ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖମାରହଳଦୀ ନିଆଲ ପରିବାର ତରଫରୁ ନୂଆଁଖାଇ ଭେଟଘାଟ – ୨୦୨୬ 

ଖମାରହଳଦୀ ନିଆଲ ପରିବାର ତରଫରୁ ନୂଆଁଖାଇ ଭେଟଘାଟ – ୨୦୨୬ 

ନୂଆଁଖାଇ ପବିତ୍ର ପର୍ବ ଅବସରରେ ଖମାରହଳଦୀ ନିଆଲ ପରିବାର ପକ୍ଷରୁ ତାରିଖ ୧୫/୦୯/୨୦୨୬ ମଙ୍ଗଳବାର ଦିନ ଏକ ଭବ୍ୟ ନୂଆଁଖାଇ ଭେଟଘାଟ ଓ ନୃତ୍ୟ ପ୍ରତିଯୋଗିତା ମହା ଆଡମ୍ବର ଓ ଉତ୍ସାହର ସହିତ ପାଳନ କରାଯାଇଥିଲା।ଏହି ଅବସରରେ ନିଆଲ ପରିବାରର ପିତୃ ପୂଜାରୀ ଶ୍ରୀଯୁକ୍ତ ଧନଞ୍ଜୟ ନିଆଲ ଏବଂ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ଛବିଲାଲ ନିଆଲଙ୍କ ସମେତ ଉମାକାନ୍ତ ନିଆଲ, ଲକ୍ଷ୍ମଣ ନିଆଲ, ସୁବାସଚନ୍ଦ୍ର ନିଆଲ, ଖୁସିରାମ ନିଆଲ, ଅମିତ ନିଆଲ, ରତେନ୍ଦ୍ର ନିଆଲ, ତପେନ୍ଦ୍ର ନିଆଲ, ଗିରିଧାରୀ ନିଆଲ, ଶ୍ରୀମୁଖ ନିଆଲ, ବୃହସ୍ପତି ନିଆଲ, ଅମର ସିଂ ନିଆଲ, ମନିଷ ନିଆଲ, ପ୍ରଦୀପ ନିଆଲ ଓ ରାଜୁ ନିଆଲ ପ୍ରମୁଖ ଉପସ୍ଥିତ ରହିଥିଲେ। ସମଗ୍ର କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ରାମ ନିଆଲଙ୍କ ଦ୍ୱାରା ସୁନ୍ଦର ଭାବେ କରାଯାଇଥିଲା। ତାଙ୍କର ସୁଚାରୁ ମଞ୍ଚ ପରିଚାଳନା ଯୋଗୁଁ ଅତିଥି ସମ୍ବର୍ଦ୍ଧନା, ଭାଷଣ, ନୃତ୍ୟ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ ହୋଇଥିଲାପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଭାଇଚାରା, ଏକତା ଓ ସାମାଜିକ ସମ୍ପର୍କକୁ ଆହୁରି ମଜବୁତ କରିବା ସହିତ ନୂଆଁଖାଇର ଆନନ୍ଦକୁ ସମସ୍ତେ ମିଳିତ ଭାବେ ଉପଭୋଗ କରିଥିଲେ।

 ନୂଆଁଖାଇ ଜୁହାର 
 ନିଆଲ ପରିବାରର ଏକତା ଓ ଭାଇଚାରା ସଦା ଅତୁଟ ରହୁ
ଜଗ ଜୀବନ ସା ଙ୍କ ରିପୋର୍ଟ୍ 

Related posts

କନ୍ଧମାଳ ଜିଲ୍ଲା ପାଣ ସମାଜ କଲ୍ୟାଣ କମିଟି ନିର୍ବାଚନ ଶେଷ , ସଭାପତି ହେଲେ ହିମାଂଶୁ

Sunil Chandra Nayak

୧୦୮ ଆମ୍ବୁଲାନ୍ସରେ ସୁରକ୍ଷିତ ପ୍ରସବ କରାଇ ମାନବତାର ପରିଚୟ ଦେଲେ ଫାର୍ମାସିଷ୍ଟ ଯୁଗଳ କିଶୋର ଶବର

ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!