ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାପସି ଗାଁରେ ଧୁମଧାମରେ ନୂଆଁଖାଇ ଭେଟ୍‌ଘାଟ୍: ଏକତା ଓ ସଂସ୍କୃତିର ଅନନ୍ୟ ସମାରୋହରେ ବିଶିଷ୍ଟ ପ୍ରତିଭା ସମ୍ବର୍ଦ୍ଧିତ 

କାପସି ଗାଁରେ ଧୁମଧାମରେ ନୂଆଁଖାଇ ଭେଟ୍‌ଘାଟ୍: ଏକତା ଓ ସଂସ୍କୃତିର ଅନନ୍ୟ ସମାରୋହରେ ବିଶିଷ୍ଟ ପ୍ରତିଭା ସମ୍ବର୍ଦ୍ଧିତ 

ପଶ୍ଚିମ ଓଡ଼ିଶାର ପାରମ୍ପରିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ କାପସି ଗ୍ରାମରେ ‘ନୂଆଁଖାଇ ଭେଟ୍‌ଘାଟ୍-୨୦୨୬’ କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ସାମାଜିକ ଏକତା, ଭାଇଚାରା ତଥା ଲୋକସଂସ୍କୃତିର ମୂଲ୍ୟବୋଧକୁ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ସମାରୋହରେ ଗ୍ରାମର ସମସ୍ତ ଆବାଳବୃଦ୍ଧବନିତା ଏକତ୍ରିତ ହୋଇ ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମର ଶୁଭାରମ୍ଭରେ ଗ୍ରାମଦେଵୀ ମା ଗଡିଆଣି ଓ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ଚରଣରେ ଭକ୍ତିପୂତ ପ୍ରଣାମ ଅର୍ପଣ ପୂର୍ବକ ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳନ ଓ ପୂଜାର୍ଚ୍ଚନା କରାଯାଇଥିଲା। ପରେ କଳାକାରଙ୍କ ଦ୍ୱାରା ଏକକ ସଙ୍ଗୀତ ପରିବେଷଣ ହୋଇ ପରିବେଶକୁ ଭକ୍ତିମୟ କରିଥିଲା। ଏହି ସଭାକୁ ବିଶିଷ୍ଟ କ୍ରୀଡ଼ା ଭାଷ୍ୟକାର ପ୍ରକାଶ ପାତ୍ର ସଂଯୋଜନା କରିଥିଲେ।

ସଭାପତି ନିକୁଞ୍ଜ ବିହାରୀ ସାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ପାଦକ ସାମନ୍ତ କୁମାର ଦାସ ନୂଆଁଖାଇର ମହତ୍ତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ, ନୂଆଁଖାଇ କେବଳ ଏକ ପର୍ବ ନୁହେଁ, ଏହା ହେଉଛି ଭାଇଚାରା ଓ ଅତୁଟ ସାମାଜିକ ଏକତାର ପ୍ରତୀକ। ଏହି ମଞ୍ଚରେ ତପନ ସା, ଦେବେନ୍ଦ୍ର ଜଗତ, ପଦ୍ମନାଭ ଦାସ, ନରୋତ୍ତମ ମାଝୀ, ମଙ୍ଗଳ ସିଂ ମାଝୀ, ହେମନ୍ତ ମାଝୀ, ଲଛମନ ରଣା, ଜଗବନ୍ଧୁ ନିଆଲ, ରଫିକ ଖାନ୍, ଲୋଚନ ଲୋହାର, ଟଙ୍କଧର ସା, ମୋହନ ଚରଣ ଦାସ ଏବଂ ବିଷମ ଚିନ୍ଦା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ଅବସରରେ ଗ୍ରାମର ଗୌରବ ବୃଦ୍ଧି କରିଥିବା ବିଭିନ୍ନ କ୍ଷେତ୍ରର ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ମାନିତ ବ୍ୟକ୍ତିଙ୍କ ମଧ୍ୟରେ ଘୁମୁରା କଳାକାର ଶିବ କାଣ୍ଡ, ଜ୍ୟୋତିର୍ବିଦ୍ ମଙ୍ଗଳ ସିଂ ମାଝୀ, କୀର୍ତ୍ତନ ବାୟକ ନାରାୟଣ ସା, ଆଧ୍ୟାତ୍ମିକ ପ୍ରବଚକ ମୋହନ ଦାସ, ଜଙ୍ଗଲ ସୁରକ୍ଷା ପାଇଁ ହାରାଦେଈ ମାଝୀ ତଥା କ୍ରୀଡ଼ା କ୍ଷେତ୍ରରୁ ଶଶିଭୂଷଣ ଜଗତ ଓ ସେଖ୍ ବାସ ଖାନ୍ ଅନ୍ତର୍ଭୁକ୍ତ ଥିଲେ। ଏଥିସହିତ ଭାରତୀୟ ସେନାରେ ଦେଶସେବା କରୁଥିବା ଗ୍ରାମର ବୀର ସୈନିକ ପରମାନନ୍ଦ ରଣାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା, ଯାହା ସମଗ୍ର ସଭା ରେ କରତାଳିର ଲହରୀ ଖେଳାଇ ଦେଇଥିଲା। ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ଚୈତନ୍ୟ ମଶ୍ରା ଙ୍କ ସଂଯୋଜନାରେ ପୁରସ୍କୃତ କରାଯାଇଥିଲା।

