ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିତାରାମ ୟେଚୁରୀ ସ୍ମୃତି ସମାରୋହ ଉଦଯାପିତ। ଶିକ୍ଷା ଓ ରୋଜଗାର ପାଇଁ ଯୁବ ସମାଜ ଏକହେବାକୁ ଆହ୍ଵାନ

ସିତାରାମ ୟେଚୁରୀ ସ୍ମୃତି ସମାରୋହ ଉଦଯାପିତ

ଶିକ୍ଷା ଓ ରୋଜଗାର ପାଇଁ ଯୁବ ସମାଜ ଏକହେବାକୁ ଆହ୍ଵାନ

ବ୍ରହ୍ମପୁର,୧୨/୦୯ ଶହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲରେ ସୀତାରାମ ୟେଚୁରୀଙ୍କ ଦ୍ୱିତୀୟ ମୃତ୍ୟୁ ବାର୍ଷିକୀ ଶନିବାର ଦିନ ପାଳନ କରାଯାଇଛି।ଏହି ଅବସରରେ “ସଂଧିକ୍ଷଣରେ ଯୁବ ସମାଜ ଓ ଶିକ୍ଷା, ନିଯୁକ୍ତି ଓ ଗଣତନ୍ତ୍ର ” ସମ୍ପର୍କରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟବକ୍ତା ଭାବେ ଏସ.ଏଫ.ଆଇ ର ସର୍ବଭାରତୀୟ ସାଧାରଣ ସମ୍ପାଦକ ଶ୍ରୀଜନ ଭଟାଚାର୍ୟ ଯୋଗଦେଇ ଦେଶର ଶିକ୍ଷା ଓ ନିଯୁକ୍ତିର ବିପର୍ଯ୍ୟୟ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ସେ ମୋଦି ସରକାର ଆସିବା ପରେ ଲକ୍ଷାଧିକ ସ୍କୁଲ ବନ୍ଦ ହୋଇଛି ବୋଲି ଉଲ୍ଲେଖ କରିଥିଲେ।ସରକାର ସ୍କୁଲ ଖୋଲିବା ପରିବର୍ତ୍ତେ ପ୍ରତିଦିନ ୨୫ଟି ସ୍କୁଲ ବନ୍ଦ କରୁଛନ୍ତି ବୋଲି ଉଲ୍ଲେଖ କରିଥିଲେ। ସେହିଭଳି ୩୦ ଲକ୍ଷ ଶିକ୍ଷକ ପଦବୀ ପୂରଣ ନ କରି ରଖିଛନ୍ତି। ଶିକ୍ଷା ବଜେଟକୁ ସଙ୍କୋଚିତ କରୁଛନ୍ତି। ଘରୋଇ ଶିକ୍ଷାକୁ ପ୍ରୋତ୍ସାହିତ ଦେଉଛନ୍ତି। ଯାହା ଫଳରେ ସାଧାରଣ ପିଲା ପାଠ ପଢିବାରୁ ବଞ୍ଚିତ ହେଉଛନ୍ତି। ସେହିଭଳି ଯୁବକ ମାନଙ୍କ ଅବସ୍ଥା ତଦୃପ। ଦେଶରେ ସରକାରଙ୍କ ବିଭିନ୍ନ ବିଭାଗରେ ୬୦ଲକ୍ଷ ଚାକିରୀ ଖାଲି ପଡ଼ିଛି । ବେକାରୀ ସର୍ବୋଚ୍ଚ ସ୍ତରରେ। ତେଣୁ ବିନା ରୋଜଗାରରେ ଯୁବ ସମାଜ ସଂଧିକ୍ଷଣରେ ।

