ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଛିନତାଇ, ଅଳ୍ପକେ ଵର୍ତିଲେ ଦମ୍ପତି

ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଛିନତାଇ, ଅଳ୍ପକେ ଵର୍ତିଲେ ଦମ୍ପତି

ରାଇରଙ୍ଗପୁର – ୩/୧୦ ପାର୍ବଣ ଋତୁ ।ଆଉ ଅଳ୍ପ ଦିନପରେ ମା’ ଦୁର୍ଗତିନାଶିନୀ ଧରାବତରଣ କରିବେ ।ସହର ଚଞ୍ଚଳା ଦେଖି ଲୁଟେରା ସକ୍ରିୟ ହୋଇ ଉଠିଛନ୍ତି ।ଆଜି ଶନିବାର ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖ ରାସ୍ତାରୁ ଦୁଇ ଦୁବୃର୍ତ୍ତ ସଂନ୍ଧ୍ଯା ୭ ଟା ପାଖାପାଖି ସମୟରେ ଦମ୍ପତ୍ତି ସୁଶାନ୍ତ ମହାନ୍ତ ଏବଂ ତାଙ୍କ ପତ୍ନୀ ସତ୍ୟବତୀ ମହାନ୍ତ ସ୍କୁଟିରେ ଯାଉଥିବା ସମୟରେ ମାତ୍ର ୨୫ ମିଟର ଦୂରରେ ଏକ ଦୃତଗତିରେ ବାଇକରେ ଦୁଇ ଲୁଟେରା ବିନା ହେଲମେଟ ରେ ପଛରୁ ଆସି ମହିଳାଙ୍କ ଚେନ୍ର କିଛି ଅଂଶ ଛିଡାଇ ନେଇଗଲେ । ଚେନ ଛିଡାଇଵାଵେଳେ ମହିଳା ଜଣକ ଜାଣିପାରି ଚେନଟିକୁ ମୁଠାଇ ଧରିଥିବା ବେଳେ ଚେନର କିଛି ଅଂଶ ଛିଡାଇ ନେଇ ଦୃତ ଗତିରେ ଖସି ପଳାଇଥିଲେ । ଦୁବୃର୍ତ୍ତ ମାନେ ଚେ ଟାଣୁଥିବା ସମୟରେ ସ୍କୁଟିରୁ ମହିଳା ଖସି ପଡୁଥିଲେ ଅଳ୍ପକେ ରକ୍ଷା ପାଇଲେ । ସର୍ଵ ସମ୍ମୁଖରେ ତଥା ଥାନା ନିକଟରୁ ଅନତିଦୂରରେ ଏଭଳି ଘଟଣା ଘଟୁଛି ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।।ସହରର ଅପରାଧିକମାମଲା,ଛିନତାଇ , ଲୁଟେରା ଦିନକୁ ଦିନ ବୃଦ୍ଧି ପାଉଛି ।ସହରରେ ତୃତୀୟ ନୟନ ଲାଗୁ ନଥିବାରୁ ଅସାମାଜିକ ଲୋକେ ଅନାୟସରେ ଅପରାଧିକ କାର୍ଯ୍ଯ କରି ଖସି ପଳାଉଛନ୍ତି ।

ରାଇରଙ୍ଗପୁରରୁ ଅକ୍ଷୟ ଵିଶ୍ଵାଳ

Related posts

ଗଞ୍ଜେଇ ଚାଲାଣ ଉପରେ ଇଆଇ ଆଣ୍ଡ ଇବିର ବଡ଼ ଚଢ଼ାଉ; ୧୦୬ କେଜି ଗଞ୍ଜେଇ ଜବତ  ବୋଲେରୋ ନିଓ, ପଲସର ସହ ୬ ମୋବାଇଲ ଜବତ; ନୟାଗଡ଼ର ୩ ଗିରଫ, ମାଷ୍ଟରମାଇଣ୍ଡ ଫେରାର 

Sunil Chandra Nayak

୯ଦିନ ପରେ ପୂର୍ବତନ ଲ୍ୟାମ୍ପ ଶାଖା ପରିଚାଳକ ଙ୍କ ମୃତଦେହ ଠାବ

Sunil Chandra Nayak

ଟାଙ୍ଗିଆଁ ପ୍ରହାରରେ ଗାଙ୍ଗାନା ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!