ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଜ୍ଞାନତା ଆମର ସବୁଠୁ ବଡ ଶତ୍ରୁ :କାର୍ଯ୍ୟ-କାରଣ ସମ୍ପର୍କ ଖୋଜିବା ହିଁ ବିଜ୍ଞାନ : ସତ୍ୟର ପାହାଡ ଉପରେ ଠିଆ ହୋଇଥାଏ ବିଜ୍ଞାନ :ଅନ୍ଧକାରରୁ ଆଲୋକକୁ ନେଇଥାଏ ବିଜ୍ଞାନ:ମାନବ ପାଇଁ ବିଜ୍ଞାନ,ସମାଜ ପାଇଁ ବିଜ୍ଞାନ,ଚିନ୍ତାରେ ବିଜ୍ଞାନ :ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ଛାତ୍ରୀ,ଛାତ୍ର ବିଜ୍ଞାନ ସେମିନାର–୨୦୨୬ ସଫଳତାର ସହ ଅନୁଷ୍ଠିତ

ଅଜ୍ଞାନତା ଆମର ସବୁଠୁ ବଡ ଶତ୍ରୁ :କାର୍ଯ୍ୟ-କାରଣ ସମ୍ପର୍କ ଖୋଜିବା ହିଁ ବିଜ୍ଞାନ : ସତ୍ୟର ପାହାଡ ଉପରେ ଠିଆ ହୋଇଥାଏ ବିଜ୍ଞାନ :ଅନ୍ଧକାରରୁ ଆଲୋକକୁ ନେଇଥାଏ ବିଜ୍ଞାନ:ମାନବ ପାଇଁ ବିଜ୍ଞାନ,ସମାଜ ପାଇଁ ବିଜ୍ଞାନ,ଚିନ୍ତାରେ ବିଜ୍ଞାନ :ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ଛାତ୍ରୀ,ଛାତ୍ର ବିଜ୍ଞାନ ସେମିନାର–୨୦୨୬ ସଫଳତାର ସହ ଅନୁଷ୍ଠିତ
ପଞ୍ଚାୟତରାଜ୍ ହାଇସ୍କୁଲ୍,କାନପୁରା,କାମାକ୍ଷାନଗର ନବମ ଶ୍ରେଣୀର ଛାତ୍ର ଶ୍ରୀମାନ୍ ମିଶ୍ର ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରକୁ ମନୋନୀତ:

ଢେଙ୍କାନାଳ :ତା.୧୧.୦୯.୨୦୨୬ ରିଖ:(ମ ନି ସ   ) :ଭାରତ ସରକାରଙ୍କ ସଂସ୍କୁତି ମନ୍ତ୍ରାଳୟ ଅଧିନ ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ ଅଧିନରେ ପରିଚାଳିତ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ଓ ଢେଙ୍କାନାଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ (ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ,ଓଡ଼ିଶା ସରକାର)ଙ୍କ ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଛାତ୍ରଛାତ୍ରୀ ବିଜ୍ଞାନ ସେମିନାର–୨୦୨୬ ଆଜି ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି।ଚଳିତ ବର୍ଷର ସେମିନାରର ବିଷୟ ଥିଲା “ଭାରତୀୟ ଶକ୍ତି ଭଣ୍ଡାର ୨୦୪୭: ସମ୍ଭାବନା ଓ ଆହ୍ୱାନ”।ଜିଲ୍ଲା ବିଜ୍ଞାନ ଅଧିକାରୀ,ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ଏମ୍. ଏମ୍. ରାଉତ ଏବଂ ଜିଲ୍ଲା ବିଜ୍ଞାନ ସୁପରଭାଇଜର ବିଶ୍ୱଜିତ୍ ମିଶ୍ରଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।ଉଦ୍‌ଘାଟନୀ ସ୍ୱାଗତ ଭାଷଣରେ ଏମ୍. ଏମ୍. ରାଉତ ୨୦୪୭ ସୁଦ୍ଧା ଭାରତର ଶକ୍ତି ସୁରକ୍ଷା, ଅକ୍ଷୟ ଶକ୍ତିର ବ୍ୟବହାର,ସ୍ଥାୟୀ ବିକାଶ ଏବଂ ବୈଜ୍ଞାନିକ ଚିନ୍ତାଧାରାର ଗୁରୁତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟକ ବାର୍ତ୍ତା ପ୍ରଦାନ କରିଥିଲେ।ସମସ୍ତ ଅଂଶଗ୍ରହଣ କାରୀ ଛାତ୍ରୀ,ଛାତ୍ର ମାନଙ୍କୁ ସେମିନାର ନିୟମାବଳୀ ସମ୍ପର୍କରେ ଅବଗତ କରାଇଥିଲେ।ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ବ୍ଲକ୍ ସ୍ତରରେ ବିଜୟୀ ହୋଇଥିବା ୧୬ ଜଣ ପ୍ରତିଯୋଗୀ ଏହି ସେମିନାରରେ ଅଂଶଗ୍ରହଣ କରି ଉକ୍ତ ବିଷୟ ଉପରେ ପିପିଟି ପ୍ରଦର୍ଶନ ମାଧ୍ୟମରେ ନିଜର ଗବେଷଣାଧର୍ମୀ ଉପସ୍ଥାପନା କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ତଥା ବିଚାରକ ଭାବେ ଡା.ଦେବୀ ପ୍ରସାଦ ମିଶ୍ର,ଜିଲ୍ଲା ଏକାଡେମିକ୍ ସଂଯୋଜକ,ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ,ଢେଙ୍କାନାଳ ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ,କୈଳାଶ ଚନ୍ଦ୍ର ପ୍ରୁଷ୍ଟି ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କ ଉପସ୍ଥାପନାର ମୂଲ୍ୟାଙ୍କନ କରିଥିଲେ।ପଞ୍ଚାୟତ ରାଜ ହାଇସ୍କୁଲ,କାନପୁରାର ଶ୍ରୀମାନ୍ ମିଶ୍ର ପ୍ରଥମ ସ୍ଥାନ,ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ଅଙ୍କରାନ୍ତିପୁରର ଆରାଧ୍ୟା ନାୟକ ଦ୍ୱିତୀୟ ସ୍ଥାନ ଏବଂ ବେଡ଼ାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ଅନୁପ୍ରିୟା ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ।

