ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ୱ ଗଣତନ୍ତ୍ର ଦିବସ -୨୦୨୬ ପାଳିତ

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ୱ ଗଣତନ୍ତ୍ର ଦିବସ -୨୦୨୬ ପାଳିତ

“ଗଣତନ୍ତ୍ର କେବଳ ଏକ ଶାସନ ପଦ୍ଧତି ନୁହେଁ,ବରଂ ଏହା ଏକ ଜୀବନଶୈଳୀ।ସୁସ୍ଥ ଗଣତନ୍ତ୍ର ପାଇଁ ପ୍ରତ୍ୟେକ ନାଗରିକ ସଚେତନ ଓ ଦାୟିତ୍ୱବାନ ହେବା ଆବଶ୍ୟକ”
“ସମାନତା,ସ୍ୱାଧୀନତା ଏବଂ ଭ୍ରାତୃଭାବ ହିଁ ଗଣତନ୍ତ୍ରର ପ୍ରକୃତ ସ୍ତମ୍ଭ”
“ଗଣତନ୍ତ୍ର ହେଉଛି ଜନସାଧାରଣଙ୍କ ଦ୍ୱାରା,ଜନସାଧାରଣଙ୍କ ପାଇଁ ଏବଂ ଜନସାଧାରଣଙ୍କର ଶାସନ”

