ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଲେଖକ ସlମ୍ମୁଖ୍ୟର ମାସିକ ସାହିତ୍ୟ ଆସର

ଜିଲ୍ଲା ଲେଖକ ସlମ୍ମୁଖ୍ୟର ମାସିକ ସାହିତ୍ୟ ଆସର

ରାଉରକେଲା: ଜିଲ୍ଲାର ଅଗ୍ରଣୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ସୁନ୍ଦରଗଡ଼ ଜିଲ୍ଲା ଲେଖକ ସମ୍ମୁଖ୍ୟ ଓ ମଧୁସୂଦନ ପlଠାଗାର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସର ଛେଣ୍ଡସ୍ଥିତ ନିଜସ୍ୱ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଲେଖକ ସlମ୍ମୁଖ୍ୟ ର ସଭାପତି ଭୂପେନ ମହାପାତ୍ରଙ୍କ ସଭାପତିତ୍ୱରେ ଏବଂ କବି ସୁଶାନ୍ତ କୁମାର ନାୟକଙ୍କ ମଞ୍ଚ ପରିଚାଳନାରେ ଆୟୋଜିତ ଏହି ସଭାରେ ମୁଖ୍ୟବକ୍ତା ଭାବେ କବି ବ୍ରଜେନ୍ଦ୍ର ଦାଶ ‘ରାଷ୍ଟ୍ରହିତ ଓ ସାହିତ୍ୟ ‘ଶୀର୍ଷକ ଆଲୋଚନା କରିବାକୁ ଯାଇ କହିଲେ ସାହିତ୍ୟ କେବଳ ଭାବର ଅଭିବ୍ୟକ୍ତି ନୁହେଁ, ଏହା ଏକ ଜାତିର ଚେତନା, ସଂସ୍କୃତି, ଓ ମୂଲ୍ୟବୋଧର ଦର୍ପଣ, ରାଷ୍ଟ୍ରର ଇତିହାସ, ସଂଘର୍ଷ, ସପ୍ନ ଓ ସମ୍ଭାବନାକୁ ସାହିତ୍ୟ ଶବ୍ଦର ଶକ୍ତିରେ ପିଢ଼ି ପରେ ପିଢ଼ି ପହଞ୍ଚାଇ ଥାଏ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସ୍ତମ୍ଭକାର ଗଗନ ଧଳ କହିଲେ ରାଷ୍ଟ୍ର ଓ ସାହିତ୍ୟ ପରସ୍ପର ପରିପୂରକ । ଅନ୍ୟତମ ବକ୍ତା ଶଙ୍କର ତ୍ରିପାଠୀ କହିଲେ ଯେ କୌଣସି ରାଷ୍ଟ୍ରର ବିକାଶର ମୂଳ ଧାର ହେଉଛି ସାହିତ୍ୟ। ପ୍ରାରମ୍ଭରେ ସାଂସଦର ମୁଖ୍ୟ ଉପଦେଷ୍ଟା ଅଭୟ କୁମାର ଦାସ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ରଖିଥିଲେ। ସଂସଦର ସମ୍ପାଦିକା ରଶ୍ମିଵାଳା ରାଉତରାୟ ସଂସଦର ଆଗାମୀ କାର୍ଯ୍ୟକ୍ରମର ରୂପରେଖ ଉପସ୍ଥାପନା କରିଥିଲେ । ଏହି ଅବସରରେ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ ଏବଂ ଗୀତାରାଣୀ ବେହେରା ଗଳ୍ପ ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ମଞ୍ଜୁଳା କୁମାରୀ ରଥଙ୍କ ସଭାପତିତ୍ୱରେ ଡ଼. ଗୀତାଞ୍ଜଳି ପତ୍ରୀ ସମ୍ମାନିତ ଅତିଥି, ସୁନିତା ସାହୁ ଏବଂ ସୁଚିତ୍ରା ଲେଙ୍କାଙ୍କ ସଂଯୋଜନାରେ କବି ପରେଶ ବିଶ୍ୱାଳ, ନବଘନ ସାମଲ,ଉପେନ୍ଦ୍ର ବସ୍ତିଆ, ଦିବାକର ଦାଶ, ପ୍ରତାପ କୁମାର ପଣ୍ଡା,ଉର୍ବଶୀ ଦଶପତି,ବଳରାମ ଦାଶ, ଦେବେନ୍ଦ୍ର ବଳ, ଅର୍ଚନା ପାତ୍ର, ନିରୁପମା ନାୟକ ପ୍ରମୁଖ କବିତା ପାଠ କରିଥିଲେ । ସୂର୍ଯ୍ୟମଣି ପଣ୍ଡା ଏବଂ ବ୍ରଜକିଶୋର ପାଣି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ, ଶେଷରେ ବିଜୟ କୁମାର ବରାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗ୍ରାଣ୍ଡ ମେଡିକାଲ ହଲ ର ୨୫ତମ ପୂର୍ତ୍ତି ଉପଲକ୍ଷେ ରକ୍ତଦାନ ଶିବିର ଆୟୋଜିତ 

masiha

ନଟାକଟା ଗ୍ରାମପଞ୍ଚାୟତରେ ହାତୀପଲ ଆତଙ୍କ 

masiha

ଆତ୍ମା କମିଟି ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ବିହନ ଟଙ୍କା ପ୍ରଦାନ

Sunil Chandra Nayak

Leave a Comment

error: Content is protected !!