ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭୋଗରାଇ ବିଜେଡିକୁ ଶକ୍ତ ଧକ୍କା, ବରିଷ୍ଠ ଆଇନଜୀବୀ ଭୁବନାନନ୍ଦ ଦାସଙ୍କ ନେତୃତ୍ୱରେ ୫୦ରୁ ଉର୍ଦ୍ଧ୍ବ ନେତା ବିଜେପିରେ ସାମିଲ 

ଭୋଗରାଇ ବିଜେଡିକୁ ଶକ୍ତ ଧକ୍କା, ବରିଷ୍ଠ ଆଇନଜୀବୀ ଭୁବନାନନ୍ଦ ଦାସଙ୍କ ନେତୃତ୍ୱରେ ୫୦ରୁ ଉର୍ଦ୍ଧ୍ବ ନେତା ବିଜେପିରେ ସାମିଲ 

ଜଳେଶ୍ଵର,୧୮/୯(ମନିସ)-ଭୋଗରାଇ ବିଜେଡିକୁ ଶକ୍ତ ଧକ୍କା ଲାଗଛି ।ଆଜି ପୂର୍ବାହ୍ନରେ ଜଳେଶ୍ଵର ମୁରଲୀ କଲ୍ୟାଣ ମଣ୍ଡପଠାରେ ପୂର୍ବତନ ବିଜେଡି ଜିଲ୍ଲା ଉପ ସଭାପତି ତଥା ବରିଷ୍ଠ ଆଇନଜୀବୀ ଭୁବନାନନ୍ଦ ଦାସଙ୍କ ନେତୃତ୍ୱରେ ୫୦ରୁ ଉର୍ଦ୍ଧ୍ବ ନେତା ବିଜେପିରେ ସାମିଲ ହୋଇଛନ୍ତି।ବିଜେପି ଉତ୍ତର ବାଲେଶ୍ୱର ଜିଲ୍ଲା କାର୍ଯ୍ୟକାରିଣୀ ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିବା ରାଜ୍ୟ ସଭାପତି ମନମୋହନ ସାମଲ,ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା,ରାଜ୍ୟ ଉପସଭାନେତ୍ରୀ ସିପ୍ରା ବାଜପେୟୀ,ଜିଲ୍ଲା ସଭାପତି ଡ.ପ୍ରଦୀପ କୁମାର ପଣ୍ଡା, ଜିଲ୍ଲା ପ୍ରଭାରୀ ଉମାକାନ୍ତ ମହାପାତ୍ର ,ଭୋଗରାଇ ବିଜେପି ନେତା ଆଶିଷ ପାତ୍ର,ଜଳେଶ୍ଵର ବିଜେପି ନେତା ବ୍ରଜ ମୋହନ ପ୍ରଧାନ,ବସ୍ତା ବିଜେପି ନେତା ରବୀନ୍ଦ୍ର ଅଣ୍ଡିଆ ପ୍ରମୁଖ ସମେତ ବହୁ ବିଜେପି ନେତା ଉପସ୍ଥିତ ଥିଲେ।ଆଜି ବିଜେପି ଦଳରେ ସାମିଲ ହୋଇଥିବା ନେତୃବୃନ୍ଦ ମଧ୍ୟରେ ବାଲିମ୍ ସମିତି ସଭ୍ୟା ଅର୍ଚ୍ଚନା ଧଳ,ଅଶୋକ ପଟ୍ଟନାୟକ, ପ୍ରଶାନ୍ତ କୁମାର ସି,ରାଧା ରଞ୍ଜନ ଦାସ,ଧନଞ୍ଜୟ ପାତ୍ର, ସୁଧାଂଶୁ ଶେଖର ଗାଣ, ହରିହର ମଣ୍ଡଳ,ରେଣୁକା ମଣ୍ଡଳ, ମଞ୍ଜିତ୍ ମହାନ୍ତି,ନାରାୟଣ ଧଳ, ହରେକୃଷ୍ଣ ମହାନ୍ତି,ଖଗେନ୍ଦ୍ର ନାୟକ,ଡ.ତ୍ରିଲୋଚନ ଦାସ,ଜନ୍ମେଜୟ ସାହୁ, ଗଜେନ୍ଦ୍ର ଚନ୍ଦ,ଦୀପାଳି ସାହୁ,ଶକ୍ତି ଶଙ୍କର ରାଉଳ, ବଟକୃଷ୍ଣ ଚନ୍ଦ ପ୍ରମୁଖ ଅନ୍ୟତମ।ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ପରିଚାଳିତ ସରକାର ଯେଉଁ ଦେଶ ତଥା ରାଜ୍ୟର ପ୍ରଗତି ଓ ଅର୍ଥନୀତି ଅଭିବୃଦ୍ଧି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି,ସେଥିରେ ଆକୃଷ୍ଟ ହୋଇ ବିଜେଡ଼ି ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି ବୋଲି ନିଜ ବକ୍ତବ୍ୟରେ ଭୁବନାନନ୍ଦ ଦାସ ପ୍ରକାଶ କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଆସିକାରେ ବିଧାୟକଙ୍କ ‘ଚା ଖଟି’: ଜନସାଧାରଣଙ୍କ ସହ ସିଧାସଳଖ ଆଲୋଚନା

Sunil Chandra Nayak

ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସନ୍ଦିକୁଲିହାରି ଠାରେ ବିଜୁ ଜନତା ଦଳର ସଂକଳ୍ପ ସମାବେଶ

masiha

ରଘୁନାଥପଲ୍ଲୀ ବିଧାନସଭା କ୍ଷେତ୍ର ଜନତାଙ୍କ ସେବାରେ ନିଜକୁ ସମର୍ପିତ କରିବା ସହିତ ବିକାଶ କରିବା ପାଇଁ ଗ୍ୟାରେଣ୍ଟି

masiha

Leave a Comment

error: Content is protected !!