ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ ବିଲ୍ ପାଇଁ ବିଦ୍ୟୁତ କାଟ, ଦୁଇ ଦିନ ହେଲା ପାଣି ଯୋଗାଣ ବାଧାପ୍ରାପ୍ତ ନୋଟିସ ନଦେଇ ବିଦ୍ୟୁତ କାଟ ଅଭିଯୋଗ, ପାଣି ପାଇଁ ହଇରାଣ ୪ ଗାଁର ଲୋକେ

ବିଦ୍ୟୁତ ବିଲ୍ ପାଇଁ ବିଦ୍ୟୁତ କାଟ, ଦୁଇ ଦିନ ହେଲା ପାଣି ଯୋଗାଣ ବାଧାପ୍ରାପ୍ତ

ନୋଟିସ ନଦେଇ ବିଦ୍ୟୁତ କାଟ ଅଭିଯୋଗ, ପାଣି ପାଇଁ ହଇରାଣ ୪ ଗାଁର ଲୋକେ

ରାଇରଙ୍ଗପୁର – ୧୮/୦୯ ବକେୟା ବିଦ୍ୟୁତ ବିଲ୍‌ ପରିଶୋଧ ନହେବାରୁ ବିଦ୍ୟୁତ ବିଭାଗ ପକ୍ଷରୁ ବିନା ପୂର୍ବ ସୂଚନାରେ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଥିବା ଅଭିଯୋଗ ହୋଇଛି। ଏହାର ପ୍ରଭାବରେ ପାଣି ଯୋଗାଣ ବ୍ୟବସ୍ଥାରେ ଲାଗିଥିବା ମଟର ଚାଲୁ ହୋଇପାରୁନଥିବାରୁ ବିଜାତଳା ବ୍ଲକ ଅନ୍ତର୍ଗତ ମାଣିକପୁର ପଞ୍ଚାୟତର ମାଣିକପୁର, ଆମଦାବେଡା, ନୂଆଗାଁ ଓ ନୂଆଗାଁର ହୁଟୁବ ସାହିରେ ପାଣି ଯୋଗାଣ ବାଧାପ୍ରାପ୍ତ ହୋଇଛି।

ସୂଚନା ଅନୁଯାୟୀ, ଗତ ଦୁଇ ଦିନ ହେଲା ଏହି ଅଞ୍ଚଳଗୁଡ଼ିକରେ ପାଣି ଯୋଗାଣ ବନ୍ଦ ରହିଛି। ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥିବାରୁ ପାଣି ଯୋଗାଣ ବ୍ୟବସ୍ଥାର ମଟର ଚାଲୁ ହୋଇପାରୁନଥିବା ଜଣାପଡ଼ିଛି। ଫଳରେ ଚାରିଟି ଅଞ୍ଚଳର ଲୋକେ ପାନୀୟ ଜଳ ପାଇଁ ହଇରାଣ ହେଉଛନ୍ତି।

ଅନ୍ୟପକ୍ଷରେ, କୌଣସି ପୂର୍ବ ସୂଚନା କିମ୍ବା ନୋଟିସ ନଦେଇ ବିଦ୍ୟୁତ ସଂଯୋଗ କିପରି ବିଚ୍ଛିନ୍ନ କରାଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ମାଣିକପୁର ସରପଞ୍ଚ ସୁଶାନ୍ତ କୁମାର ମୁଣ୍ଡା ଓ ପିଇଓ ରାଧେଶ୍ୟାମ ପାତ୍ର। 

ପାଣି ଏକ ମୌଳିକ ଆବଶ୍ୟକତା ହୋଇଥିବାରୁ ତୁରନ୍ତ ବିଦ୍ୟୁତ ସଂଯୋଗ ପୁନଃସ୍ଥାପନ କରାଯାଇ ପାଣି ଯୋଗାଣ ସ୍ୱାଭାବିକ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଓଡ଼ିଆ ଭାଷା ବିକାଶ ମଞ୍ଚର ମାସିକ ସାହିତ୍ୟ ଆସର

Sunil Chandra Nayak

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଗୃହ ସର୍ଭେ ନେଇ ପ୍ରଚାର

masiha

ତଳଡାବାରି ଗାଁରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ବ୍ଲକ ଅଧ୍ୟକ୍ଷା, ତହସିଲଦାର ଓ ସରପଞ୍ଚଙ୍କ ଗସ୍ତ , ବସ୍ତି ଜମିର ଘର ପଟ୍ଟା ଧାରୀଙ୍କ ଜମି ଚିହ୍ନଟ, ଆଦିବାସୀ ପରିବାରଙ୍କୁ ଥଇଥାନ

Sunil Chandra Nayak

Leave a Comment

error: Content is protected !!