ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରର ଧୁମ୍ କ୍ଲବ ତରଫରୁ ଧୁମ୍ ଧାମରେ ଗଣେଶ ପୂଜା

ରାଇରଙ୍ଗପୁରର ଧୁମ୍ କ୍ଲବ ତରଫରୁ ଧୁମ୍ ଧାମରେ ଗଣେଶ ପୂଜା

ରାଇରଙ୍ଗପୁର – ୧୫/୦୯ ରାଇରଙ୍ଗପୁର ର ମହତାବ ଭବନ ଛକ ନିକଟରେ ଧୁମ୍ କ୍ଲବ ତରଫରୁ ବିଘ୍ନହତା, ଅଗ୍ରପୂଜ୍ଯ, ବୁଦ୍ଧି ଓ ସିଦ୍ଧି ର ଦେବତା ଶ୍ରୀଗଣେଶଙ୍କ ପୂଜା ଅତ୍ୟନ୍ତ ଭକ୍ତି, ଶ୍ରଦ୍ଧା ସହିତ ଅନୁଷ୍ଠିତ ହୋଇଯାଇଛି ।ସକାଳଟାରୁ ଘଟୋ ଉତ୍ତୋଳନ , ସ୍ଥାପନା, ପୁରୋହିତଙ୍କ ଦ୍ଵାରା ବୈଦିକ ମନ୍ତ୍ର ପାଠ ଓ ଶଙ୍ଖ ଧ୍ବନି ମଧ୍ୟରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା ।ଆକର୍ଷଣୀୟ ଆଲୋକ ସଜ୍ଜା, ମୃଣ୍ମୟ ମୂର୍ତ୍ତି, ମନଲୋଭା ତୋରଣ, କମିଟି ସଦସ୍ୟଙ୍କ ସୁମଧୁର ବ୍ୟବହାର ଓ ପ୍ରସାଦ ବଣ୍ଟନ ସମସ୍ତଙ୍କୁ ଆକର୍ଷିତ କରିଥିଲା ।ପାଇଁ ଅନୁକୂଳ ଥିବାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ଓ ଆଶୀର୍ବାଦ ନେଇଥିଲେ ।କମିଟିର ସଦସ୍ୟ ସୂର୍ଯ୍ୟ, ୟାସ,ଆଶୁ,ଶୁଭଂ,ଶିବଂ,ସୁରଜ୍, ଆୟୂଷ,ଵିକି,ଉଦୟ, ଅଂଶୁ,ଉଦୟ,ଭେନସ,ତୁଷାର, ଅଂଶୁ,ମୟଙ୍କ, ଦେବ,ସାଗର,ପ୍ରାୟାଂଶୁ,ଅଭୟ,କେଶୁ ଏବଂ ଅନ୍ୟ ସଦସ୍ୟ ବୃନ୍ଦ ପରିଚାଳନାରେ ସହଯୋଗ କରିବା ସହିତ ଅଞ୍ଚଳବାସୀ ଏଠାରେ ଆସି ବାବାଙ୍କ ଦର୍ଶନ ସାନନିଧ୍ଯ ନେବା ପାଇଁ ଅନୁରୋଧ କରିଛନ୍ତି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ପୂଜାରିଗୁଡା : କମ୍ପ୍ୟୁଟର ଦୋକାନ ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କା ର ସମ୍ପତ୍ତି ନଷ୍ଟ 

Sunil Chandra Nayak

ବିଷ୍ଣୁ ମହାନ୍ତି ଙ୍କ ବିୟୋଗ ରେ ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ଶୋକସଭା   

ବେହେରାମୁଣ୍ଡା ସରପଞ୍ଚ ଭୋଟ ପୁନଃ ଗଣତି ଆବେଦନ ଖାରଜ କଲେ କୋର୍ଟ

Sunil Chandra Nayak

Leave a Comment

error: Content is protected !!