କାର୍ଯ୍ୟକ୍ରମର ଦ୍ୱିତୀୟ ଚରଣରେ ବିଶିଷ୍ଟ କଳାକାର କହ୍ନାଇ ଚରଣ ଦାସଙ୍କ ନେତୃତ୍ୱରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ମନୋରଞ୍ଜନଧର୍ମୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ ହୋଇଥିଲା। କୋଷାଧ୍ୟକ୍ଷ ବିହାରୀ ଲାଲ ମସରା, ସହସମ୍ପାଦକ ଡାଇମଣ୍ଡ ନିଆଲ, ତୁଲାରାମ ନିଆଲ, ଚକ୍ରଧର ସା, ରବୀନ୍ଦ୍ର ସା, ମନୋଜ ଦାସ, ସମୀର ଦାସ, ବିଷ୍ଣୁ ସା, ଦେବା ନିଆଲ, ଯତୀନ୍ଦ୍ର ଦାସ, ଶେଖର ଦାସ, ଓମ୍ ଲୋହାର, ଗୋବର୍ଦ୍ଧନ ଦାସ ଓ ଆଜେଶ ଦାସ ପ୍ରମୁଖଙ୍କ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିଲା। ଶେଷରେ ଉପସଭାପତି କୈଳାଶ ଜଗତ ଧନ୍ୟବାଦ ଅର୍ପଣ କରିଥିବା ବେଳେ ୟୁଟ୍ୟୁବ୍ ମାଧ୍ୟମରେ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଯୋଗୁଁ ପ୍ରବାସୀ ଗ୍ରାମବାସୀ ମଧ୍ୟ ଏହି ମହାନ ପର୍ବର ଭରପୂର ଆନନ୍ଦ ନେଇଥିଲେ।

Related posts

କୂଅରେ ପଡି ଦୁଇ ବର୍ଷର ଶିଶୁ କନ୍ୟା ମୃତ 

Sunil Chandra Nayak

ବିଶିଷ୍ଟ ସଂଗୀତଜ୍ଞ ଝୁମକଲାଲ ବର୍ମା ଙ୍କ ବିୟୋଗ ରେ ଶୋକ ସଭା

masiha

ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ନିକଟରୁ ସବ ରେଜେଷ୍ଟ୍ରି ଅଫିସ ପର୍ଯ୍ଯନ୍ତ ଜବରଦଖଲ ଉଚ୍ଛେଦ କଲା ଜିଲ୍ଲା ପ୍ରଶାସନ

masiha

Leave a Comment

error: Content is protected !!