ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରର ଧୁମ୍ କ୍ଲବ ତରଫରୁ ଧୁମ୍ ଧାମରେ ଗଣେଶ ପୂଜା

ରାଇରଙ୍ଗପୁରର ଧୁମ୍ କ୍ଲବ ତରଫରୁ ଧୁମ୍ ଧାମରେ ଗଣେଶ ପୂଜା

ରାଇରଙ୍ଗପୁର – ୧୫/୦୯ ରାଇରଙ୍ଗପୁର ର ମହତାବ ଭବନ ଛକ ନିକଟରେ ଧୁମ୍ କ୍ଲବ ତରଫରୁ ବିଘ୍ନହତା, ଅଗ୍ରପୂଜ୍ଯ, ବୁଦ୍ଧି ଓ ସିଦ୍ଧି ର ଦେବତା ଶ୍ରୀଗଣେଶଙ୍କ ପୂଜା ଅତ୍ୟନ୍ତ ଭକ୍ତି, ଶ୍ରଦ୍ଧା ସହିତ ଅନୁଷ୍ଠିତ ହୋଇଯାଇଛି ।ସକାଳଟାରୁ ଘଟୋ ଉତ୍ତୋଳନ , ସ୍ଥାପନା, ପୁରୋହିତଙ୍କ ଦ୍ଵାରା ବୈଦିକ ମନ୍ତ୍ର ପାଠ ଓ ଶଙ୍ଖ ଧ୍ବନି ମଧ୍ୟରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା ।ଆକର୍ଷଣୀୟ ଆଲୋକ ସଜ୍ଜା, ମୃଣ୍ମୟ ମୂର୍ତ୍ତି, ମନଲୋଭା ତୋରଣ, କମିଟି ସଦସ୍ୟଙ୍କ ସୁମଧୁର ବ୍ୟବହାର ଓ ପ୍ରସାଦ ବଣ୍ଟନ ସମସ୍ତଙ୍କୁ ଆକର୍ଷିତ କରିଥିଲା ।ପାଇଁ ଅନୁକୂଳ ଥିବାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ଓ ଆଶୀର୍ବାଦ ନେଇଥିଲେ ।କମିଟିର ସଦସ୍ୟ ସୂର୍ଯ୍ୟ, ୟାସ,ଆଶୁ,ଶୁଭଂ,ଶିବଂ,ସୁରଜ୍, ଆୟୂଷ,ଵିକି,ଉଦୟ, ଅଂଶୁ,ଉଦୟ,ଭେନସ,ତୁଷାର, ଅଂଶୁ,ମୟଙ୍କ, ଦେବ,ସାଗର,ପ୍ରାୟାଂଶୁ,ଅଭୟ,କେଶୁ ଏବଂ ଅନ୍ୟ ସଦସ୍ୟ ବୃନ୍ଦ ପରିଚାଳନାରେ ସହଯୋଗ କରିବା ସହିତ ଅଞ୍ଚଳବାସୀ ଏଠାରେ ଆସି ବାବାଙ୍କ ଦର୍ଶନ ସାନନିଧ୍ଯ ନେବା ପାଇଁ ଅନୁରୋଧ କରିଛନ୍ତି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ରୋଟାରୀ କ୍ଲବ ଅଫ ବ୍ରହ୍ମପୁର ଇଷ୍ଟ ପକ୍ଷରୁ ବୃତ୍ତିଗତ ଉତ୍କର୍ଷ ସମ୍ମାନ 

Sunil Chandra Nayak

କଳାହାଣ୍ଡି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର। ପୁଣି ଅଟକିଲା ଆମ୍ବୁଲାନ୍ସ, ୮କିମି ବୁହା ହେଲା ଦାଦନ ର ଶବ….

Sunil Chandra Nayak

ଜିଆରଏସ୍ ଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ତାଙ୍କ ବଦଳୀକୁ ନେଇ ବିଡ଼ିଓଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!