ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ନାଟ୍ୟ ମହୋତ୍ସବରେ ଚମକିଲେ ୩ ପ୍ରତିଭା

ଜାତୀୟ ନାଟ୍ୟ ମହୋତ୍ସବରେ ଚମକିଲେ ୩ ପ୍ରତିଭା 

ରାଇରଙ୍ଗପୁର – ତା ୦୫/୧୦ ; ବାରିପଦାର ଅଗ୍ରଣୀ ଅନୁଷ୍ଠାନ ଆମେ, ବାରିପଦା ଆନୁକୂଲ୍ୟରେ ଆୟୋଜିତ ୨ୟ ବାର୍ଷିକ ନାଟ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ପ୍ରାଥମିକ ବିଦ୍ୟାଳୟ ଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ଏକକ ଅଭିନୟ, ନୃତ୍ୟ, କୌତୁକ ପୋଷାକ, ଏଙ୍କୋରିଙ୍ଗ, ମୁକ ଅଭିନୟ ଓ ମ୍ୟୁଜିକ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ସମସ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଥିବା ସରକାରୀ ମହିଳା ମହାବିଦ୍ୟାଳୟ, ବାରିପଦାର ସୁଦେସ୍ନା ବିଶୋଇ ଚମ୍ପିୟାନ ଓ ଏମ ପି ସି ସ୍ୱୟଂଶାସିତ ମହାବିଦ୍ୟାଳୟର ସୁଲଗ୍ନା ରଣା ରନର୍ସ ଅପ ହୋଇଥିବା ବେଳେ ଉଚ୍ଚ ବିଦ୍ୟାଳୟ ସ୍ତରରେ କେନ୍ଦ୍ରୀୟ ବିଦ୍ୟାଳୟ, ଲକ୍ଷ୍ମୀପୋଷିର ଶ୍ରେୟାଂଶୁ ବେହେରା ଚମ୍ପିୟାନ ଓ ସି ପି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପୋଡାଅସ୍ତିଆର ରାଜେଶ୍ରୀ ଜେନା ରନର୍ସ ଅପ ଏବଂ ପ୍ରାଥମିକ ସ୍ତରରେ ଶ୍ରୀ ସତ୍ୟସାଇ ବିଦ୍ୟାବିହାରର ଜୟ କୁମାର ପୁହାଣ ଚମ୍ପିୟାନ ଓ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଉମାଶଙ୍କର ନାଏକ ରନର୍ସ ଅପ ହୋଇ ସମ୍ମାନିତ ହୋଇଥିଲେ I ତତସହିତ ନାଟକ ପାଣ୍ଡୁଲିପି ଲିଖନ ସିନିୟର ପ୍ରତିଯୋଗିତାରେ ବାରିପଦାର ଅନୁଷ୍କା ପ୍ରଧାନ ୧ମ ସ୍ଥାନ ଅଧିକାର କରିଥିବା ବେଳେ ଜୁନିୟର ବିଭାଗରେ ରଘୁନାଥ ପୁରର ଶ୍ରେୟାଂଶୁ ବେହେରା ୧ମ ସ୍ଥାନ ଅଧିକାର କରିଥିଲେ I ଆଗାମୀ ଦିନରେ ଏହି ପ୍ରତିଭା ମାନଙ୍କ ରଚିତ ନାଟକକୁ ପରବର୍ତ୍ତୀ ମହୋତ୍ସବରେ ସ୍ଥାନ ଦିଆଯିବ ଏବଂ ଏଙ୍କରିଂରେ ନୂତନ ପ୍ରତିଭା ମାନଙ୍କୁ ସୁଯୋଗ ଦିଆଯିବ ବୋଲି ମୁଖ୍ୟ ଆୟୋଜକ ଚିନ୍ମୟ ଦାସ ପଟ୍ଟନାୟକ ପ୍ରକାଶ କରିଛନ୍ତି I

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ଓଏଏସ୍ ପରୀକ୍ଷାରେ ରାଉରକେଲାର ସ୍ଥିତପ୍ରଜ୍ଞ

Sunil Chandra Nayak

କାମାକ୍ଷାନଗର ମହୋତ୍ସବର ତୃତୀୟ ସନ୍ଧ୍ୟା ରେ ଉତ୍ତରାଞ୍ଜଳ ଡ଼ି.ଆଇ.ଜି ଙ୍କ ଯୋଗ ଦାନ 

Sunil Chandra Nayak

ଗଙ୍ଗାଧର ବେହେରାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ସ୍ମୃତି ସଭା -୨୦୨୪ ଅନୁଷ୍ଠିତ 

masiha

Leave a Comment

error: Content is protected !!