ଅପରାହ୍ନ ୪ ଘଟିକା ସମୟରେ କାର୍ଯ୍ୟକ୍ରମର ଉଦ୍ ଯାପନୀ ଓ ପୁରସ୍କାର ବିତରଣ ଉତ୍ସବରେ ଜିଲ୍ଲା ବିଜ୍ଞାନ ଅଧିକାରୀ, ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ଏମ୍. ଏମ୍. ରାଉତ ମୁଖ୍ୟ ଅତିଥି ଢେଙ୍କାନାଳ ଜିଲ୍ଲା ବିଜ୍ଞାନ ସୁପରଭାଇଜର ବିଶ୍ୱଜିତ୍ ମିଶ୍ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ,କୈଳାଶ ଚନ୍ଦ୍ର ପ୍ରୁଷ୍ଟି ଓ ଅବସରପ୍ରାପ୍ତ ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ରାଜ୍ଯ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ଏକାଡେମିକ୍ ସଂଯୋଜକ ଡ଼ା.ଦେବୀ ପ୍ରସାଦ ମିଶ୍ର ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ଅଜ୍ଞାନ ଅନ୍ଧକାରରୁ ଆଲୋକକୁ ନେଇଥାଏ ବିଜ୍ଞାନ,ଅନୁସନ୍ଧିତ୍ସୁ ମାନବର ଅବିରତ ଉଦ୍ୟମ ଦ୍ଵାରା ସତ୍ୟର ପାହାଡ ଉପରେ ଠିଆ ହୋଇଥାଏ ବିଜ୍ଞାନ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ନିର୍ବୋଧତା ଆମର ସବୁଠୁ ବଡ ଶତ୍ରୁ।କାର୍ଯ୍ୟ-କାରଣ ସମ୍ପର୍କ ଖୋଜିବା ହିଁ ବିଜ୍ଞାନ।ମାନବ ପାଇଁ ବିଜ୍ଞାନ,ସମାଜ ପାଇଁ ଵିଜ୍ଞାନ,ଚିନ୍ତାରେ ବିଜ୍ଞାନ ରହିଲେ ବିଶ୍ଵର ପ୍ରଗତି ସମ୍ଭବ ହୋଇ ପାରିବ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ମୁଖ୍ୟ ମଥୁରି ମୋହନ ରାଉତ ସ୍ୱାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ,ବିଜ୍ଞାନ ସେମିନାରର ଆଭିମୁଖ୍ୟ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ବୈଜ୍ଞାନିକ ଅନୁସନ୍ଧାନ ଓ ବିଶ୍ଲେଷଣାତ୍ମକ ଚିନ୍ତାଧାରା ଦ୍ଵାରା ରାଷ୍ଟ୍ରର ସର୍ବାଙ୍ଗୀନ ପ୍ରଗତି ସମ୍ଭବ ହୋଇପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।ସମ୍ମାନିତ ଅତିଥି ତଥା ବିଚାରକ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ,କୈଳାଶ ଚନ୍ଦ୍ର ପ୍ରୁଷ୍ଟି ଓ ଅବସରପ୍ରାପ୍ତ ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ରାଜ୍ଯ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ଏକାଡେମିକ୍ ସଂଯୋଜକ ଡ଼ା.