ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ ବରିଷ୍ଠ ନାଗରିକ ଦିବସରେ ଦର୍ଶକଙ୍କ ମନକୁ ଛୁଇଁଲା ନାଟକ “ପରେ କହିବି” 

ବିଶ୍ୱ ବରିଷ୍ଠ ନାଗରିକ ଦିବସରେ ଦର୍ଶକଙ୍କ ମନକୁ ଛୁଇଁଲା ନାଟକ “ପରେ କହିବି” 

ରାଇରଙ୍ଗପୁର – ତା ୦୧/୧୦ ; ଵାରିପଦାର ସହିଦ ସ୍ମୃତି ଭବନରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ମୟୁରଭଞ୍ଜ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ନାଟକ “ପରେ କହିବି” ମଞ୍ଚସ୍ଥ ହୋଇଯାଇଛି I ୭୫ ବାସ୍ତବ ପରିବାର ଗ୍ରୁପ ପ୍ରଯୋଜିତ ଏବଂ ଚିନ୍ମୟ ଦାସ ପଟ୍ଟନାୟକଙ୍କ ଲିଖିତ ଓ ନିର୍ଦ୍ଦେଶିତ ନାଟକରେ ପ୍ରଦୀପ କିଶୋର ମହାନ୍ତି, ଚିନ୍ମୟ ଦାସ ପଟ୍ଟନାୟକ, ପ୍ରଦୀପ କୁମାର ପାଣିଗ୍ରାହୀ, ଅଶୋକ ପଟ୍ଟନାୟକ, ଶାନ୍ତନୁ ପାଢ଼ୀ, ଶିଶିର ଲେଙ୍କା, ଜୟନ୍ତ ସେନାପତି, ଅରୁଣ ପାତ୍ର, ସର୍ବତୋଷ ଦାଶ, ରବି ମହାପାତ୍ର, ଯାମିନୀକାନ୍ତ ମାଲାକାର ଓ ଶିଶୁ କଳାକାର ଲତାଶା ଖୁରାନା ଅଭିନୟ କରିଥିବା ବେଳେ ଆଲୋକରେ ଜ୍ଞାନରଞ୍ଜନ ପଣ୍ଡା, ସଂଗୀତରେ ଅଂକୁର ଖୁରାନା, ଦୁର୍ଗା ପାତ୍ର ଓ ମଞ୍ଚସଜ୍ଜାରେ ନରସିଂହ ବାରିକ ସହଯୋଗ କରିଥିଲେ I ଆଜିର ସମାଜରେ ବୃଦ୍ଧ ପିତାମାତାଙ୍କ ପୁଅଝିଅ ମାନେ ସେମାନଙ୍କୁ ନିଛାଟିଆ ଛାଡ଼ିଦେଇ ନିଜର ବିଳାସବ୍ୟସନରେ ବ୍ୟସ୍ତ I ପିତାମାତାଙ୍କ ସହିତ ଦୁଃଖସୁଖ ହେବା ପାଇଁ ସେମାନଙ୍କ ପାଖରେ ସମୟ ନାହିଁ I ଏହିଭଳି ଜଣେ ଅବସରପ୍ରାପ୍ତ ଶିକ୍ଷକର ବୃଦ୍ଧାବସ୍ଥାର ନିଛାଟିଆ ଜୀବନଯାପନ ଉପରେ ଆଧାରିତ କାହାଣୀରେ କଳାକାରମାନଙ୍କ ନିଖୁଣ ଅଭିନୟ ଉପସ୍ଥିତ ବରିଷ୍ଠ ନାଗରିକଙ୍କ ମନକୁ ଛୁଇଁ ଯାଇଥିଲା I ଶେଷରେ ବିଭାଗ ତରଫରୁ ସମସ୍ତ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ସହିଦ୍ ମନୋଜ କୁମାର ସ୍ବାଇଁ ଙ୍କୁ ଶ୍ରଦ୍ଧାଞ୍ଜଳି 

masiha

ଥମୁନି ଦାଦନ ଶ୍ରମିକଙ୍କ ଦୁଃଖ, ଠିକାଦାର ଙ୍କ ବର୍ବରତା, ଅଧରାତିରେ ଘରୁ ଉଠାଇ ନେବା ଅଭିଯୋଗ

masiha

ବିଜାତଳା ସିଡିପିଓଙ୍କ ମନୋମୁଖୀ କାର୍ଯ୍ଯ ନେଇ ଅଙ୍ଗନୱାଡିକର୍ମୀମାନେ ଉପଜିଲ୍ଲାପାଳ କାର୍ଯ୍ଯାଳୟ ଦ୍ବାରସ୍ଥ          

Sunil Chandra Nayak

Leave a Comment

error: Content is protected !!