ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ଅ’ ମହୋତ୍ସବ ୨୦୨୬” ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ 

“ଅ’ ମହୋତ୍ସବ ୨୦୨୬” ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ 

କର୍ଲାମୁଣ୍ଡା, ୦୫/୧୦ (ସୁଶାନ୍ତ ରଣା): କଳାହାଣ୍ଡିର ଚର୍ଚ୍ଚିତ ସାହିତ୍ୟ ଅନୁଷ୍ଠାନ ଅ’ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ, କଳାହାଣ୍ଡି ତାର ଷଷ୍ଠ ବାର୍ଷିକ ମହୋତ୍ସବ “ଅ’ ମହୋତ୍ସବ ୨୦୨୬” ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଗତ ଅକ୍ଟୋବର ୪, ରବିବାର ଦିନ ବହୁ ନିଡାମ୍ବରରେ କେସିଙ୍ଗା ସ୍ଥିତ ରିଷୀ ସାହା ଭବନରେ ପାଳନ କରିଛି । ଉକ୍ତ ସଭାରେ ମୁଖ୍ୟବକ୍ତା ଭାବେ କଳାହାଣ୍ଡିର ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ଡକ୍ଟର ଦାଶରଥି ଆଚାର୍ଯ୍ୟ, ମୁଖ୍ୟଅତିଥି ଭାବେ ଗାଳ୍ପିକା ଯାଜ୍ଞସେନୀ ସାହା ସଭାପତି, ଚେତାବନୀ ସାହିତ୍ୟ ସଂସଦ, ସମ୍ମାନିତ ଅତିଥି ଭାବେ ନାଟ୍ୟ ନିର୍ଦ୍ଦେଶିକା ଓ ସାହିତ୍ୟିକା ତଥା ସ୍ୱର୍ଗତ ନାଟ୍ୟଗୁରୁ ଶୈଳେନ୍ଦ୍ର ଆଚାର୍ଯ୍ୟଙ୍କ ଧର୍ମପତ୍ନୀ ସସ୍ମିତା ଆଚାର୍ଯ୍ୟ ଓ ପେଞ୍ଜୋରାଣୀ ପତ୍ରିକାର ସମ୍ପାଦିକା କବି ସଞ୍ଜିତା ପ୍ରଧାନ ମଞ୍ଚରେ ଉପସ୍ଥିତ ଥିବାବେଳେ ସଭାର ସଭାପତିତ୍ୱ କରିଥିଲେ ଅ’ ପତ୍ରିକାର ସମ୍ପାଦକ କାହ୍ନୁ ଚରଣ ସାହୁ । ମୁଖ୍ୟବକ୍ତା ଡକ୍ଟର ଆଚାର୍ଯ୍ୟ ମହୋଦୟ ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଳାହାଣ୍ଡିର ଶ୍ରେଷ୍ଠ ଅବଦାନ ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ବକ୍ତବ୍ୟ ପ୍ରଦାନ ଥିଲେ । ମୁଖ୍ୟ ଅତିଥି ସାହା ମହୋଦୟା ସାହିତ୍ୟ ଓ ଏହା ସହ ସୃଷ୍ଟି ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଆଚାର୍ଯ୍ୟ ମହୋଦୟା ସାହିତ୍ୟରେ ସମର୍ପଣର ସୁନ୍ଦର ବକ୍ତବ୍ୟ ରଖିଥିବା ବେଳେ ଅନ୍ୟ ଜଣେ ସମ୍ମାନିତ ଅତିଥି ପ୍ରଧାନ ମହୋଦୟା ସାହିତ୍ୟ କିପରି ସମାଜରେ ସୁସମ୍ପର୍କ ସ୍ଥାପନକରେ, ଦୂରଦୂରାନ୍ତରୁ ଟାଣିଆଣେ ପାଖକୁ ସେବିଷୟରେ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ । ପରିଶେଷରେ ଅ’ ଅନୁଷ୍ଠାନରୁ ସଭାପତିତ୍ୱ କରୁଥିବା ସାହୁ ମୋହଦୟ ଅତିଥିମାନଙ୍କ ବକ୍ତବ୍ୟକୁ ଆଲୋଚନା କରିବା ସହ ପତ୍ରିକାର ଉଦ୍ଦେଶ୍ୟ ଓ ସାହିତ୍ୟ କ୍ଷେତ୍ରରେ ପରିବର୍ତ୍ତନଶୀଳ ମଧ୍ୟମ ବିଷୟରେ ନିଜସ୍ୱ ବକ୍ତବ୍ୟ ରଖିଥିଲେ । ସର୍ବ ପ୍ରଥମେ ପ୍ରତାପ ଚନ୍ଦ୍ର ପଣ୍ଡା ପ୍ରାରମ୍ଭିକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶାଶ୍ୱତ ଦଣ୍ଡିଆ ଓ ଯେମନ୍ତ ସାହୁ ମଞ୍ଚ ପରିଚାଳନା ଓ ଅତିଥିଙ୍କୁ ନିମନ୍ତ୍ରଣ, ଓ ଅତିଥୀଙ୍କ ପରିଚୟ କରିଥିଲେ ।ମଞ୍ଚାସୀନ ଅତିଥୀଙ୍କ ଦୀପ ପ୍ରଜ୍ଵଳନ ପରେ କେସିଙ୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଅତିଥୀଙ୍କ ଦ୍ୱାରା ଅ’ ପତ୍ରିକାର ବାର୍ଷିକ ମୁଖପତ୍ର ଉନ୍ମୋଚିତ ହୋଇଥିଲା । ଅ’ ପତ୍ରିକାର ସମ୍ପାଦକ ବିଶ୍ୱନାଥ ସାହୁ ବାର୍ଷିକ ବିବରଣୀ ପଠନ କରିଥିଲେ । ଅତିଥିମାନଙ୍କ ଦ୍ୱାରା ଶ୍ରୀ ସୁଧୀର ମେହେର, ହିମାଞ୍ଚଲ ସାହୁ, ବ୍ରଜମୋହନ ମେହେର, କସ୍ତୁରୀ ସାହୁ, ରାଜଲଷ୍ମୀ ରାଉତଙ୍କୁ ଅ’ପ୍ରତିଭା ସମ୍ମାନ ୨୦୨୬ ପ୍ରଦାନ କରାଯାଇଥିବା ବେଳେ ଶ୍ରୀ ସତ୍ୟ ନାଏକଙ୍କୁ ଶ୍ରୀ ଶୈଳଶ୍ରୀ ପ୍ରସାଦ ଆଚାର୍ଯ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା । ଏହାପରେ ଅ’ ଅଭିଯାନ ରେ ସଫଳତା ସାଉଁଟି ଥିବା ଖଡ଼ିଆଲ କଲେଜର ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗୀ ସମ୍ମାନ ପ୍ରଦାନ କରାଯାଇଥିଲା ଏହାପରେ ପ୍ରତିଷ୍ଠାତା ନରେଶ କୁମାର ସାହୁ ପ୍ରଥମ ଅଧିବେଶନର ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ଵିତୀୟ ଅଧିବେଶନ ର ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ପଦ୍ମ ମିଶ୍ର, ବୈଷ୍ଣବ ସାହା,କବୀ ପଲ୍ଲବୀ ଦାସ ଓ କବି ସଂଯୁକ୍ତା ପାଢ଼ୀ ନିଜର ବକ୍ତବ୍ୟ ପ୍ରଦାନ କରି ଲେଖଙ୍କୁ ସାହିତ୍ୟ କବିତା ଆସରରେ ବାନ୍ଧି ରଖିଥିଲେ । କବିତା ଆସରର ପରିଚଳନା ଯେମନ୍ତ ଓ ଶାଶ୍ୱତ ଅତି ସୁନ୍ଦର ଭାବରେ କରିଥିଲେ । ମହୋତ୍ସବର ମୁଖ୍ୟ ଆକର୍ଷଣ ବହିହାଟ ରହିଥିବାବେଳେ ଏଠାରେ ପ୍ରାୟ ୩୨ ଟି ବିଭିନ୍ନ ପୁସ୍ତକ ବିକ୍ରୟ ହୋଇଥିଲା ଓ ଏହାର କାର୍ଯ୍ୟ ତୁଲେଇ ଥିଲେ କରୁଣା ସାହୁ । ଫୋଟୋ ଚିତ୍ର ଉତ୍ତୋଳନରେ ସହଯୋଗ କରିଥିଲେ ଅରବିନ୍ଦ ଓ ସାଥି । ପରିଶେଷରେ ଅ’ ଅନୁଷ୍ଠାନର ମୁଖ୍ୟ ସମ୍ପାଦକ ତପନ କୁମାର ସାହୁ ଧନ୍ୟବାଦ ଅର୍ପଣ ପୂର୍ବକ ଅ’ ଉତ୍ସବର କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ସହଯୋଗ କରିଥିବା ଯଶୋଦା, ଚିନ୍ମୟୀ, ରାକେଶ, ତପନ ଦାସ, ସୁଶାନ୍ତ, ଝରଣା, ଇନ୍ଦୁ, ସୁଜିତ, ସତ୍ୟ ସାହୁ, ଅହଲ୍ୟା, ତଥା ସମସ୍ତ ଅ’ ପରିବାର ସଦସ୍ୟ ସଦସ୍ୟା ଓ କେସିଙ୍ଗାର ସମସ୍ତ କବି କବୟିତ୍ରୀଙ୍କୁ ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ ।

Related posts

ଓଡ଼ିଆ ଭାଷା ବିକାଶ ମଞ୍ଚର ଫକୀର ମୋହନଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି

Sunil Chandra Nayak

୧- ଉଦ୍ୟାନ କୃଷି ବିଭାଗ ତରଫ ରୁ ଏକ ପେଡ୍ ମା କେ ନାମ ରେ ୧୫ ଟି ଆମ୍ବ ବୃକ୍ଷ ରୋପଣ, ମାଆ କୁ ସମ୍ମାନ, ପରିବେଶକୁ ସୁରକ୍ଷା  , – ୨- ନାରାୟଣପାଟଣା ବନାଞ୍ଚଳ ଏକ ପେଡ୍ ମା କେ ନାମ ରେ ୩୦୦୦ ବୃକ୍ଷ ରୋପଣ, ମାଆ କୁ ସମ୍ମାନ, ପରିବେଶକୁ ସୁରକ୍ଷା , ୩- ବନ୍ଧୁଗାଁ ବ୍ଲକର ୧୩ ଟି ପଞ୍ଚାୟତରେ ଏକ ପେଡ୍ ମା କେ ନାମ ରେ ୬୫୦୦ ବୃକ୍ଷ ରୋପଣ, ମାଆ କୁ ସମ୍ମାନ, ପରିବେଶକୁ ସୁରକ୍ଷା 

Sunil Chandra Nayak

ମହାନ ସଂଘ ପକ୍ଷରୁ ଓଡିଶାର ବିନ୍ଧାଣୀ ଗଜପତିଙ୍କ ତିରୋଧାନ ଦିବସ ପାଳିତ 

masiha

Leave a Comment

error: Content is protected !!