ଢେଙ୍କାନାଳ : ତା.୧୬.୦୯.୨୦୨୬ରିଖ : (ମ ନି ସ   ) :ସ୍ଥାନୀୟ ଉଫୁନା କାର୍ଯ୍ୟାଳୟରେ ପ୍ରାତଃ ୦୮ ଘଟିକା ସମୟରେ ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନ୍ ସ୍ ଆସୋସିଏସନ୍(ଇଫୁନା) ଓ ଉତ୍କଳ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ (ଉଫୁନା) ପକ୍ଷରୁ ବିଶ୍ୱ ଗଣତନ୍ତ୍ର ଦିବସ -୨୦୨୬ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଅନୁଷ୍ଠିତ ସଭାକୁ ଇଫୁନାର ମହାସଚିବ ତଥା ୱାର୍ଲ୍ଡ ଫେଡରେସନ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ ର ଭାଇସ୍ ଚେୟାରମ୍ୟାନ୍ ସୁରେଶ ଶ୍ରୀବାସ୍ତବ ଓ ଇଫୁନାର ଜାତୀୟ ଉପ-ସଭାପତି ତଥା ଉଫୁନାର ରାଜ୍ୟ ସଭାପତି ଆଡ୍ ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଥିଲେ।ଉଫୁନାର ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ।ଅନ୍ୟତମ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ପୂର୍ବତନ ବିଚାରପତି ଭିକାରୀ ଚରଣ ରାଉତ ସ୍ଵୀୟ ବକ୍ତବ୍ୟରେ “ଗଣତନ୍ତ୍ର କେବଳ ଏକ ଶାସନ ପଦ୍ଧତି ନୁହେଁ,ବରଂ ଏହା ଏକ ଜୀବନଶୈଳୀ । ସୁସ୍ଥ ଗଣତନ୍ତ୍ର ପାଇଁ ପ୍ରତ୍ୟେକ ନାଗରିକ ସଚେତନ ଓ ଦାୟିତ୍ୱବାନ ହେବା ଆବଶ୍ୟକ” ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ।ସଭାପତି ଆଡ୍ ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ,ଡ.ପ୍ରମୋଦ କୁମାର ନାୟକ,ଗାନ୍ଧୀ ଅଧ୍ୟୟନ କେନ୍ଦ୍ର ସମ୍ପାଦକ ସରୋଜ ଶତପଥୀ,ସଭାପତିତ୍ୱ କରିଥିବା ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ,ପରିବେଶବିତ୍ ଉପେନ୍ଦ୍ର ରାଉତ,ଡ.ଅନୁପମା ମିଶ୍ର,ଡା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଅନ୍ୟତମ ସମ୍ମାନିତ ଅତିଥି ଓ ଅନ୍ୟତମ ସମ୍ମାନିତ ବକ୍ତା ଭାବରେ ସ୍ଵୀୟ ସ୍ଵୀୟ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରି ଗୋଟିଏ ଓଡ଼ିଆ ସନେଟ୍ ଓ ଗୋଟିଏ ଇଂରାଜୀ ସନେଟ୍ ଆବୃତ୍ତି କରିଥିଲେ ଓ ସ୍ୱୀୟ ବକ୍ତବ୍ୟରେ ବିଶ୍ୱ ଗଣତନ୍ତ୍ର ଦିବସ ପ୍ରତିବର୍ଷ ସେପ୍ଟେମ୍ବର ୧୫ ତାରିଖରେ ସାରା ବିଶ୍ୱରେ ପାଳିତ ହୁଏ।ଜାତିସଂଘ ସାଧାରଣ ସଭା ଦ୍ୱାରା ୨୦୦୭ ମସିହାରେ ଏହି ଦିବସର ଶୁଭାରମ୍ଭ କରାଯାଇଥିଲା।ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱରେ ଗଣତାନ୍ତ୍ରିକ ପ୍ରକ୍ରିୟା,ମୂଲ୍ୟବୋଧ ଏବଂ ନାଗରିକଙ୍କ ଅଧିକାରକୁ ସୁରକ୍ଷିତ ତଥା ମଜଭୁତ କରିବା।ଗଣତନ୍ତ୍ର ହେଉଛି ଜନସାଧାରଣଙ୍କ ଦ୍ୱାରା,ଜନସାଧାରଣଙ୍କ ପାଇଁ ଏବଂ ଜନସାଧାରଣଙ୍କର ଶାସନ।ଏଥିରେ ଜନମତ ଓ ସ୍ୱାଧୀନତାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଥାଏ।ଭାରତ ପରି ଏକ ବିଶାଳ ଗଣତାନ୍ତ୍ରିକ ଦେଶରେ ଏହି ଦିବସର ଗୁରୁତ୍ୱ ଅନେକ ଅଧିକ।ଏହି ଅବସରରେ ବିଦ୍ୟାଳୟ,ମହାବିଦ୍ୟାଳୟ ଏବଂ ବିଭିନ୍ନ ଅନୁଷ୍ଠାନରେ ସଚେତନତା ସଭା ଓ ଆଲୋଚନାଚକ୍ର ଆୟୋଜନ କରାଯାଏ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ।ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ କହିଥିଲେ ଯେ ସମାନତା,ସ୍ୱାଧୀନତା ଏବଂ ଭ୍ରାତୃଭାବ ହିଁ ଗଣତନ୍ତ୍ରର ପ୍ରକୃତ ସ୍ତମ୍ଭ।ବର୍ତ୍ତମାନ ସମୟରେ ଗଣତନ୍ତ୍ର ସମ୍ମୁଖରେ ଅନେକ ଆହ୍ୱାନ ରହିଛି,ଯେପରିକି ଦୁର୍ନୀତି,ଅଶିକ୍ଷା ଏବଂ ସାମାଜିକ ଅସମାନତା।ସମସ୍ତ ବକ୍ତାମାନଙ୍କ ଚିନ୍ତାଧାରା ଅନୁଯାୟୀ,ଯୁବପିଢ଼ି ଶିକ୍ଷିତ ଓ ସଚେତନ ହେଲେ ହିଁ ଗଣତନ୍ତ୍ର ଅଧିକ ସୁଦୃଢ଼ ହୋଇପାରିବ।ଏହି ଦିବସରେ ଆମେ ସମସ୍ତେ ମିଳିମିଶି ଆମର ଗଣତାନ୍ତ୍ରିକ ଅଧିକାର ଓ କର୍ତ୍ତବ୍ୟକୁ ସଠିକ୍ ଭାବେ ପାଳନ କରିବା ପାଇଁ ସଂକଳ୍ପ ନେବା ଉଚିତ ବୋଲି ପ୍ରକାଶ କରିଥିଲେ।ଏହି ସଭାରେ ସାର୍ଥକ ପଟ୍ଟନାୟକ, ଇଂ.ଅବିନାଶ ଦାସ,ଇଂ.ଯୁଧିଷ୍ଟିର ସାହୁ,ଲକ୍ଷ୍ମୀଧର ଶତପଥୀ, ବିପିନ ବିହାରୀ ବେହେରା,ତରୁଣ କୁମାର ବିଶ୍ୱାଳ,ବସନ୍ତ କୁମାର ବିଶ୍ୱାଳ,ରବିନାରାୟଣ ପଟ୍ଟନାୟକ,ଲକ୍ଷ୍ମୀଧର ଶତପଥୀ,ଗିରିଶ ଚନ୍ଦ୍ର ସାମଲ,ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ଲକ୍ଷ୍ମୀଧର ବାରିକ,ଦିଲ୍ଲୀପ କୁମାର ସାହୁ,ଶ୍ରୀକାନ୍ତ କୁମାର ସାହୁ ଓ ଅକାନନ୍ଦ ଭୋଳ ପ୍ରମୁଖ ଉଫୁନାର ସମସ୍ତ ଶତାଧିକ ସହଯୋଗୀ ସଦସ୍ୟା,ସଦସ୍ୟ ମଧ୍ୟ ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଏଥିରେ ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ ସଭାପତିତ୍ୱ କରିଥିଲେ। ସମାଜସେବୀ ସରୋଜ କୁମାର ଶତପଥି ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗୋକୁଳ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ ସଭାପତିତ୍ୱ କରିଥିଲେ।ଏହି ସଭାରେ ଢେଙ୍କାନାଳ ଜିଲ୍ଲାର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ଛେଣ୍ଡ ସ୍ଥିତ ନୋ ପ୍ରେସକିପସନ ପଏଣ୍ଟରେ ନିଃଶୁଳ୍କ ସ୍ବାସ୍ଥ୍ୟ ପରାମର୍ଶ କର୍ମଶାଳା ଆସନ୍ତା ୧୬ ରୁ….

masiha

ନାମକୁ ନେଇ ଦ୍ୱନ୍ଦ :ଅସୁବିଧାରେ ମହିଳା

Sunil Chandra Nayak

ରାଇରଙ୍ଗପୁର ରେ ସଡକ ସୁରକ୍ଷା କାର୍ଯ୍ୟକ୍ରମ ଉପଜିଲ୍ଲାପାଳଙ୍କ ଦ୍ବାରା ଶୁଭାରମ୍ଭ 

masiha

Leave a Comment

error: Content is protected !!