହିତାଧିକାରୀଙ୍କୁ ୬.୬ କୋଟି ଟଙ୍କାର ଆର୍ଥିକ ସହାୟତା….

ଧର୍ମଗଡ଼ ରେ ସ୍ୱତନ୍ତ୍ର ଶ୍ରମିକ କଲ୍ୟାଣ ଶିବିର ଅନୁଷ୍ଠିତ

୭୬୨ ଜଣ ହିତାଧିକାରୀଙ୍କୁ ୬.୬ କୋଟି ଟଙ୍କାର ଆର୍ଥିକ ସହାୟତା….

ଧର୍ମଗଡ଼: ଶ୍ରମିକମାନଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବା ସହ ସରକାରଙ୍କ ବିଭିନ୍ନ ଶ୍ରମିକ କଲ୍ୟାଣକାରୀ ଯୋଜନାର ସୁବିଧା ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଡିଭିଜନାଲ୍ ଲେବର କମିଶନରଙ୍କ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଧର୍ମଗଡ଼ ବ୍ଲକ୍ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର ଶ୍ରମିକ କଲ୍ୟାଣ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ଶିବିରରେ ପଞ୍ଜୀକୃତ ନିର୍ମାଣ ଶ୍ରମିକ ଓ ଅସଂଗଠିତ ଶ୍ରମିକମାନଙ୍କୁ ସରକାରଙ୍କ ଶ୍ରମିକ କଲ୍ୟାଣ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ ସହିତ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରାଯାଇଥିଲା। ଏହି ଅବସରରେ ୮୦ ଜଣ ପଞ୍ଜୀକୃତ ନିର୍ମାଣ ଶ୍ରମିକ ଓ ୨୦ ଜଣ ଅସଂଗଠିତ ଶ୍ରମିକଙ୍କୁ ଶ୍ରମିକ କାର୍ଡ ବଣ୍ଟନ କରାଯାଇଥିଲା।

ଏଥିସହିତ ବିଭିନ୍ନ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ମୋଟ ୭୬୨ ଜଣ ହିତାଧିକାରୀଙ୍କୁ ୬.୬ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏଥିରେ ମୃତ୍ୟୁକାଳୀନ ସହାୟତା, ଅନ୍ତ୍ୟେଷ୍ଟିକ୍ରିୟା ସହାୟତା, ମାତୃତ୍ୱ ସହାୟତା, ଶିକ୍ଷା ସହାୟତା ଓ ବିବାହ ସହାୟତା ଭଳି ବିଭିନ୍ନ କଲ୍ୟାଣକାରୀ ଯୋଜନାର ସହାୟତା ସାମିଲ ଥିଲା।

କାର୍ଯ୍ୟକ୍ରମରେ ଧର୍ମଗଡ଼ର ମାନ୍ୟବର ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗଦେଇ ଶ୍ରମିକମାନଙ୍କ କଲ୍ୟାଣ ଓ ସାମାଜିକ ସୁରକ୍ଷା ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ମାନ୍ୟବର କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ଲକ୍ଷ୍ମୀକାନ୍ତ ବାଗ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଧର୍ମଗଡ଼ ଏନ୍‌ଏସି ଅଧ୍ୟକ୍ଷ ଅଶୋକ ମହାନ୍ତି, ଧର୍ମଗଡ଼ ଡେପୁଟି କଲେକ୍ଟରଙ୍କ ସମେତ ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ।

ଏହି ଶିବିର ମାଧ୍ୟମରେ ଶ୍ରମିକମାନଙ୍କୁ ଏକ ସ୍ଥାନରେ ପଞ୍ଜୀକରଣ, ଶ୍ରମିକ କାର୍ଡ ବଣ୍ଟନ, ବିଭିନ୍ନ କଲ୍ୟାଣ ଯୋଜନା ସମ୍ପର୍କିତ ସୂଚନା ଓ ଆର୍ଥିକ ସହାୟତା ପ୍ରଦାନ କରାଯିବା ଫଳରେ ସେମାନେ ସରକାରଙ୍କ ଶ୍ରମିକ କଲ୍ୟାଣମୂଳକ ପଦକ୍ଷେପର ସୁଯୋଗ ନେବାରେ ଅଧିକ ସହାୟତା ପାଇପାରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଆବାସ ଗୃହରୁ ବଞ୍ଚିତ ବିଳାଶ,ମାଟି କୁଡ଼ିଆ ଘରେ ରହୁଛନ୍ତି ପରିବାର ଲୋକେ 

ଜୟପୁର ଠାରୁ କେଦାରନାଥ ପର୍ଯ୍ୟନ୍ତ ଦୀର୍ଘ ୨୨୦୦ କି.ମି ସାଇକେଲ ଯୋଗେ ଯାତ୍ରା

ଶରଣ ଶ୍ରୀକ୍ଷେତ୍ର ଠାରେ ନବ ନିର୍ମିତ ଶ୍ରୀଜଗନ୍ନାଥଙ୍କ ଭବ୍ୟମନ୍ଦିର ପ୍ରତିଷ୍ଠା ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!