ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଡୁମେରପଦର ଓ କେରପାଇ ଅଞ୍ଚଳରେ ହାତୀ ଉପଦ୍ରବ ଭାଙ୍ଗିଲା ଘର, ବାଡିବଗିଚା, ନଷ୍ଟ କଲା ଜମି ଫସଲ, ଆତଙ୍କିତ ଅଞ୍ଚଳବାସୀ , ୨- ଶୋକାକୂଳ ପରିବେଶରେ ଅଗ୍ନି ଭୈରବ ଙ୍କ ପୂଜକ ଅନିରୁଦ୍ଧ ନାଏକ ଙ୍କ ପରଲୋକ

ଡୁମେରପଦର ଓ କେରପାଇ ଅଞ୍ଚଳରେ ହାତୀ ଉପଦ୍ରବ
ଭାଙ୍ଗିଲା ଘର, ବାଡିବଗିଚା, ନଷ୍ଟ କଲା ଜମି ଫସଲ, ଆତଙ୍କିତ ଅଞ୍ଚଳବାସୀ

ଥୁଆମୂଳ ରାମପୁର:୦୫/୧୦ – (ମନିସ) :– ଜଙ୍ଗଲ କ୍ଷୟ ଏବଂ ହାତୀ ଉପଦ୍ରବ ମଧ୍ୟରେ ଏକ ସିଧାସଳଖ ଏବଂ ଗଭୀର ସମ୍ପର୍କ ରହିଛି। ଥୁଆମୂଳ ରାମପୁର ସମେତ୍ ବିଭିନ୍ନ ଅଞ୍ଚଳରେ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ହାତୀ ଉପଦ୍ରବ ବଢିବାର ଏବଂ ଏହାର ପ୍ରଭାବ ସିଧାସଳଖ ଗ୍ରାମାଞ୍ଚଳରେ ପଡୁଥିବା ଦେଖାଦେଇଛି। ବ୍ଯାପକ ଜଙ୍ଗଲ କ୍ଷୟ ଯୋଗୁଁ ହାତୀମାନେ ସେମାନେ ପ୍ରାକୃତିକ ବାସସ୍ଥାନ ହରାଉଛନ୍ତି। ଜଙ୍ଗଲରେ ଖାଦ୍ୟ (ଯେମିତି ବାଉଁଶ ଗଛ,ବିଭିନ୍ନ ଫଳ) ଏବଂ ଜଳର ଅଭାବ ଦେଖାଦେବାରୁ ହାତୀମାନେ ଜନବସତି ଆଡକୁ ଚାଲିଆସୁଛନ୍ତି। ଜଙ୍ଗଲ ମଧ୍ୟରେ ରାସ୍ତା ରେଳଲାଇନ,ଖଣି ଖନନ ଏବଂ କ୍ଯାନଲ ନିର୍ମାଣ ଯୋଗୁଁ ହାତୀମାନଙ୍କର ଗୋଟିଏ ଜଙ୍ଗଲ ରୁ ଅନ୍ଯ ଜଙ୍ଗଲକୁ ଯିବା ରାସ୍ତା ବନ୍ଦ ହୋଇଯାଉଛି। ଏହାର ପ୍ରଭାବରେ ହାତୀମାନେ ଗାଁରେ ପଶି ଘରଦ୍ୱାର ଭାଙ୍ଗିବା ସହ ଅନେକ ସମୟରେ ମଣିଷକୁ ଆକ୍ରମଣ କରି ଧାନ କ୍ଷେତ ଏବଂ ପନିପରିବା ଚାଷକୁ ନଷ୍ଟ କରୁଥିବା ଘଟଣା ନିତିପ୍ରତିଦିନ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଓ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଆଖପାଖ ଅଞ୍ଚଳରେ ହାତୀ ଉପଦ୍ରବ ଘଟଣାରେ ଲୋକେ ଆତଙ୍କିତ ଅବସ୍ଥାରେ ଜୀବନଯାପନ କରୁଥିବା ଜଣାପଡିଛି। ସୂଚନାରୁ ଜଣାପଡିଛି ଯେ ଶୁକ୍ରବାର ରାତିରେ ହାତୀ ଗାଁ ମଧ୍ୟକୁ ପଶି ଚାଷଜମି, ବାଡ଼ବଗିଚା ନଷ୍ଟ କରିବା ସହ ଗୋଟିଏ ଘର ଭାଙ୍ଗି ଦେଇଥିବା ଜଣାପଡିଛି। ଥୁଆମୂଳ ରାମପୁର ବ୍ଲକ କେରପାଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତିଜିମାଳି ପାଦଦେଶର ତାରାମୁଣ୍ଡି ଗାଁରେ ବ୍ଯାପକ କ୍ଷୟକ୍ଷତି ହୋଇଥିବା ବେଳେ ହାତୀ ଗାଁର ଗୋପାଳ ମାଝୀଙ୍କ ଚାଳଛପର ଘର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଗୋପାଳ ମାଝୀ ଗାଁଠାରୁ ପ୍ରାୟ ୨୦୦ ମିଟର ଦୂରରେ ଥିବା ବାଡ଼ବଗିଚା ମଧ୍ୟରେ ନିଜ ଚାଳଛପର ଘରେ ରହୁଥିଲେ। ତେବେ ପ୍ରାୟ ତିନି ମାସ ହେବ ସେ କାମଧନ୍ଦା ଅନ୍ୱେଷଣରେ କେରଳକୁ ଦାଦନ ଖଟିବାକୁ ଯାଇଛନ୍ତି। ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ମଧ୍ୟ ରାତିରେ ଏକାକୀ ରହିବା ନିରାପଦ ନୁହେଁ ବୋଲି ଗାଁର ଜଣେ ସମ୍ପର୍କୀୟଙ୍କ ଘରେ ରହୁଥିବାରୁ ବଡ଼ ଅଘଟଣାରୁ ରକ୍ଷା ପାଇଥିବା ବିଷୟରେ ଗ୍ରାମବାସୀ କହୁଛନ୍ତି। ଗୋପାଳ ଓ ଲକ୍ଷ୍ମୀ ଉଭୟେ ଯଦି ପୂର୍ବରୁ ରହିଥିବା ଘରେ ରାତିରେ ରହିଥାନ୍ତେ, ତେବେ ଜୀବନ ପ୍ରତି ଘୋର ବିପଦର ସମ୍ମୁଖୀନ ହୋଇଥାନ୍ତେ ବୋଲି ଗ୍ରାମବାସୀଙ୍କ ମନରେ ଛନକା ପଶିଛି। ସେହିଭଳି ଡୁମେରପଦର ଗ୍ରାମର ଉପର ପଡାରେ ମଧ୍ୟ ହାତୀ ଉପଦ୍ରବ ଯୋଗୁଁ ଚାଷୀଙ୍କ ଫସଲ ଓ ବାଡ଼ବଗିଚାରେ ମଧ୍ୟ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ତିଜିମାଳି ପାହାଡର କେରପାଇ ଅଞ୍ଚଳ ସମେତ ସୁଙ୍ଗେର ପଞ୍ଚାୟତର, ଡୁମେରପଦର ଗ୍ରାମର ଉପର ପଡାରେ ମଧ୍ୟ ହାତୀ ଉପଦ୍ରବ କରିଥିବା ଜଣାପଡିଛି। ତେବେ ଖବର ପାଇ ଘଟଣା ସ୍ଥଳରେ ଥୁଆମୂଳ ରାମପୁର ଦକ୍ଷିଣ ବନଖଣ୍ତର କର୍ମଚାରୀଙ୍କ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ହାତୀକୁ ଖୋଜାଖୋଜି କାର୍ଯ୍ୟ ଜାରିରଖିଥିବା ଜଣାପଡିଛି। ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ତୁରନ୍ତ ହାତୀ ଉପଦ୍ରବ ଅଞ୍ଚଳକୁ ବନବିଭାଗ ପରିଦର୍ଶନ ଯାଇ କ୍ଷୟକ୍ଷତିର ଆକଳନ କରିବା କ୍ଷୟକ୍ଷତି ସହିଥିବା ପରିବାରଙ୍କୁ ସରକାରଙ୍କ ନିୟମାନୁସାରେ କ୍ଷତିପୂରଣ ବାବଦରେ ସରକାରୀ ସହାୟତା ଯୋଗାଇଦେବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଉଛି।

