ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଉପଖଣ୍ଡ କୁସୁମୀ ବ୍ଲକର କାଶୀଆବେଡା ରାଜସ୍ବ ଗ୍ରାମର ତାବୋଡ଼ଗଡ଼ା–ଗୋଡ଼ାସାହିରେ ବିଦ୍ୟୁତ ଓ ରାସ୍ତା ଦାବି ଜୋରଦାର

ରାଇରଙ୍ଗପୁର ଉପଖଣ୍ଡ କୁସୁମୀ ବ୍ଲକର କାଶୀଆବେଡା ରାଜସ୍ବ ଗ୍ରାମର ତାବୋଡ଼ଗଡ଼ା–ଗୋଡ଼ାସାହିରେ ବିଦ୍ୟୁତ ଓ ରାସ୍ତା ଦାବି ଜୋରଦାର

ଏକ ମାସ ମଧ୍ୟରେ ବିଦ୍ୟୁତ ନ ମିଳିଲେ ଜନଆନ୍ଦୋଳନ ଚେତାବନୀ

ରାଇରଙ୍ଗପୁର- ୧୪/୦୯ : କୁସୁମୀ ବ୍ଲକ ଧାଙ୍ଗଡ଼ିମୁତା ଗ୍ରାମପଞ୍ଚାୟତ ଅନ୍ତର୍ଗତ କାସିଆବେଡ଼ା ରାଜସ୍ୱ ଗ୍ରାମର ତାବୋଡ଼ଗଡ଼ା–ଗୋଡ଼ା ହାମ୍ଲେଟ୍‌ରେ ୧୪ରୁ ଅଧିକ ଆଦିବାସୀ ପରିବାର ଦୀର୍ଘଦିନ ଧରି ବିଦ୍ୟୁତ ଓ ଉନ୍ନତ ରାସ୍ତା ସୁବିଧାରୁ ବଞ୍ଚିତ ଅଛନ୍ତି।

ସମସ୍ୟା ସମ୍ପର୍କରେ ଖବର ପାଇ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଶୁଣିଥିଲେ। ଏହାସହ ସମ୍ପୃକ୍ତ ବିଦ୍ୟୁତ ଓ ପ୍ରଶାସନିକ ବିଭାଗର ଅଧିକାରୀଙ୍କ ନିକଟରେ ଶୀଘ୍ର ବିଦ୍ୟୁତ ସଂଯୋଗ ଓ ରାସ୍ତା ସୁବିଧା ଯୋଗାଇଦେବାକୁ ଦାବି କରିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏନେଇ ଜିଲ୍ଲା ପ୍ରଶାସନ, ବନ ବିଭାଗ ଓ ବିଦ୍ୟୁତ ବିଭାଗ ନିକଟରେ ବାରମ୍ବାର ଦାବି ଜଣାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନାହିଁ। ବିଦ୍ୟୁତ ନଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସହ ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନ ଓ କୃଷିକାର୍ଯ୍ୟ ପ୍ରଭାବିତ ହେଉଛି।

ଏକ ମାସ ମଧ୍ୟରେ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆ ନଗଲେ ଗ୍ରାମବାସୀଙ୍କ ସହ ଗଣତାନ୍ତ୍ରିକ ଓ ଶାନ୍ତିପୂର୍ଣ୍ଣ ଜନଆନ୍ଦୋଳନ କରାଯିବ ବୋଲି ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଚେତାବନୀ ଦେଇଛନ୍ତି।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ ଙ୍କ ରିପୋର୍ଟ୍ 

Related posts

ଖଡ଼ିଆଲ ମହିଳା ଡିଗ୍ରୀ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳନ , ଝୁମିଳେ ମନ୍ତ୍ରୀ

Sunil Chandra Nayak

କାଳବୈଶାଖୀ ପ୍ରଭାବରେ ଭାଲୁଵସା ପଞ୍ଚାୟତର ନିୟୂତି ଗ୍ରାମର ୧୧ ଘର ଛପର ଉଠିଲା, ତହସିଲ ପ୍ରଶାସନ ତରଫରୁ ପୋଲିଥିନ ଓ ଶୁଖିଲା ଖାଦ୍ୟ ଵଣ୍ଟନ

masiha

ମୁଣ୍ଡମରାଇ ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!