ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର କୋଚିଙ୍ଗ ସେଣ୍ଟର ରେ ଅଗ୍ର ପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା ପାଳିତ 

କର କୋଚିଙ୍ଗ ସେଣ୍ଟର ରେ ଅଗ୍ର ପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା ପାଳିତ 

ରାଇରଙ୍ଗପୁର- ( ଅକ୍ଷୟ ବିଶ୍ବାଳ) ୨୪/୦୯  ବହଳଦା ବ୍ଲକ ସ୍ଥିତ କର କୋଚିଙ୍ଗ ସେଣ୍ଟର ରେ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା ବହୁ ଆଡ଼ମ୍ବର ରେ ପାଳିତ ହୋଇଯାଇଛି | ବିଦ୍ୟାଧିପତି ହେଉଛନ୍ତି ଗଣେଶ | ପ୍ରତି ଶୁଭ କାର୍ଯ୍ୟରେ ବିନାୟକଙ୍କ ପୂଜା ଅନୁଷ୍ଠିତ ହୁଏ | ସେହି ବିଘ୍ନବିନାଶକ ପୂଜା ସମସ୍ତ ଶିକ୍ଷା ଅନୁଷ୍ଠାନ ରେ କରାଯାଇଥାଏ | ଉକ୍ତ କୋଚିଙ୍ଗ ସେଣ୍ଟରରେ ମଧ୍ୟ ପୂଜା ବହୁ ଆଡ଼ମ୍ବର ରେ ପୂଜା ଅର୍ଚ୍ଚନା ହୋଇଯାଇଛି | ଏହି ଦିନ ଉକ୍ତ କୋଚିଙ୍ଗ ସେଣ୍ଟର ର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର କର ପ୍ରତିନିଧି ଏବଂ ମୁଖ୍ୟ ପଣ୍ଡିତ ଧୃବେନ୍ଦ୍ର ମିଶ୍ର ରହିଥିଲେ | ସମସ୍ତ ଛାତ୍ର ଛାତ୍ରୀ ମଧ୍ୟ ଆନନ୍ଦ ରେ ଶ୍ରୀ ଗଣେଶଙ୍କୁ ପୂଜା କରିଥିଲେ | ଶେଷରେ କୋଚିଙ୍ଗ ସେଣ୍ଟର ସମସ୍ତ କର୍ମ କର୍ତ୍ତା ପିଲାମାନଙ୍କୁ ମିଷ୍ଠାନ ବଣ୍ଟନ କରିଥିଲେ |

Related posts

କଳାହାଣ୍ଡି ଜିଲ୍ଲାରେ ପୁରୁଷ ହକି ବିଶ୍ୱକପ୍ ଟ୍ରଫି କୁ ବିପୁଳ ସ୍ବାଗତ 

Sunil Chandra Nayak

ନବରଙ୍ଗପୁର ଠାରେ ଜିଲ୍ଲା ଦକ୍ଷତା ବିକାଶ ମିଶନ ଓ ଜିଲ୍ଲା ଦକ୍ଷତା କମିଟି ବୈଠକ 

Sunil Chandra Nayak

ପୂରଣ ହେଲା ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଅଧୁରା ସ୍ବପ୍ନ , ସାନ୍ଦୁଲ ନଦୀରେ ପୋଲ ନିର୍ମାଣ ପାଇଁ ଶୁଭ ଦେଲେ ବିଧାୟକ

masiha

Leave a Comment

error: Content is protected !!