ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୟୂରଭଞ୍ଜ ଆଇନ ମହାବିଦ୍ୟାଳୟରେ ‘ସୂଚନା ଅଧିକାର ଆଇନ’ ଉପରେ କର୍ମଶାଳା ଅନୁଷ୍ଠିତ

ମୟୂରଭଞ୍ଜ ଆଇନ ମହାବିଦ୍ୟାଳୟରେ ‘ସୂଚନା ଅଧିକାର ଆଇନ’ ଉପରେ କର୍ମଶାଳା ଅନୁଷ୍ଠିତ

ରାଇରଙ୍ଗପୁର- ( ଅକ୍ଷୟ ବିଶ୍ବାଳ) ୧୨/୦୯  ବାରିପଦାର ତକତପୁରସ୍ଥିତ ମୟୂରଭଞ୍ଜ ଆଇନ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୂଚନା ଅଧିକାର ଆଇନ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ତଥା ବ୍ୟବହାରିକ ଜ୍ଞାନ ବୃଦ୍ଧି ଉଦ୍ଦେଶ୍ୟରେ “ସୂଚନା ଅଧିକାର ଆଇନ, ୨୦୦୫” ଶୀର୍ଷକ ଏକଦିବସୀୟ କର୍ମଶାଳା ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରଞ୍ଜନ କୁମାର ତରେଇ ଏହି କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଏଥିରେ ବାରିପଦା ଜିଲ୍ଲା ବାର୍ ଆସୋସିଏସନର ବରିଷ୍ଠ ଆଇନଜୀବୀ ଶ୍ରୀ ବିଭୁ ପ୍ରସାଦ ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆର୍‌ଟିଆଇ ଆଇନର ଗୁରୁତ୍ୱ ଓ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସେ ନାଗରିକଙ୍କ ସୂଚନା ପାଇବାର ଅଧିକାର, ଆବେଦନ ପ୍ରକ୍ରିୟା, ନିର୍ଦ୍ଧାରିତ ସମୟସୀମା, ଲୋକ ସୂଚନା ଅଧିକାରୀ (ପିଆଇଓ)ଙ୍କ ଦାୟିତ୍ୱ ତଥା ଆବେଦନ ପ୍ରତ୍ୟାଖ୍ୟାନ ହେଲେ ପ୍ରଥମ ଓ ଦ୍ୱିତୀୟ ଅପିଲ୍ କରିବାର ଆଇନଗତ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ଶିକ୍ଷାଦାନ ପ୍ରକ୍ରିୟାକୁ ଅଧିକ ପ୍ରଭାବଶାଳୀ ଓ ଶିକ୍ଷଣୀୟ କରିବା ଲାଗି ଡିଜିଟାଲ୍ ପ୍ରୋଜେକ୍ଟର୍ ମାଧ୍ୟମରେ ବିଷୟବସ୍ତୁ ଉପସ୍ଥାପନ କରାଯାଇଥିଲା, ଯାହାକୁ ଶ୍ରୀ ସ୍ନେହାଶିଷ ଦାସ ସଫଳତାର ସହ ପରିଚାଳନା କରିଥିଲେ। ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ଉତ୍ସାହର ସହ ଅଂଶଗ୍ରହଣ କରି ବିଭିନ୍ନ ପ୍ରଶ୍ନ ପଚାରି ସନ୍ଦେହ ଦୂର କରିବା ସହ ଆର୍‌ଟିଆଇ ଆଇନର ବ୍ୟବହାରିକ ପ୍ରୟୋଗ, ଗଣତାନ୍ତ୍ରିକ ବ୍ୟବସ୍ଥାରେ ପାରଦର୍ଶିତା ଓ ଉତ୍ତରଦାୟିତ୍ୱର ମହତ୍ତ୍ୱ ସମ୍ପର୍କରେ ବୁଝିଥିଲେ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧ୍ୟାପକ ଡ. ବନମାଳୀ ବାରିକ, ଅଧ୍ୟାପକ ଶ୍ରୀ ଭକ୍ତ ଚରଣ ସୋରେନ, ଅଧ୍ୟାପିକା ଶ୍ରୀମତୀ ଜୟଶ୍ରୀ ମିଶ୍ର, ଅଧ୍ୟାପକ ଶ୍ରୀ ଧୀରେନ୍ଦ୍ର ବେହେରା, ଅଧ୍ୟାପିକା ଶ୍ରୀମତୀ ସୁଶ୍ରୀ ଏସ୍. ନାୟକ, ଶ୍ରଦ୍ଧା ସୋରେନ ଏବଂ ଅତିଥି ଅଧ୍ୟାପକ ଶ୍ରୀ ବୀରେନ୍ଦ୍ର ମୁର୍ମୁ ଓ ଅଧ୍ୟାପିକା ଶ୍ରୀମତୀ ଅଙ୍କିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହିତ ଅଫିସ ସୁପରିଟେଣ୍ଡେଣ୍ଟ ଶ୍ରୀ ଅତୁଲ କୁମାର ମହାନ୍ତି, ସିନିୟର କ୍ଲର୍କ ଶ୍ରୀ ତାପସ ରଞ୍ଜନ ଜେନା ଓ ଡାଟା ଏଣ୍ଟ୍ରି ଅପରେଟର ଶ୍ରୀ ସ୍ନେହାଶିଷ ଦାସଙ୍କ ସକ୍ରିୟ ସହଯୋଗରେ ସମଗ୍ର କର୍ମଶାଳାଟି ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା।

Related posts

ଜିଆରଏସ ଙ୍କ ବଦଳି ହେଲା ପରେ ମଧ୍ୟ ଛାଡିପାରୁନି ପଞ୍ଚାୟତର ମୋହ

Sunil Chandra Nayak

ବର୍ଷୀୟାନ ବିଶିଷ୍ଟ ବ୍ୟବସାୟୀ ନିରଞ୍ଜନ ଲାଲ ଅଗ୍ରୱାଲ ଙ୍କ ପରଲୋକ 

masiha

ଘଟଗାଁ ମା’ ତାରିଣୀ ପିଠିରେ “ଓଡିଶା ବ୍ରାହ୍ମଣ ମହାସଂଘ” ର ରାଜ୍ଯ କାର୍ଯ୍ଯକାରିଣୀ ପରିଷଦ ବୈଠକ 

Sunil Chandra Nayak

Leave a Comment

error: Content is protected !!