ଜାଭିଏର ଡୁଙ୍ଗଡୁଙ୍ଗ ଙ୍କ ବିୟୋଗରେ ଶୋକ ପ୍ରକାଶ
ରାଉରକେଲା: ହମିରପୁର କଣ୍ଟ୍ରାକ୍ଟର କଲୋନୀ ର ପୁରାତନ ବାସିନ୍ଦା ଜାଭିଏର ଡୁଙ୍ଗଡୁଙ୍ଗ ଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ଡୁଙ୍ଗଡୁଙ୍ଗ କଟକର ବୋର୍ଡ ଅଫ ରେଭେନ୍ୟୁରେ ଅଡିଟ ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟ କରି ୨୦୧୯ ମସିହାରେ ଅବସର ନେଲାପରେ ହମିରପୁର ସ୍ଥିତ ନିଜସ୍ଵ ବାସଭବନରେ ବାସ କରୁଥିଲେ। ତେବେ ସେ କିଛି ଦିନ ହେବ ସେ କୀଡନୀ ଜନିତ ରୋଗରେ ପିଡୀତ ରହି ଚିକିତ୍ସିତ ହେଉଥିଲେ। ତେବେ ତାଙ୍କ ବିୟୋଗ ପରେ ହମିରପୁରସ୍ଥିତ ସାକ୍ରେଡ ହାର୍ଟ୍ସ କାଥେଡ୍ରାଲ ଚର୍ଚ୍ଚ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭାରେ ସ୍ଥାନୀୟ ଅଞ୍ଚଳର ତଥା ତାଙ୍କ ପରିବାରର ସଦସ୍ୟ ଙ୍କ ସହ ଶତାଧିକ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ଡୁଙ୍ଗଡୁଙ୍ଗ ଙ୍କ ବିଧବା ପତ୍ନୀ ରୀତା ଟେଟେ,ପୁଅ କମଲଦୀପ ଡୁଙ୍ଗଡୁଙ୍ଗ, ବୋହୂ ସସ୍ମିତା କେର୍କେଟା, ନାତୁଣୀ କାଏରା,ଝିଅ ପୁନମ ଓ ରୋଜ, ଡାକ୍ତର ତେରେମ ଡୁଙ୍ଗଡୁଙ୍ଗ, ଭଉଣୀ ସୁଶିଲା,ପ୍ରତିମା ଓ ଫାଦର ସୁଶିଲ କେର୍କେଟା ପ୍ରମୁଖଙ୍କ ସମେତ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

