ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟକର୍ଲା ପଞ୍ଚାୟତରେ ପାଳିତ ହେଲା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତି 

ଟକର୍ଲା ପଞ୍ଚାୟତରେ ପାଳିତ ହେଲା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତି 

ପଲମ , ୨ , ୧୦ , O୨୬ ( ଭିକାରି ଗଉଡ଼ ) କଲାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅନ୍ତର୍ଗତ ଟକର୍ଲା ପଞ୍ଚାୟତ ସ୍ଥିତ ଟକର୍ଲା ପଞ୍ଚାୟତ ଭବନ ଠାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତି ପାଳିତ ହୋଇଯାଇଛି । ଟକର୍ଲା ଗ୍ରାମ ପଞ୍ଚାୟତ ସରପଞ୍ଚ ରାମଚ଼ନ୍ଦ୍ର ସାହୁ ଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ପିଇଓ ବିକେଶ ସା କାର୍ଯ୍ୟ ପରିଚାଳନା କରିଥିଲେ । ପଞ୍ଚାୟତ ର ସଦସ୍ୟ ତଥା ଏଡିଓ ଗାଁ ସାଥି ଅଙ୍ଗନୱାଡି କର୍ମୀ ଆଶା ଦିଦି ଏନ୍ ଏମ ଓ ଅନ୍ୟାନ କ୍ରମଚାରିଙ୍କ ଉପସ୍ଥିତିରେ ଗାନ୍ଧୀ ଓ ଶାସ୍ତ୍ରୀ ଜିଙ୍କ ଫଟୋ ଚିତ୍ରରେ ପୁଷ୍ପମାଳା ଅର୍ପଣ କରାଯାଇଥିଲା । ଏହି କ୍ରମରେ ସମସ୍ତଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ଗ୍ରାମସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହିପରି ଭାବରେ ପଲମ ପଞ୍ଚାୟତ ଭବନଠାରେ ଗ୍ରାମପଞ୍ଚାୟତ ସରପଞ୍ଚ ହେମ କିଶୋର ନାଗ ଙ୍କ ସଭାପତିତ୍ୟ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପିଇଓ ମଧୁସୂଦନ ନାଏକ କାର୍ଯ୍ୟ ପରିଚାଳନା କରିଥିଲେ । ସମସ୍ତଙ୍କ ଉପସ୍ଥିତିରେ ଗାନ୍ଧୀ ଓ ଶାସ୍ତୀ ଜିଙ୍କ ଫଟୋ ଚିତ୍ରରେ ପୁଷ୍ପମାଲା ଅର୍ପଣ କରିଥିଲେ ତାପରେ ଗ୍ରାମ ସଭା ଆରମ୍ଭ ହୋଇଥିଲା । 

   ଭିକାରି ଗଉଡ଼ ଙ୍କ ରିପୋର୍ଟ୍ 

   

Related posts

ରୋଟାରୀ କ୍ଲବର ସାମାଜିକ କାର୍ଯ୍ୟକ୍ରମ 

masiha

ଟେକନୋ ଗୁରୁକୂଳ ପ୍ରାଇଭେଟ୍ ସ୍କୁଲ ଜିଲ୍ଲାରେ ପ୍ରଥମ ଏନ ସି ସି ମାନ୍ୟତା ହାସଲ

masiha

ଅବ୍ୟବସ୍ଥାରେ ରାଜପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ

Sunil Chandra Nayak

Leave a Comment

error: Content is protected !!