ଦେବୀ ପ୍ରସାଦ ମିଶ୍ର ଅଂଶଗ୍ରହଣକାରୀ ପ୍ରତିଯୋଗୀମାନଙ୍କୁ ଆଦର୍ଶ ବିଜ୍ଞାନ ସେମିନାର ଉପସ୍ଥାପନ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ।ମଞ୍ଚାସୀନ ଅତିଥି ବୃନ୍ଦ ବିଜେତାମାନଙ୍କୁ ପର୍ଯ୍ୟାୟକ୍ରମେ ପ୍ରଶଂସାପତ୍ର ଓ ପୁରସ୍କାର ପ୍ରଦାନ କରିବା ସହ ସମସ୍ତ ପ୍ରତିଯୋଗୀମାନଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରିଥିଲେ।ପଞ୍ଚାୟତରାଜ୍ ହାଇସ୍କୁଲ୍,କାନପୁରା,କାମାକ୍ଷାନଗର ନବମ ଶ୍ରେଣୀର ଛାତ୍ର ଶ୍ରୀମାନ୍ ମିଶ୍ର ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି।ଏହି ବିଜ୍ଞାନ ସେମିନାରରେ ଢେଙ୍କାନାଳ ଜିଲ୍ଲାର ଭୁବନ, କାମାକ୍ଷାନଗର, କଙ୍କଡ଼ାହାଡ଼,ପରଜଙ୍ଗ, ଓଡ଼ାପଡ଼ା,ହିନ୍ଦୋଳ,ଗନ୍ଦିଆ ଢେଙ୍କାନାଳ ସଦର ଏହିଭଳି ସମସ୍ତ ୮ ଟି ବ୍ଲକ୍ ର ୧୬ଟି ହାଇସ୍କୁଲରୁ ୧୬ଜଣ ବିଦ୍ୟାର୍ଥୀ ଭାଗ ନେଇଥିଲେ।ମାର୍ଗଦର୍ଶକ ସହାୟକ ଶିକ୍ଷକ ଭାବେ ପ୍ରତି ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ, ଶିକ୍ଷକମାନେ ଉପସ୍ଥିତ ଥିଲେ।ଶେଷରେ ଜିଲ୍ଲା ବିଜ୍ଞାନ ସୁପରଭାଇଜର ବିଶ୍ୱଜିତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିବାବେଳେ,ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଶିକ୍ଷା ସହାୟକ ଶଙ୍କର ଗୁରୁଙ୍ଗ,ସମସ୍ତ କର୍ମଚାରୀ ବୃନ୍ଦ ଓ ଢେଙ୍କାନାଳ ଜିଲ୍ଲା ଶିକ୍ଷାବିଭାଗର ଜିଲ୍ଲା ବିଜ୍ଞାନ ସୁପରଭାଇଜର ବିଶ୍ୱଜିତ୍ ମିଶ୍ର ଆକାଶ ଅଭିଷେକ ବେହେରା,ପ୍ରତ୍ୟୁଷ୍ କୁମାର ସାହୁ ଓ ସମସ୍ତ କର୍ମଚାରୀ ବୃନ୍ଦ ସମଗ୍ର କାର୍ଯ୍ୟକ୍ରମକୁ ସଫଳତାର ସହ ସଂଯୋଜନା କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ପ୍ରଗତି ଉତ୍କଳ ସଂଘରେ ନବବର୍ଷ ଉପଲକ୍ଷେ ‘ମୋ ପ୍ରିୟ କବି ଓ କବିତା’ ପାଠ ଅନୁଷ୍ଠିତ

masiha

ଜାତୀୟସ୍ତରରେ ସଫଳତା ପାଇଥିବା ଛାତ୍ରଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ଗିଦିଘାଟୀ ପଞ୍ଚାୟତର ଦୁର୍ନିତି ର ଚେର ପାତାଳ କୁ ଯାଇଛି! ନ୍ୟାୟ ମିଳୁନାହିଁ ଠିକାଦାରକୁ; ଜିଲ୍ଲାପାଳଙ୍କୁ ଗୁହାରି କଲେବି ଫଳ ଶୂନ 

Leave a Comment

error: Content is protected !!