ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରିୟ ସଫେଇ କର୍ମଚାରୀ ଆୟୋଗର ଉପାଧ୍ୟକ୍ଷ କୈଶବ ବିହାରୀ ଙ୍କ କଲମପୁର ଗସ୍ତ 

ରାଷ୍ଟ୍ରିୟ ସଫେଇ କର୍ମଚାରୀ ଆୟୋଗର ଉପାଧ୍ୟକ୍ଷ କୈଶବ ବିହାରୀ ଙ୍କ କଲମପୁର ଗସ୍ତ 

କଲମପୁର (ମସିହା ) ଗ୍ରାମାଞ୍ଚଳରୁ ଯାଇ ଜାତୀୟ ସ୍ତରରେ ପଦବୀ ପାଇବା ଏତେ ସହଜ ନୁହେଁ, ଏଥିରେ ମାଁ ମାଣିକେଶ୍ଵରୀଙ୍କ ଆଶିର୍ବାଦ ଓ ଆପଣ ମାନଙ୍କ ସ୍ନେହ ତଥା କଠିନ ପରିଶ୍ରମ ସମେତ ରାଷ୍ଟ୍ରୀୟ ନେତୃ ମଣ୍ଡଳୀଙ୍କ ଅକୁଣ୍ଠ ସହଯୋଗ ଫଳରେ ଏହା ସମ୍ଭବ ହୋଇ ପାରିଛି, ଏହି ପଦବୀ କେବଳ ମୋର ନୁହେଁ ଆପଣ ସମସ୍ତଙ୍କର, ମୁଁ ଏଇ ମାଟିରେ ଜନ୍ମିତ ସନ୍ତାନ,ଏଇ ମାଟିର ଋଣ ଶୁଝିବାର ସୁଯୋଗ ମିଳିଛି, ଉପସ୍ଥିତ ଅଧିକାରୀ ମାନଙ୍କୁ ସ୍ବଚ୍ଛ ଭାବେ କାର୍ଯ୍ୟ ନିର୍ବାହ କରିବାକୁ ପରାମର୍ଶ ଦେବା ସହିତ ପ୍ରତି ଯୋଜନା ଗୁଡିକ ଠିକ ଭାବେ କାର୍ଯ୍ୟକାରୀ କରିବାକୁ କହିଥିଲେ, କଲମପୁର ବ୍ଲକ ଆଗାମୀ ଦିନରେ କୃଷି ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ରୋଲ ମୋଡେଲ ହେବାକୁ ଯାଉଛି,ଆପଣ ମାନଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ଆଜି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଗସ୍ତ ସମୟରେ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ଶଶକ୍ତି କରଣ ବିଭାଗ ରାଷ୍ଟ୍ରିୟ ସଫେଇ କର୍ମଚାରୀ ଆୟୋଗର ଉପାଧ୍ୟକ୍ଷ କୈଶବ ବିହାରୀ ବ୍ଲକ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମତବ୍ୟକ୍ତ କରିଥିଲେ, ଏଥିରେ ବିଡ଼ିଓ ବିଜୟ ମାଣ୍ଡାଙ୍ଗି, ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ଶିକ୍ଷାବିତ ସୁଦର୍ଶନ ଦାସ ସମାଜସେବୀ ଗଙ୍ଗାଧର ବେଶ୍ରା , ଡୋଳାମଣୀ ସାହୁ,ସମାଜସେବୀକା କୌଶଲ୍ୟା ବିହାରୀ, ସମିତି ସଭ୍ୟା ପୁଷ୍ପାଞ୍ଜଳି ନାଏକ, କଲମପୁର ବିଜେପି ମଣ୍ଡଳ ସଭାପତି ହିତେଶ ପାତ୍ର, ବିଜମରା ମଣ୍ଡଳ ସଭାପତି ସରିତା ସରାଫ,ବିଜୟ ପଣ୍ଡା,ସୁମତି ଛତ୍ରିଆ,ଅଭି ନିଆଲ,ମାଙ୍ଗେଲାଲ ବାଗ,ପୁଣ୍ଡରିକାକ୍ଷ ନାଏକ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ବିପିଏମ ରିଗାନ୍ୟୁୟସ ଏକ୍କା ମଞ୍ଚ ପରିଚାଳନା କରିଥିଲେ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ବିହାରୀ କଲମପୁର ବ୍ଲକ ପ୍ରସଙ୍ଗରେ ବିଡ଼ିଓଙ୍କ ସହିତ ଆଲୋଚନା କରି କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ, ସେଠାରେ ସଫେଇ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ପଚାରି ବୁଝିବା ସମେତ ଉପସ୍ଥିତ ଡାକ୍ତର ଜୌତି କୃଷ୍ଣ ମାଝୀ ସୋନାଲି ପଣ୍ଡାଙ୍କ ସହିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସଂପର୍କରେ ଆଲୋଚନା କରିଥିଲେ, କଲମପୁର ବ୍ଲକ ମିନଗୁର ପଞ୍ଚାୟତ ଅନ୍ତର୍ଗତ ସର୍ଗିପଡା ବାସିନ୍ଦା ହେଉଛନ୍ତି ରାଷ୍ଟ୍ରିୟ ଉପାଧ୍ୟକ୍ଷ ଶ୍ରୀ ବିହାରୀ, ଏଥିପାଇଁ କଲମପୁର ବିଜେପି ତଥା ଗ୍ରାମବାସୀ ପକ୍ଷରୁ ଶ୍ରୀ ବିହାରୀଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା,

କଲାହାଣ୍ଡି ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

ଝିରପାଣି ରେ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ 

masiha

ତମାଖୁ ମୁକ୍ତ ଅଭିଯାନ ୩.୦ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

ଚିଲିଗୁଡା ରେ ବିହନ ବିତରଣ ମେଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!