ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମହତାବ ଭବନରେ ପଶ୍ଚିମ ମୟୂରଭଂଜ ବିଜେପିର ପ୍ରଥମ ସାଂଗଠନିକ କାର୍ଯ୍ଯକାରିଣୀ ବୈଠକ

ମହତାବ ଭବନରେ ପଶ୍ଚିମ ମୟୂରଭଂଜ ବିଜେପିର ପ୍ରଥମ ସାଂଗଠନିକ କାର୍ଯ୍ଯକାରିଣୀ ବୈଠକ

ରାଇରଙ୍ଗପୁର – ( ଅକ୍ଷୟ ବିଶ୍ବାଳ)୧୯/୦୯ ରାଇରଙ୍ଗପୁର ପୌରପାଳିକା ଅଧିନସ୍ଥ ହରେକୃଷ୍ଣ ମହତାବ ଭବନ ପରିସରରେ ପଶ୍ଚିମ ମୟୂରଭଂଜ ବିଜେପିର ପ୍ରଥମ ସାଂଗଠନିକ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଜୁରିଲାଲ ମହାନ୍ତଙ୍କ ପୌରହିତ୍ୟରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ନବୀନ ରାମ,ରାଜ୍ୟ ସଂପାଦକ ରାମଚନ୍ଦ୍ର ହାଁସଦାଃ, ଜିଲ୍ଲା କୋଷାଧ୍ୟକ୍ଷ ବିକାଶ ମହାନ୍ତ, ମୟୂରଭଂଜ ସାଂସଦ ନବ ଚରଣ ମାଝୀ, ପ୍ରାକ୍ତନ ରାଜ୍ୟସଭା ସାଂସଦ ମମତା ମହାନ୍ତ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ସାରସକଣା ବିଧାୟକ ଭାଦଵ ହାଁସଦାଃ, କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବ୍ରୁ,ଭଦ୍ରକ ଜିଲ୍ଲା ବିଜେପି ପ୍ରଭାରୀ ସଞ୍ଜିବ ମହାନ୍ତି, ଜିଲ୍ଲା ଉପସଭାପତି ସରୋଜ ମହାନ୍ତ,ରାଇରଙ୍ଗପୁର ଟାଉନ ସଭାପତି ସୁନିଲ ମହାନ୍ତ , ପଶ୍ଚିମ ମୟୂରଭଂଜ ପ୍ରଭାରୀ ଅଂଶୁମାନ ମହାନ୍ତ, ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡ଼ାଃ ବୁଢ଼ାନ ମୁର୍ମୁ, ପ୍ରାକ୍ତନ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ, ସାଂସଦ ଆଇଟିଡିଏ ପ୍ରତିନିଧି ଶିବୁ ଅଗ୍ରଓ୍ବାଲା, ଅଶୋକ ମହାନ୍ତ, ଜିଲ୍ଲା ଆଇଟି ସେଲର ଶଶାଙ୍କ କୁମାର, ଯୁବ ମୋର୍ଚା ସଭାପତି ଆଲୋକ ରଞ୍ଜନ ମହାନ୍ତ,ବିପିନ ବିହାରୀ ମହାନ୍ତ,ନରେନ୍ଦ୍ର ସାହୁ, ମହିଳା ମୋର୍ଚା ନେତ୍ରୀ ରଞ୍ଜିତା ମହାନ୍ତ,ସୋନାଲି ମହାନ୍ତ,ମଞ୍ଜୁଲତା ଗିରି, କଳ୍ପନା ମହାନ୍ତି, ରାଣୀ ମଣ୍ଡଳ ସମେତ ବହୁ ନେତୃବୃନ୍ଦ ଯୋଗଦେଇ ଶ୍ଯାମାପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ପରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା ।କହିଥିଲେ ଯେ କୌଣସି ଦଳର ଭିତ୍ତିଭୂମି ହେଉଛି ସଂଗଠନ ।ତେଣୁ ସମସ୍ତ ସଦସ୍ୟ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବା ପାଇଁ ଶପଥ ନିଅ ।ତଦସହ ସରକାରଙ୍କ ଦିର୍ଘ ଅଢେଇ ବର୍ଷର ବିଭିନ୍ନ ଜନକଲ୍ଯାଣ ଯୋଜନା ଓ ସଫଳତାକୁ ନେଇ ଲୋକଙ୍କ ଘରେ ଘରେ ପହଞ୍ଚାଅ ।ସରକାରଙ୍କ ଯୋଜନାରୁ ଯେଭଳି କୌଣସି ହିତାଧିକାରୀ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଯତ୍ନଶୀଳ ହେବା ସହ ସେ ଲୋକଟି କିଭଳି ପାଇପାରିବ ଶିଘ୍ର ସେବା ଯୋଗାଇଦିଅ ।ଆଗକୁ ପୌରନିର୍ବାଚନ ଓ ତ୍ରିସ୍ତରୀୟ ନିର୍ବାଚନ ।ତେଣୁ ସଜାଗ ହୋଇ ସଂଗଠନକୁ ସଜାଡିବା ସମସ୍ତେ ଆହ୍ଵାନ ଦେଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ଵାଳ

Related posts

ବିଶ୍ୱହିନ୍ଦୁ ପରିଷଦ ର ସୌର୍ଯ୍ୟ ଜାଗରଣ ରଥଯାତ୍ରା

masiha

ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ଙ୍କ ବଳାତ୍କାର ଘଟଣା  ନେଇ ରାଇରଙ୍ଗପୁରରେ ଯୁବ ବିଜେପି ମୋର୍ଚା ତରଫରୁ ରାହୁଲ ଗାନ୍ଧୀ ଏବଂ ଭକ୍ତ ଦାସଙ୍କ କୁଶପୁତ୍ତଳିକା ଦାହ

Sunil Chandra Nayak

ଉପାନ୍ତ ଅଞ୍ଚଳ ରେ ନିରାଶୟ ଙ୍କୁ ଶାଢ଼ୀ ବାଣ୍ଟିଲେ ବିଜେପି କର୍ମକର୍ତ୍ତା

Sunil Chandra Nayak

Leave a Comment

error: Content is protected !!