ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହର୍ଷି ପରାଶରଙ୍କ ଜନ୍ମୋତ୍ସବ ପାଳିତ

ମହର୍ଷି ପରାଶରଙ୍କ ଜନ୍ମୋତ୍ସବ ପାଳିତ

ସିନାପାଲି , ୨୮/୯: ନୂଆପଡା ଜିଲ୍ଲା ଖଡ଼ିଆଳ ବରଗାଁ ମଣ୍ଡଳ ଅନ୍ତର୍ଗତ ସିନାପାଲି ବ୍ଲକ ଚଳନା ଗ୍ରାମର ବାବା ବରଦେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପରାଶର ପରିବାର ପକ୍ଷରୁ ମହର୍ଷି ପରାଶରଙ୍କ ଜନ୍ମୋତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି। ବରଗାଁ ମଣ୍ଡଳ ସଭାପତିଙ୍କ ପରାମର୍ଶକ୍ରମେ ଚଳନା ମୁଣ୍ଡ ପରିବାରର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ପରାଶର ବଂଶୋଦ୍ଭବଙ୍କ ବିପୁଳ ସମାଗମ ହୋଇଥିଲା।

କାର୍ଯ୍ୟକ୍ରମରେ ଶ୍ରୀ ଅଶୋକ କୁମାର ମୁଣ୍ଡ ସଭାପତିତ୍ୱ କରିଥିବାବେଳେ ପ୍ରଶାନ୍ତ ମୁଣ୍ଡ ସମ୍ପାଦକ, ସନତ କୁମାର ମୁଣ୍ଡ ସଂଯୋଜକ ଏବଂ ସତ୍ୟପ୍ରିୟ ମୁଣ୍ଡ ସହସଂଯୋଜକ ଭାବେ ଦାୟିତ୍ୱ ତୁଲାଇଥିଲେ।

ମୁଖ୍ୟ ଅତିଥି ଭାବେ ଶ୍ରୀ ଉପେନ୍ଦ୍ର ନାଥ ମୁଣ୍ଡ ଯୋଗଦେଇ ମହର୍ଷି ପରାଶରଙ୍କ ଜୀବନୀ, ତାଙ୍କର ଅବଦାନ ଏବଂ ପରାଶର ବଂଶର ଏକତା ଓ ଭାଇଚାରା ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ପରାଶର ମୁଣ୍ଡ ପରିବାର ଉପସଭାପତି ଶ୍ରୀ ଶିବ ପ୍ରସାଦ ମୁଣ୍ଡଙ୍କ ସମେତ ଶ୍ରୀ ଗୌତମ ପ୍ରସାଦ ମୁଣ୍ଡ, ଶ୍ରୀ ଯଜ୍ଞେଶ ଚନ୍ଦ୍ର ମୁଣ୍ଡ, ଶ୍ରୀ ଶାନ୍ତନୁ କୁମାର ମୁଣ୍ଡ, ଶ୍ରୀ ସୁରେଶ ଚନ୍ଦ୍ର ମୁଣ୍ଡ, ଶ୍ରୀ ବୀରେନ୍ଦ୍ର ମୁଣ୍ଡ ଓ ଶ୍ରୀ ପ୍ରବୀଣ କୁମାର ମୁଣ୍ଡ ପ୍ରମୁଖ ଯୋଗଦେଇଥିଲେ।

ଏହି ଅବସରରେ ମହର୍ଷି ପରାଶରଙ୍କ ପ୍ରତିମୂର୍ତ୍ତିରେ ଧୂପ, ଦୀପ ଓ ପଞ୍ଚୋପଚାର ପୂଜା କରାଯିବା ସହ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା। ପରେ ମହର୍ଷି ପରାଶରଙ୍କ ଜୀବନୀ, ଆଦର୍ଶ ଓ ବଂଶର ଏକତା ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଚଳନା ମୁଣ୍ଡପଡ଼ାରୁ ଶ୍ରୀ ହୃଷିକେଶ ମୁଣ୍ଡ, ଶ୍ରୀ ମଦନ ମୋହନ ମୁଣ୍ଡ, ଶ୍ରୀ ଗୁଣନିଧି ମୁଣ୍ଡ, ଶ୍ରୀ ଅଚ୍ୟୁତାନନ୍ଦ ମୁଣ୍ଡ, ଶ୍ରୀ ଅଶ୍ୱିନୀ କୁମାର ମୁଣ୍ଡ, ଶ୍ରୀ ସୁଶୀଲ କୁମାର ମୁଣ୍ଡ, ଶ୍ରୀ ପୁଣ୍ଡରିକ୍ଷ ମୁଣ୍ଡ, ଶ୍ରୀ ହିତେଶ କୁମାର ମୁଣ୍ଡ ଓ ଶ୍ରୀ ଅଭିଷେକ ମୁଣ୍ଡଙ୍କ ସମେତ ପ୍ରାୟ ୨୦୦ ରୁ ଊର୍ଦ୍ଧ୍ୱ ପରାଶର ବଂଶୋଦ୍ଭବ ଏହି ଉତ୍ସବରେ ଯୋଗଦେଇଥିଲେ। ଶ୍ରୀ ସନ୍ତୋଷ କୁମାର ମୁଣ୍ଡ ମଞ୍ଚ ପରିଚାଳନା କରିଥିଲେ। ଏବଂ  ଶେଷରେ ଶ୍ରୀ ଅମୂଲ୍ୟ କୁମାର ମୁଣ୍ଡ ଉପସ୍ଥିତ ସମସ୍ତ ଅତିଥି, ପରାଶର ବଂଶୋଦ୍ଭବ ଓ ଆୟୋଜକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ନୂତନ ଥାନା ଅଧିକାରୀଙ୍କୁ ବ୍ଲକ ସ୍ତରୀୟ ବିଜେଡ଼ି ନେତା ଙ୍କ ସାକ୍ଷାତ

Sunil Chandra Nayak

ପାଖରେ ନଥିଲା ସମ୍ୱଳ…୪୦ କିଲୋମିଟର ମୃତଦେହ ଧରି ଚାଲିଲେ ସ୍ୱାମୀ

Sunil Chandra Nayak

ଗାଁ ସାଥୀ ମାନଙ୍କ ସମସ୍ୟା ନେଇ ମିଳିତ କ୍ରିୟାନୁଷ୍ଠାନ କମିଟି ର ବୈଠକ

masiha

Leave a Comment

error: Content is protected !!