ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ। ୮୦୨୨ ଟି ମାମଲାର ଫଇସଲା

କଳାହାଣ୍ଡି ଜିଲ୍ଲାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

୮୦୨୨ ଟି ମାମଲାର ଫଇସଲା

କଳାହାଣ୍ଡି ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆଜି ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ, ଅନୁପ ରଞ୍ଜନ ପଟ୍ଟନାୟକ ଓ ସଚିବ ସ୍ନିଗ୍‌ଧା ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ବିଭିନ୍ନ ଅଦାଲତରେ ୮୦୨୨ ଟି ମାମଲା ଫଇସଲା କରାଯାଇଥିଲା। ୨୩ ଟି ମୋଟର ଯାନ ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୨,୭୦,୪୯,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା।ସେହିପରି ପାରିବାରିକ ବିବାଦ ଜନିତ ମକଦ୍ଦମା୫ ଗୋଟି ଫଇସଲା କରାଯାଇଥିଲା। ମକଦ୍ଦମା ୩୭ଟି ଦେୱାନୀ ମକଦ୍ଦମାର ଫଇସଲା କରାଯାଇ ୪୦୧୦୦୦ ଟଙ୍କା ଆଦାୟ କରାଯାଇଥିଲା । ବିଚାର ଯୋଗ୍ୟ ୨୨୭ଟି ଫୌଜଦାରି ମକଦ୍ଦମା ଫଇସଲା କରାଯାଇ ୪,୩୦,୪୫୫ ଟଙ୍କା ଆଦାୟ କରାଯାଇଥିଲା। ଏହାସହ ଏନ୍‌ଆଇ ଆକ୍ଟ ମାମଲା(୧୩୮) ୨୬ଟି ଫଇସଲା କରାଯାଇ ୨୧୭୯୪୨୩୭ ଟଙ୍କା ଆଦାୟ କରାଯାଇଥିଲା । ୬୯୮୫ ଗୋଟି ରାଜସ୍ଵ ମକଦ୍ଦମା ଫଇସଲା କରାଯାଇ ୧୪୩୫୯୩ ଟଙ୍କା ଆଦାୟ କରା ଯାଇଥିଲା। ୭୧୮ ଟି ପ୍ରାକ୍ ମକଦ୍ଦମା ସମ୍ବନ୍ଧୀୟ ମାମଲାର ଫଇସଲା କରାଯାଇ ୯୩୬୦୪୩୨ ଟଙ୍କା ଆଦାୟ କରାଯାଇଥିଲା।

ଏହି ଲୋକ ଅଦାଲତରେ ଜିଲ୍ଲା ଜଜ୍ ତଥା ସଦସ୍ୟ ପ୍ରଥମ ମୋଟରଯାନ ଦୁର୍ଘଟଣା ନ୍ୟାୟାଧିକାରୀ ଅନୁପ ରଞ୍ଜନ ପଟ୍ଟନାୟକ, ପରିବାର ଅଦାଲତ ଜଜ୍, ରାଜଶ୍ରୀ ମହାପାତ୍ର, ମୁଖ୍ୟ ବିଚାର ବିଭାଗିୟ ମାଜିଷ୍ଟ୍ରେଟ ପଦ୍ମଲୋଚନ ବଡଜେନା ଓ ଅନ୍ୟାନ୍ୟ ମାଜିଷ୍ଟ୍ରେଟ ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପାଚିକା ଓ ସହାୟିକାଙ୍କ ତାଲିମ୍ ଶିବିର ଉଦଯାପିତ

Sunil Chandra Nayak

ବିଶ୍ୱ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସରେ  ଓଡ଼ିଶା ମହିଳା ଆଇନଜୀବୀ ସଙ୍ଘ ପକ୍ଷରୁ ବରପୁତ୍ର ଙ୍କୁ ଶ୍ରଦ୍ଧାଞ୍ଜଳି

masiha

ସାଇବର ସୁରକ୍ଷା ଅଭିଯାନ-୨୦୨୫ ଅବସରରେ ବାରିପଦା ଠାରେ ସଚେତନତା ସାଇକେଲ ରାଲି ଅନୁଷ୍ଠିତ।

Sunil Chandra Nayak

Leave a Comment

error: Content is protected !!