ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲାଞ୍ଜିଗଡ଼ – ବିଧବା ଭତ୍ତା ଅପେକ୍ଷାରେ ୭ କୁଟିଆ କନ୍ଧ ଆଦିବାସୀ ମହିଳା, ଜିଲ୍ଲାପାଳ ନିକଟରେ ଅଭିଯୋଗ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ ନିୟମଗିରି ପାହାଡର ପାଦ ଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତର ଫୁଲଡୁମେର ଗାଁର ୭ ଜଣ ଆଦିବାସୀ କୁଟିଆ କନ୍ଧ ମହିଳା ଭତ୍ତା ଅପେକ୍ଷାରେ ରହିଛନ୍ତି।ବର୍ଷ ବର୍ଷ ଧରି ସେମାନଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲେ ହେଁ ସେମାନଙ୍କୁ ଭତ୍ତା ଦିଆଯାଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ କଳାହାଣ୍ଡି ଜିଲ୍ଲାପାଳ ଡ଼. ଗଭାଲି ପରାଗ ହର୍ଷଦ,ଆଇଏଏସଙ୍କ ନିକଟରେ ସୋମବାର ଦିନ ଅଭିଯୋଗ କରିଛନ୍ତି।ନିହାତି ଗରିବ ହୋଇଥିବାରୁ ବହୁ ଅସୁବିଧା ଭୋଗୁଛନ୍ତି।ଉକ୍ତ ସମସ୍ୟା ନେଇ ସେମାନେ ପଞ୍ଚାୟତ ଠାରୁ ବ୍ଳକ ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ କୌଣସି ସୁଫଳ ମିଳି ପାରୁନଥିବା ସେମାନେ ଅଭିଯୋଗ କରିଛନ୍ତି। ପଞ୍ଚାୟତଠାରୁ ବ୍ଳକ ମହକୁମା ୩୦ କିଲୋମିଟର ଦୂର ରହିଥିବା ବେଳେ ଏହି ଗରିବ ମହିଳା ମାନେ ନିଜ ଭତ୍ତା ପାଇଁ ବାରମ୍ବାର ବ୍ଳକ ଅଫିସକୁ ଯାଉଥିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ବିଧବା ଭତ୍ତାରୁ ବଞ୍ଚିତ ଅଛନ୍ତି। ଫୁଲଡୁମେର ଗାଁର ଆଦିବାସୀ କୁଟିଆ କନ୍ଧ ମହିଳା ନିଜ ସ୍ୱାମୀ ୠତୁ ମାଝୀଙ୍କୁ ହରାଇ ଆଜିକୁ ଦେଢ଼ ବର୍ଷ ବିତି ଯାଇଥିଲେ ମଧ୍ୟ ବିଧବା ଭତ୍ତାରୁ ବଞ୍ଚିତ ଅଛନ୍ତି। ସେହିପରି ମହିଳା ନିମ୍ବେ ମାଝୀ ସ୍ୱାମୀ ମାଡି ମାଝୀ ମୃତ୍ୟୁର ୩୦ ବର୍ଷ ବିତି ଯାଇଥିଲେ ମଧ୍ୟ ଭତ୍ତା ପାଇପାରି ନାହାଁନ୍ତି। ଆଉଜଣେ ମହିଳା ପାଲାଡି ମାଝୀଙ୍କ ସ୍ୱାମୀ ବେରେଙ୍ଗେ ମାଝୀ ସର୍ପ ଘାତରେ ମୃତ୍ୟୁ ବରଣ କରିଥିଲେ ମଧ୍ୟ ସରକାରଙ୍କ କୌଣସି ସହଯୋଗ କି ସହାୟତା ମିଳି ପାରିଲା ନାହିଁ କି ବିଧବା ଭତ୍ତା ମଧ୍ୟ ପାଇ ପାରିଲେ ନାହିଁ। ଆଉଜଣେ ମହିଳା ତେଲାଡି ମାଝୀ ସ୍ୱାମୀ ସୁନ୍ଦେରା ମାଝୀର ମୃତ୍ୟୁର ଦୁଇ ବର୍ଷ ପରେ ମଧ୍ୟ ବିଧବା ଭତ୍ତା ପାଇ ପାରିଲେ ନାହିଁ।ମହିଳା ମେଣ୍ଡି ମାଝୀର ସ୍ୱାମୀ ସିନ୍ଦୁରୁ ମାଝୀ ମଧ୍ୟ ମୃତ୍ୟୁର ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଭତ୍ତାରୁ ବଞ୍ଚିତ ଅଛନ୍ତି।ନିକଟସ୍ଥ ଗାଁ ପାଲବେରୀର ମହିଳା ବାସୁ ମାଝୀ ମଧ୍ୟ ସ୍ୱାମୀ ନିୟମଗିରି ସଂଗ୍ରାମୀ ଜିଲୁ ମାଝୀ ମୃତ୍ୟୁର ୩ ବର୍ଷ ବିତି ଯାଇଥିଲେ ମଧ୍ୟ ଭତ୍ତା ପାଇ ନାହାଁନ୍ତି।ମହିଳା ସିଙ୍ଗାରି ମାଝୀ ମଧ୍ୟ ସ୍ୱାମୀ ଲିକ୍ସା ମାଝୀ ମୃତ୍ୟୁର ୧ ବର୍ଷ ବିତି ଯାଇଥିଲେ ମଧ୍ୟ ଭତ୍ତା ପାଇ ପାରିଲେ ନାହିଁ।ଏମାନଙ୍କ ମଧ୍ୟରୁ ସ୍ୱାମୀଙ୍କ ମୃତ୍ୟୁ ପରେ କେହିବି ହରିଶ୍ଚନ୍ଦ୍ର ଯୋଜନାରେ ପଇସା ମଧ୍ୟ ମିଳିନାହିଁ।ଏଣୁ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ସେମାନେ ଜିଲ୍ଲାପାଳଙ୍କ ଠାରେ ନିବେଦନ କରିଛନ୍ତି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଲଙ୍କେଶ୍ବରୀ ମନ୍ଦିର ର ରାସ୍ତା ଅବରୋଧ ଅଭିଯୋଗ 

Sunil Chandra Nayak

ମାଳି ସମାଜ ବିକାଶ ପରିଷଦର ଜିଲ୍ଲାସ୍ତରୀୟ ବୈଠକ ,ବିଭିନ୍ନ ସମସ୍ୟା ଉପରେ ଆଲୋଚନା 

Sunil Chandra Nayak

ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ, ୧୯୪୭ ଅଗଷ୍ଟ ୧୫ରେ ଜନ୍ମ ଗ୍ରହଣ କରିଥିଲେ l

masiha

Leave a Comment

error: Content is protected !!