ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

,୧- ୨ ବର୍ଷ ମଧ୍ୟରେ ବ୍ଲକର ୧୩ ଗୋଟି ପଞ୍ଚାୟତ ର ଚିତ୍ର ବଦଳିଲା,ଆଗେଇଛି ଉନ୍ନତି ମୂଳକ କାର୍ଯ୍ୟ , ୨-ନିଲାବାଡ଼ି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ , ୩- ପ୍ରବଳ ବର୍ଷା ଓ ପବନରେ ଏସାଡା ଗ୍ରାମରେ ଘର ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ୭ ପରିବାର

୨ ବର୍ଷ ମଧ୍ୟରେ ବ୍ଲକର ୧୩ ଗୋଟି ପଞ୍ଚାୟତ ର ଚିତ୍ର ବଦଳିଲା,ଆଗେଇଛି ଉନ୍ନତି ମୂଳକ କାର୍ଯ୍ୟ

ବନ୍ଧୁଗାଁ ତା, ୨୬/୯/୨୬, ବନ୍ଧୁଗାଁ ବ୍ଲକ ରେ ରହିଥିବା ୧୩ ଗଟି ପଞ୍ଚାୟତ ୨୦୨୪ ମସିହାରୁ ପୂର୍ବେ ଅଳ୍ପ ମାତ୍ରାରେ କାମ ହୋଉଥିବାର ଦେଖିବାକୁ ମିଳିଥିଲା I ପୂର୍ବେ ରହିଥିବା ବ୍ଲକର ଅନେକ ଗ୍ରାମର କିଛି କାମ ଅର୍ଦ୍ଧ ଖଣ୍ଡିଆ ହୋଇ ବର୍ଷ ବର୍ଷ ଧରି ପଡିରହିଥିଲା I ବର୍ତ୍ତମାନ ୨୪ ମସିହା ପରଠାରୁ ବ୍ଲକରେ ନୂତନ ଭାବରେ ୧୩ ଗୋଟି ପଞ୍ଚାୟତକୁ ମାତ୍ର ଜଣେ ଏଇଇ, ଜଣେ ଏଇ ଓ ଦୁଇଜଣ ଯନ୍ତ୍ରୀ ଓ ଙ୍କ ଦ୍ୱାରା ୧୩ ଗୋଟି ପଞ୍ଚାୟତ ର କଣ କଣରେ ପଡିରହିଥିବା ଅର୍ଦ୍ଧ ଖଣ୍ଡିଆ କାମକୁ ତଦାରଖ କରି ସମ୍ଫୁର୍ଣ୍ଣ ଭାବରେ କରିବା ସହ ଯେତେ ବି ନୂତନ କାମ କରିବା ପାଇଁ ଆସିଥିଲା ସେହି ନୂତନ ବିଲଡିଙ୍ଗ ହେଉ କି ସିସି ରାସ୍ତା ହେଉକି ଗାଁ କଲ୍ୟାଣ ମଣ୍ଡପ ହେଉ ଜଳ ପ୍ରପାତ୍ର ସୌନ୍ଧର୍ଯ୍ୟ କରଣ ହେଉ ସରକାରୀ କାର୍ଯ୍ୟାଳୟ ଗୃହ ହେଉ ଏବଂ ମନ୍ଦିର ର ଉନ୍ନତି ଓ ଗାଁ ଗାଁ ସାହି ସାହି ମାନଙ୍କରେ ଅଳିଆ ଆବର୍ଜନା ଡ୍ରେନେଜ ସଫା ସହ ଫେବର ବ୍ଲକ କାମ ଓ ବ୍ଲକ ହେଡ଼ କ୍ୱାଟର ର ସୌନ୍ଦର୍ଯ୍ୟ ହେଉ ଏହିପରି କହିବାକୁ ଗଲେ ଓ ଚିତ୍ର ଦେଖାଇବାକୁ ଗଲେ ଅନେକ କିଛି ଉନ୍ନତି ମୂଳକ କାମ ଓ ପଞ୍ଚାୟତ ବିଭାଗ ର ଜେ କୌଣସି କାମ ହେଉ ଠିକାଦାର ମାନଙ୍କ ସହ ଚାଲିଥିବା କାମ ସାଇଡ଼ରେ ରହି ଉଚିତ ଅନୁଯାଇ କାମ ଗୁଡିକ ଜରସୋର ଭାବରେ କରେଇବା ପାଇଁ ଅନେକ ଗାଁରେ ଗତ ଦୁଇବର୍ଷ ମଧ୍ୟରେ ପୂର୍ବ ଅପେକ୍ଷା ବର୍ତମାନ ୭୦% ସତକଡା ଭାଗରେ କାମ ସରିଥିବା ବେଳେ ଆଉ କିଛି ଜାଗାର କାମ ଗୁଡିକ ୮୦% ଭାଗ କାମ ଚାଲୁ ରହିଥିବା ଦେଖିବାକୁ ମିଳିଛି I ଯେମିତିକି ବନ୍ଧୁଗାଁ ପଞ୍ଚାୟତ ର ମାଉସୀମା ମନ୍ଦିର ଗୃହ ଓ ଭୋଗ ଗୃହ ସାମନ୍ନାର ଉନ୍ନତିର ସୌନ୍ଦର୍ଯ୍ୟ କରଣ ପାଇଁ ଫେବେର ବ୍ଲକ ଓ ମେଟାଲ କଂକ୍ରିଟ, କୁମ୍ଭାରୀପୁଟ ଠାରେ ସୁଭଦ୍ରା ମିଶନ ଶକ୍ତି ଗୃହ, ବନ୍ଧୁଗାଁ ବିଦ୍ୟାଳୟ ଠାରେ ନୂତନ ସ୍ୱଛାଳୟ, ବିଲାମାଳ ଠାରେ ନୂତନ ଅତିରିକ୍ତ ଶ୍ରେଣୀଗୃହ ବିଲଡିଙ୍ଗ, ଗାରିଡି ଠାରେ ନୂତନ ବିଲଡିଙ୍ଗ,ଆଲମଣ୍ଡା ଠାରେ ୧୦୦ ଛାତ୍ର ବିଶିଷ୍ଟ ନୂତନ ଭାବର ଛାତ୍ର ନିବାସ, ବନ୍ଧୁଗାଁ ପଞ୍ଚାୟତ ଠାରେ ନୂତନ ବୈଠକ ଗୃହ କାର୍ଯ୍ୟର ଶୁଭାରମ୍ଭ, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଏକ୍ସଟ୍ରା ଶ୍ରେଣୀ ଗୃହ ସହ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ସ୍ୱଛାଳୟ,କୁମ୍ଭାରୀପୁଟ ପଞ୍ଚାୟତ ଭିତରେ ୮ବର୍ଷ ଧରି ଅର୍ଦ୍ଧ ଖଣ୍ଡିଆ ହୋଇ ପୋଡି ରହିଥିବା ଅଙ୍ଗନ ବାଡ଼ି କେନ୍ଦ୍ର ର କାମ ସମ୍ଫୁର୍ଣ୍ଣ ଭାବରେ କରିବା,ପାଲକା ଗ୍ରାମର ବିଦ୍ୟାଳୟ ଠାରେ ଅତିରିକ୍ତ ଶ୍ରେଣୀ ଗୃହ, ଗାରିଡି ଠାରେ ତିରନାଥ ମନ୍ଦିର, ଓ ବିଦ୍ୟାଳୟ ଠାରେ 5ଟି ଦ୍ୱାରା ଅତିରିକ୍ତ ଶ୍ରେଣୀ ଗୃହ,କେ.ଗୁରୁଷି ଠାରେ ବିଜିବିଓ ପାଚେରୀ,ମେକଡା ଠାରେ କପଡା ବଦଳି ଗୃହ,ବଡ଼ ସରପୋଲି ହାଟ ବଜାରରେ ନୂତନ ଦୋକାନର କାମ ଉନ୍ନତି କରିବା,ଓ ଅର୍ଦ୍ଧ ଖଣ୍ଡିଆ ହୋଇ ପଡିଥିବା ପଞ୍ଚାୟତ ର କାର୍ଯ୍ୟ ଶେଷ କରିବା,କାଟ୍ରାଗାଡା ଠାରେ ଡି ଏମ ଫୋଣ୍ଡରୁ ସିସି ରାସ୍ତା,ଦାଶିନୀ ବିଦ୍ୟାଳୟ ଠାରେ ଅତିରିକ୍ତ ଶ୍ରେଣୀ ଗୃହ ଓ ରୋଷେଇ ଘର,ଏହିପରି ଅନେକ ଗ୍ରାମରେ ଉଚ୍ଚ ମାନର କାମ ହୋଇଅଛି I ଏଥିସହ ବନ୍ଧୁଗାଁ ଠାରେ ଅର୍ଦ୍ଧ ଖଣ୍ଡିଆ ହୋଇ ପଡି ରହିଥିବା କଲ୍ୟାଣ ମଣ୍ଡପ କାମ ସମ୍ଫୁର୍ଣ୍ଣ ଭାବରେ କରିବା ପାଇଁ ସରକାର ଯଦି କିଛି ଅର୍ଥ ରଖିଲେ ତାହା ସମ୍ଫୁର୍ଣ୍ଣ ଭାବରେ କରିବା ପାଇଁ ବନ୍ଧୁଗାଁ ବାସୀଙ୍କ ବୟାନ I ଆଉ କିଛି ଗ୍ରାମରେ ଉନ୍ନତି ମୂଳକ କାର୍ଯ୍ୟର ଆବଶ୍ୟକ ରହିଅଛି ସରକାର ଯଦି ଆର୍ଥିକ ପୁଞ୍ଜି ନିବେଶ କଲେ ଯନ୍ତ୍ରୀ ମାନେ ଗାଁ ମାନଙ୍କରେ ରହିଥିବା ଜରୁରୀ ଉନ୍ନତି କାର୍ଯ୍ୟ କରି ଗାଁର ସୌନ୍ଧର୍ଯ୍ୟ ସହ ସୁନ୍ଦର ପରିବେଶ ଭାବରେ ରହି ପାରନ୍ତା ବଲି ଯନ୍ତ୍ରୀଙ୍କ ଦ୍ୱାରା ପଚାରି ବୁଝିଥିଲୁ I 