ଅନ୍ୟ ଦିଗରେ ପ୍ରତିବାଦ ଓ ହକ ଦାବୀର ମାଧ୍ୟମ ହେଉଛି ଗଣତନ୍ତ୍ର।କିନ୍ତୁ ହକ ଓ ଅସନ୍ତୋଷ ପ୍ରକାଶ କରିବା ଲୋକଙ୍କୁ ମୋଦି ସରକାର ଦମନ କରିବା ପାଇଁ ଉଦ୍ୟମ କରୁଛି । ଏହି ମାଧ୍ୟମରେ ମୋଦି ସରକାର ଶାସନ କରିବା ପାଇଁ ଦମନ ସହିତ ଧର୍ମ, ଜାତି ନାମରେ ଘୃଣା ରାଜନୀତି କରୁଛନ୍ତି। କିନ୍ତୁ ଯୁବଛାତ୍ର ଏହି ଚକ୍ରାନ୍ତକୁ ବୁଝିବାରେ ସକ୍ଷମ ହୋଇଛନ୍ତି। ଯନ୍ତର ମନ୍ତର ଆନ୍ଦୋଳନ ମଧ୍ୟରେ ଯୁବ ସମାଜ ସରକାର ତାଙ୍କର ଭୁଲିଯାଇ ଥିବା ଦାୟିତ୍ୱ ଓ ଜନସାଧାରଣଙ୍କୁ ତାଙ୍କର ଅଧିକାର ସମ୍ପର୍କରେ ସଚେତନ କରିଦେଇଛି।ଏହି ସଚେତନତାକୁ ସଂଗଠକ ଓ ସଙ୍ଘର୍ଷ ହିଁ ଶକ୍ତିଶାଳୀ କରି ପାରିବ। ସାଥି ସିତାରାମ ୟେଚୁରୀ ଏହି ସଂଘର୍ଷରେ ଆଗଧାଡ଼ିରେ ରହୁଥିଲେ। ଏହି କାର୍ଯ୍ୟକୁ ଆଗେଇ ନେଇପାରିଲେ ସିତାରାମ ୟେଚୁରୀଙ୍କ ପ୍ରତି ସର୍ବ ଶ୍ରେଷ୍ଠ ସମ୍ମାନ ହେବ ବୋଲି ଉଲ୍ଲେଖ କରିଥିଲେ।

ଏଥିରେ ସିପିଏମର ପୂର୍ବତନ ରାଜ୍ୟ ସମ୍ପାଦକ ତଥା ସିତାରାମ ୟେଚୁରୀଙ୍କ ସହଯୋଗୀ ଅଳି କିଶୋର ପଟ୍ଟନାୟକ ଓ ପୂର୍ବତନ ଏସ.ଏଫ.ଆଇ ନେତା ତଥା ସିପିଏମ ରାଜ୍ୟ ସମ୍ପାଦକ ସୁରେଶ ପଣିଗ୍ରାହୀ ସିତାରାମ ୟେଚୁରୀଙ୍କ ସ୍ମୃତି ଚାରଣ କରି ତାଙ୍କର ତ୍ୟାଗ ଓ ନିଷ୍ଠା ସମ୍ପର୍କରେ ଆଲୋଚନା କରିଥିଲେ। 

ଏହି ସଭାରେ ସମାରୋହ କମିଟିର ଆବାହକ ଯୁଧିଷ୍ଠିର ବେହେରା ସଭାପତିତ୍ୱ କରିଥିଲେ। ଛାତ୍ର ନେତା ସ୍ବତୀ ସଂପ୍ରୀତି ତ୍ରିପାଠୀ ସ୍ୱାଗତ ଭାଷଣ ଓ ଲକିରି ଛୋଟରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ସମାରୋହରେ ଶ୍ରୀଧର ସ୍ୱାଇଁ ଅଜିତ ପଣିଗ୍ରାହୀ,ପ୍ରଶାନ୍ତ ବିଶୋଇ, ଚନ୍ଦ୍ର ଶେଖର ନାୟକ,ଅମୃତା ତରାଇ, ଆଦିତ୍ୟ ବାଡତୀୟା ପ୍ରମୁଖ ଛାତ୍ର ଯୁବ ନେତୃତ୍ୱ ମଞ୍ଚାସିନ ଥିଲେ।

Related posts

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ଅନୁମତି ପାଇଁ ଵଡଜାରୀ,ଫୁଲବାଡିଆ ଏବଂ କିତାଵେଡା ଗ୍ରାମବାସୀ ବନଖଣ୍ଡ ଅଧିକାରୀଙ୍କଠାରେ ଦ୍ବାରସ୍ଥ

masiha

ଚଇତି ମଞ୍ଚରେ ଉନ୍ମୋଚନ ହେଲା ଚଇତି ଗୀତ ୨୦୨୪, କଣ୍ଠଦାନ କରିଛନ୍ତି ଆଞ୍ଚଳିକ ଦିବ୍ୟାଙ୍ଗ କଳାକାର 

masiha

ସିଲ କରୁଥିବା ସମସ୍ତ କାରଖାନା ଶ୍ରମିକଙ୍କୁ ସରକାର ଦିଅନ୍ତୁ ମାସିକିଆ ଦରମା 

masiha

Leave a Comment

error: Content is protected !!