ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ଜିଲ୍ଲା ତିଖାଲି ନିମ୍ନ ଇନ୍ଦ୍ରଜଳ ସେଚନ ପ୍ରକଳ୍ପ ପାଣି  ପଂଚାୟତ କାର୍ଯ୍ୟାଳୟ ଉଦଘାଟନ

 ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ତିଖାଲି ଠାରେ ନିର୍ମାଣ ଶେଷ ପର୍ଯ୍ୟାୟ ହୋଇ ସାରିଥିବା ବେଳେ ତିଖାଲି ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପର ପାଣି ପଂଚାୟତ ନୂତନ କାର୍ଯ୍ୟାଳୟ ଉଦଘାଟନ ସହ ପାଣି ପଂଚାୟତ କୁ ଦାୟିତ୍ଵ ହସ୍ତାନ୍ତର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜ ଓ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗଦାନ କରି ବିସ୍ଥାପିତ ଙ୍କ ବଳିଦାନରେ ଆଜି ମରୁଡି ଦାଦନ ପ୍ରବଣ ଦୁଇ ଗୋଟି ଜିଲ୍ଲା ନୂଆପଡା ର ଖଡିଆଳ ଓ ବୋଡେନ ଓ ବଲାଙ୍ଗିର ର ଟିଟିଲାଗଡ ସବଡିଭିଜନ ର ଜମିକୁ ଜଳ ସେଚିତ ହୋଇ ପାରିଛି । ବଳକା ଜଳ ମାଇକ୍ରୋପ୍ଲାନ ଦ୍ଵାରା ବଂଚିତ ଅଂଚଳକୁ ଜଳ ଯୋଗାଣ ପାଇଁ ଅନୁରୋଧ କରିଛନ୍ତି। ଏହି ପ୍ରକଳ୍ପରେ ମୋଟ ୭୦ ଗୋଟି ପାଣି ପଂଚାୟତ ରହିଥିବା ବେଳେ ୩୧ ଗୋଟି ପାଣି ପଂଚାୟତ କୁ ଦାୟିତ୍ଵ ହସ୍ତାନ୍ତର କରାଯାଇଥିବା ବେଳେ ୩୯ ଗୋଟି ପାଣି ପଂଚାୟତ କୁ ବିଭାଗ ଦ୍ବାରା ପରିଚାଳିତ କରାଯିବ । ସମଗ୍ର ପ୍ରକଳ୍ପରେ ବଲାଙ୍ଗିର ଜିଲ୍ଲାର ୧୬ ହଜାର ୪୦୦ ସହ ହେକ୍ଟର ଜମିକୁ ଜଳ ସେଚିତ ହୋବାକୁ ଥିବା ବେଲେ ନୂଆପଡା ଜିଲ୍ଲା ଖଡିଆଳ ଏବଂ ବୋଡେନ ରେ ୧୩ ହଜାର ୫୦୦ ସହ ହେକ୍ଟର ଜମି ଜଳ ସେଚିତ ହେବ । କାର୍ଯ୍ୟକ୍ରମରେ ମୁଖ୍ୟ ନିର୍ମାଣଧିନ ଯନ୍ତ୍ରୀ କାମେଶ୍ବର ଚୌଧୁରୀ, ପାଣି ପଂଚାୟତ ସଭାପତି ମଂଜେଶ ମେହେର, ସମ୍ପାଦକ ମିଲନ ଅହୀର , କୋଷାଧ୍ୟକ୍ଷ ମାନବିନ୍ଦ୍ର ସିଂ ବାରିକ ,ପାଣି ପଂଚାୟତ ଏସଏଚଜି କମିଟି ସଭାପତି ସୁଶାନ୍ତ କୁମାର ବିଶି, ସେଛାସେବୀ ସହଭାଗୀ ଅନୁଷ୍ଠାନର କୋ ଅର୍ଡିନେଟର ରଫିକ ମହମ୍ମଦ ମାଂଚାସୀନ ଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସାହିତ୍ୟ ଅଗଣା

Sunil Chandra Nayak

ଖଜୁରୀ ପଡା ରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

Sunil Chandra Nayak

ଲଗାଣ ବର୍ଷାରେ ବହୁ ଘର ଓ ଦୋକାନରେ ପସିଲା ପାଣି

Sunil Chandra Nayak

Leave a Comment

error: Content is protected !!