 ନିଲାବାଡ଼ି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ 

ବନ୍ଧୁଗାଁ ତା,୧୮/୯/୨୬ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ ଅନ୍ତର୍ଗତ ନିଲାବାଡ଼ି ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ପ୍ରତିଷ୍ଠା ଦିବସ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ ପ୍ରିନ୍ସିପାଲ ରମେଶ ଗରଡିଆ ଅଧ୍ୟକ୍ଷତା କରିବା ବେଳେ ମୁଖ୍ୟ ଅତିଥି ଭାବେ ବନ୍ଧୁଗାଁ ବ୍ଲକ ବିଡିଓ ଅସିତ କୁମାର ମହାନ୍ତି , ମୁଖ୍ୟ ବକ୍ତା ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ମଦନ ମୁଦୁଲି, ସମ୍ମାନିତ ଅତିଥି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମଧୁସୂଦନ ବଡ଼ନାଇକ, ଭିଏମଡିସି ସଦସ୍ୟ କିଶୋର ପଟ୍ଟନାୟକ ଓ ନିଲାବାଡ଼ି ସେକ୍ଟର ସି ଆରସିସି ପ୍ରମୁଖ ଉପସ୍ଥିତ ରହି ଥିଲେ। ଅତିଥି ମାନଙ୍କ ଦ୍ୱାରା 

ବିଦ୍ୟାଳୟ ପରିସରରେ ଥିବା ଶ୍ରୀ ଗଣେଶ ଙ୍କ ମୂର୍ତ୍ତି ଆଗରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ତଥା ଶିକ୍ଷକ ଶିକ୍ଷୟିତ୍ରୀମାନେ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ବିଦ୍ୟାଳୟର ଶିକ୍ଷାଦାନ ଶୈଳୀ, ଉପଲବ୍ଧି ଓ ଆଗାମୀ ଯୋଜନା ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ।

