କଳାହାଣ୍ଡିରୁ ଅଯୋଧ୍ୟା କୁ ଚାଲିଚାଲି ବାହାରିଲେ ୭ ରାମଭକ୍ତ
ଧର୍ମଗଡ : ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମ ଙ୍କ ପ୍ରତି ଅଗାଢ଼ ଭକ୍ତି।ତାଙ୍କର ଦର୍ଶନ ପାଇଁ ଅଯୋଧ୍ୟା କୁ ଚାଲିଚାଲି ଦର୍ଶନ ପାଇଁ ବାହାରିଛନ୍ତି ଧର୍ମଗଡ଼ ଅଞ୍ଚଳର ସାତ ରାମଭକ୍ତ । କଳାହାଣ୍ଡି ଧର୍ମଗଡ ଥାନା ଅନ୍ତର୍ଗତ ବଡଘୁମେର ଗ୍ରାମର ସାତଜଣ ଭକ୍ତ ନିଜକୁ ରାମଦରବାର ବେଶରେ ସଜାଇଛନ୍ତି।ରାମ ଲକ୍ଷ୍ମଣ ସୀତା ହନୁମାନ ଜାମ୍ବବାନ ବିଶ୍ବାମିତ୍ର ବେଶରେ ନିଜକୁ ସଜାଇ ଏମାନେ ବାହାରିଛନ୍ତି। ଏଇ ବେଶରେ ସେମାନେ ଅଯୋଧ୍ୟା ଯାଇ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମ ଙ୍କ ଦର୍ଶନ କରିବେ। ଏମାନଙ୍କୁ ନେ଼ଇ ସମସ୍ତ ଗ୍ରାମ ମାନଙ୍କରେ ବେଶ୍ ଭକ୍ତି ଭାବ ସୃଷ୍ଟି ହୋଇଛି। ଢୋଲ ନିଶାନ କୀର୍ତ୍ତନ ସହ ବିଭିନ୍ନ ସ୍ଥାନରେ ଗ୍ରାମବାସୀ ମାନେ ଏମାନଙ୍କୁ ବନ୍ଧାପନା କରି ଭବ୍ୟ ସ୍ବାଗତ କରାଯାଇଛି । ଏହା ସହିତ ଏମାନଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ ମଧ୍ୟ ହେଉଛି।ବଡଘୁମେର ଗ୍ରାମର ନାଥ ଗୋପାଳ,ମହେନ୍ଦ୍ର ଗୋପାଳ,ଦୁର୍ଯ୍ୟୋଧନ ଗୋପାଳ, ଚମ୍ପେଶ୍ବର ଗୋପାଳ, ତନୁଗୋପାଳ,ନିରାକାର ମାଝୀ ଓ ସୁଶିଲ ଗୋପାଳ ସାମିଲ ହୋଇଛନ୍ତି।ସେମାନଙ୍କୁ ରାସ୍ତାରେ ବିଭିନ୍ନ ଗ୍ରାମ ମାନଙ୍କରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା କରାଯିବା ସହ କିପରି ସୁବିଧାରେ ଅଯୋଧ୍ୟା ରେ ପହଞ୍ଚିବେ ସେନେଇ ପ୍ରାର୍ଥନା କରିଛନ୍ତି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

