ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେବା ସଂକଳ୍ପ ଅଭିଯାନରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର। ୬୫ ୟୁନିଟ ରକ୍ତ ସଂଗ୍ରହ..

ସେବା ସଂକଳ୍ପ ଅଭିଯାନରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

୬୫ ୟୁନିଟ ରକ୍ତ ସଂଗ୍ରହ….

ଧର୍ମଗଡ଼ : ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ବିଜେପି ପକ୍ଷରୁ ‘ସେବା ସଂକଳ୍ପ ଅଭିଯାନ’ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆବଶ୍ୟକ ସମୟରେ ରକ୍ତ ଯୋଗାଣ କରି ଜୀବନ ରକ୍ଷା କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଶିବିରରେ ଦଳୀୟ କର୍ମକର୍ତ୍ତା, ଯୁବକ ଓ ସ୍ୱେଚ୍ଛାସେବୀ ମାନେ ରକ୍ତଦାନ କରିଥିଲେ।ଧର୍ମଗଡ଼ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ସୁଧୀର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ ଶିବିରର ଶୁଭ ଉଦ୍‌ଘାଟନ କରିଥିଲେ। ରକ୍ତଦାନ ଭଳି ମହତ୍‌ ସେବା କାର୍ଯ୍ୟରେ ସମାଜର ଅଧିକରୁ ଅଧିକ ଯୁବପିଢ଼ି ଓ ସାଧାରଣ ଲୋକ ସାମିଲ ହେବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ। ଜରୁରୀ ସମୟରେ ରକ୍ତର ଅଭାବ ଯେପରି କାହାର ଜୀବନ ପାଇଁ ବାଧକ ନହୁଏ, ସେଥିପାଇଁ ନିୟମିତ ରକ୍ତଦାନର ଆବଶ୍ୟକତା ରହିଛି ବୋଲି ମଧ୍ୟ ସେ କହିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାଧାରଣ ସମ୍ପାଦକ ଜିଲ୍ଲା ସଂଯୋଜକ ହିମାଂଶୁ ଶେଖର ପଣ୍ଡା, ଜିଲ୍ଲା ସଂପାଦକ ତଥା ରକ୍ତ ଦାନ ଶିବିର ର ସଂଯୋଜକ ହେମନ୍ତ କୁମାର ମାଝୀ,ଅନୁସୁଚିତ ଜାତି ମୋର୍ଚ୍ଚା ରାଜ୍ୟ ସଂପାଦକ ଅପରେସ ସ୍ୱାଇଁ, ଜିଲ୍ଲା ଉପସଭାନେତ୍ରୀ ସୁକାନ୍ତି ସା, ଖଇରପଦର ମଣ୍ଡଳ ସଭାପତି ଚତୁର୍ଭୁଜ ତାଣ୍ଡି, ଟିପିଗୁଡ଼ା ମଣ୍ଡଳ ସଭାପତି ଲଳିତ ବାଗ,ପର୍ଲା ମଣ୍ଡଳ ସଭାପତି ଅଜୟ ମେହେର ଧର୍ମଗଡ଼ ନଗର ମଣ୍ଡଳ ସଭାପତି ସୈାରଭ ମିତ୍ତଲ ଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଓ ସାଂସଦ ପ୍ରତିନିଧି ଲକ୍ଷ୍ମୀକାନ୍ତ ବାଗ ଓ ଜିଲ୍ଲା ଚିକିତ୍ସା ପ୍ରକୋଷ୍ଠ ର ଅଧ୍ୟକ୍ଷ ଆଚାର୍ଯ୍ଯ ହୃଷିକେଶ ମିଶ୍ର ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିର ରେ ମୋଟ ୬୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହି ଶିବିରରେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟର ଲ୍ୟାବ୍ ଟେକ୍ନିସିଆନ୍ ଗଜାନନ ବେହେରା, ଅକୁଳ ବିଶୋଇ, ଭରତ କାଣ୍ଡ ଓ ଡମ୍ବରୁଧର ମେହେର ରକ୍ତ ସଂଗ୍ରହ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସରକାରୀ ଉଚ୍ଚ ବିଦ୍ୟାଳୟ,ଆର୍ ଇ ସି କ୍ୟାମ୍ପସ ରେ ଆଲୋଚନା ଆସର

masiha

କବିତା ପ୍ରତିଯୋଗିତାର ଫଳାଫଳ ପ୍ରକାଶ,ପ୍ରଥମ ସ୍ଥାନରେ ବାଲେଶ୍ଵର

masiha

ଗଣପତି ଶିଶୁ ମନ୍ଦିରର ଏକାଦଶ ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣି ସଭା 

masiha

Leave a Comment

error: Content is protected !!