ଉପସ୍ଥିତ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ ଯେ, ଉପାନ୍ତ ଅଞ୍ଚଳରେ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ଓ ଇଂରାଜୀ ମାଧ୍ୟମ ଶିକ୍ଷା ପ୍ରଦାନ କରିବାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଛାତ୍ରଛାତ୍ରୀମାନେ ଶିକ୍ଷା ସହିତ ସଂସ୍କାରବାନ ହୋଇ ସମାଜରେ ନିଜ ଅଞ୍ଚଳ ତଥା ରାଜ୍ୟର ନାମ ରୋଶନ କରିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ।

ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଭିଭାବକ ଓ ଗ୍ରାମବାସୀ ଉପସ୍ଥିତ ରହି ଉତ୍ସାହିତ କରିଥିବା ବେଳେ ଶେଷରେ ପ୍ରିନ୍ସପାଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରବଳ ବର୍ଷା ଓ ପବନରେ ଏସାଡା ଗ୍ରାମରେ ଘର ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ୭ ପରିବାର 

ବନ୍ଧୁଗାଁ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ବଡ଼ସରପଲ୍ଲୀ ପଞ୍ଚାୟତର ଏସାଡା ଗ୍ରାମରେ ଆଜି ଅପରାହ୍ଣ ପ୍ରାୟ ୩ଟା ସମୟରେ ପ୍ରବଳ ବର୍ଷା ସହ ଝଡ଼ ପବନ ହେବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ହଠାତ୍ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଗ୍ରାମରେ ଥିବା ଅନେକ ଘର ଓ ଆମ୍ବଗଛ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

ଏହି ଝଡ଼ପବନରେ ଏସାଡା ଗ୍ରାମର ସାମ କାଡ୍ରାକ, ରାମୀ କାଡ୍ରାକ, ସାମ ଭିଆ ନାଟଶାନ କାଡ୍ରାକ, ଆସନ୍ତି କାଡ୍ରାକା, ରୁପା କାଡ୍ରାକା, ମୁନା କାଡ୍ରାକା ଓ ଆମ୍ଭେଳି କାଡ୍ରାକଙ୍କ ଘର ନିକଟରେ ଥିବା ଆମ୍ବଗଛ ଭାଙ୍ଗି ପଡ଼ିଥିବା ଜଣାପଡ଼ିଛି। ଗଛ ଭାଙ୍ଗି ପଡ଼ିବା ସମୟରେ ଉକ୍ତ ପରିବାରଗୁଡ଼ିକର ସଦସ୍ୟମାନେ ଘର ନିକଟରେ ଥିବାରୁ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ଘଟଣାରେ କୌଣସି ଜୀବନହାନି ଘଟିଥିବା ସୂଚନା ମିଳିନାହିଁ।

ଝଡ଼ପବନ ଯୋଗୁଁ ଗଛ ଭାଙ୍ଗି ପଡ଼ିବା ସହ ଘରଗୁଡ଼ିକର କ୍ଷୟକ୍ଷତି ହୋଇଥିବାରୁ ପ୍ରଭାବିତ ପରିବାରଗୁଡ଼ିକ ଅସୁବିଧାରେ ପଡ଼ିଛନ୍ତି। ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇ ପ୍ରଭାବିତ ପରିବାରଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।ଏହି ଅଞ୍ଚଳରେ ହଠାତ୍ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ଆଗାମୀ ସମୟରେ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ନେଇ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି।

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ପାଚିକା ସହାୟୀକା ମଜଦୁର ସଂଘର ବୈଠକ ଅନୁଷ୍ଠିତ

Sunil Chandra Nayak

ରକ୍ତଦାତା ଇଂ.ବିପ୍ର ରଂଜନ ନାୟକ : ଯୁବ ସମାଜର ଜାଗ୍ରତ ସ୍ୱର ଓ ସ୍ୱାକ୍ଷର 

masiha

ଦାଦନଙ୍କୁ ନିର୍ଯ୍ୟାତନା ! ବେଙ୍ଗାଳୁରୁ ରୁ ୧୧୦୦ କିମି ଚାଲି ଚାଲି ଘରକୁ ଫେରିଲେ ତିନି ଦାଦନ ଶ୍ରମିକ, ପ୍ରଶାସନିକ ତଦନ୍ତ ଆରମ୍ଭ

Sunil Chandra Nayak

Leave a Comment

error: Content is protected !!