ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାଟଵାଦଡାରେ ୩୨ ଗୋମାତା ଉଦ୍ଧାର କଲା ରାଇରଙ୍ଗପୁର ପୋଲିସ 

ହାଟଵାଦଡାରେ ୩୨ ଗୋମାତା ଉଦ୍ଧାର କଲା ରାଇରଙ୍ଗପୁର ପୋଲିସ 

ରାଇରଙ୍ଗପୁର – ୧୬/୦୯ ମୟୂରଭଂଜ ଜିଲ୍ଲାର ହାଟବାଦଡାରେ ସାପ୍ତାହିକ ହାଟ ପ୍ରତି ବୁଧବାର ଅନୁଷ୍ଠିତ ହୁଏ ।ଏଠାରେ ପନିପରିବା, ଛେଳି, କୁକୁଡ଼ା, ମାଛ , ଏବଂ ଗୋ କ୍ରୟ ବିକ୍ରୟ ହୋଇଥାଏ ।ଆଜି ଵିଞ୍ଝୁଆର କିଛି ବ୍ୟକ୍ତି ସାପ୍ତାହିକ ହାଟରୁ ୩୨ ଟି ଗୋରୁ ତଥା ଗୋରୁ ପିଛା ୩୦୦ ଟଙ୍କା ମାସୁଲ ଦେଇ ରସିଦ ସହ ଵିଞ୍ଝୁଆ ଗ୍ରାମକୁ ଚଲାଇ ଚଲାଇ ନେଉଥିଲୁ ।ରାସ୍ତାରେ କିଛି ଯୁବକ ଗୋରୁ ଚାଲାଣ ନେଇ ଅଟକାଇ ଥାନାକୁ ଖଵର‌ ଦେଇଥିଲେ ‌।ରାଇରଙ୍ଗପୁର ଟାଉନଥାନା ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ୩୨ ଟି ଗୋରୁଙ୍କୁ ଉଦ୍ଧାର କରିବା ସହ‌ ରାଇରଙ୍ଗପୁର‌ ଥାନାକୁ ନେଇ ଆସିଥିଲେ । ଗୋଚାଲାଣ ନେଇ ପୋଲିସ ଏକ କେଶ ମାମଲା ରୁଜୁ କରିଛି ।ଗୋରୁଙ୍କୁ କିଭଳି ସୁରକ୍ଷିତ ଅଵସ୍ଥାରେ‌ ରଖାଯିବ,ସେମାନଙ୍କ ଖାଦ୍ଯ, ପାନୀୟ ନେଇ ଚିନ୍ତିତ ।ଥାନା ମଧ୍ଯରେ ଗୋମାତା ମାନେ ଭୋକଉପାସରେ ଆଉଟି ପାଉଟି ହେଉଛନ୍ତି ।ରାଇରଙ୍ଗପୁର ଗୋଶାଳା ରେ ଗାଇ ରଖିବାକୁ ଜାଗା ନାହିଁ ।ଅପରପକ୍ଷରେ କ୍ରେତା ଗୋରୁ ବେପାରୀମାନେ କହୁଛନ୍ତି ଆମେ ସରକାରଙ୍କ ନିୟମ ଅନୁସାରେ ଗୋମାତାଙ୍କୁ ଆମେ ରାଜସ୍ଵ ଦେଇ କ୍ରୟ କରି ଛୁ ।ତେଣୁ କେଉଁ ଆଇନ ବଳରେ ପୋଲିସ ଗୋମାତାଙ୍କୁ ଅଟକ ରଖିଛି ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ଵାଳ

Related posts

ଘରୋଇ ଯାତ୍ରୀବାହୀ ବସ ଓଲଟି ୨୦ ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ଦୁଇ ଗୁରୁତର

Sunil Chandra Nayak

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

masiha

ଆକାଂକ୍ଷା ବ୍ଲକକୁ ନେଇ ପ୍ରଶିକ୍ଷଣ ଶିବିର ,ଯୋଗଦେଲେ ନବରଙ୍ଗପୁରରୁ ୨ସରପଞ୍ଚ

masiha

Leave a Comment

error: Content is protected !!