ଶୋକାକୂଳ ପରିବେଶରେ ଅଗ୍ନି ଭୈରବ ଙ୍କ ପୂଜକ ଅନିରୁଦ୍ଧ ନାଏକ ଙ୍କ ପରଲୋକ

ଥୁଆମୂଳ ରାମପୁର: ୦୬/୧୦ – (ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡା ରେ ବସବାସ କରିଆସୁଥିଲେ, ସ୍ଥାନୀୟ ଅଞ୍ଚଳର ଜଣେ ପରିଚିତ ଧର୍ମପରାୟଣ ତଥା ମିଷ୍ଟ ଭାଷୀ ପରୋପକାରୀ ଅଗ୍ନି ଭୈରବ ଦେବ ଙ୍କ ପୂଜକ ଅନିରୁଦ୍ଧ ନାଏକ ଙ୍କ ର ୬୪ ବର୍ଷ ବୟସରେ ପରଲୋକ ହୋଇଛି । ଗତ କାଲି ରାତ୍ର ୮.୪୦ ମିନିଟ ମଧ୍ୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ପକ୍ଷାଘାତ ଜନିତ ରୋଗ କାରଣ ରୁଦୀର୍ଘ ଦିନ ଶଯ୍ୟାସାହି ରେ ତାଙ୍କର ଦେହାନ୍ତ ହୋଇଥିବା ପରିବାର ସୂତ୍ରରୁ ପ୍ରକାଶ ପାଇଛି।ମୃତ୍ୟୁ ସମୟ ରେ ତାଙ୍କର ପରିବାରବର୍ଗ ଓ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ଜଣେ ଜ୍ଞାନୀ, ପରୋପକାରୀ ଏବଂ ଶାନ୍ତ ସ୍ବଭାବର ଗ୍ରାମ ସମାଜ ର ଜଣେ ବରିଷ୍ଠ ବ୍ୟାକ୍ତିତ୍ୱ ଭାବରେ ସେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଆଦରଣୀୟ ଥିଲେ। ଦୀର୍ଘ ବର୍ଷ ଅଗ୍ନି ଭୈରବ ପୂଜକ ଭାବରେ କାଲି ପୂଜା ବା ଦିୱାଲୀ ଉତ୍ସବ ମାଁ ବେଙ୍ଗୁଲି ଦେବି ମନ୍ଦିର ରେ ନିଷ୍ଠାର ସହ ପୂଜାର୍ଚ୍ଚନା ଓ ସେବା କାର୍ଯ୍ୟ କରି ଆସୁଥିଲେ। ତାଙ୍କର ସରଳ ଜୀବନଯାପନ ଓ ଧାର୍ମିକ ମନୋବୃତ୍ତି ଯୋଗୁଁ ଭକ୍ତ ଓ ଶ୍ରଧାଳୁ ମାନଙ୍କୁ ବେଶ୍ ପ୍ରଭାବିତ କରିଥିଲେ। ତାଙ୍କ ନିଧନ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ବହୁ ବିଶିଷ୍ଠ ବ୍ୟକ୍ତି ରାଜନୀତିଜ୍ଞା , ଶ୍ରଧାଳୁ, ସମାଜ ସେବି ଓ ଗ୍ରାମବାସୀ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କର ଏହି ବିୟୋଗରେ ଅଞ୍ଚଳବାସୀ ସଚ୍ଚୋଟ,ଭଦ୍ର ଓ ନମ୍ର ସେବକଙ୍କୁ ହରାଇଲେ ବୋଲି ଆଲୋଚନା କରୁଥିବା ଜଣାପଡିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଲକ୍ଷ୍ମୀପୁର ଖେରୀ ଗଣହତ୍ୟା ର ସ୍ମାରକୀ ଦିବସ ରେ ଦେଶବ୍ୟାପୀ କଳା ଦିବସ ଓ ବିକ୍ଷୋଭ

masiha

ବନ୍ଧୁଗାଁ ବ୍ଲକର ବିଭିନ୍ନ ଅନୁଷ୍ଠାନରେ ଗାନ୍ଧୀ ଜୟନ୍ତୀ ପାଳିତ, ବିକଶିତ ଗ୍ରାମ ପଞ୍ଚାୟତକୁ ନେଇ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ 

Sunil Chandra Nayak

“ମୋହନ ସରକାରକୁ ଡ଼ିଡ଼ିସିଏ କଲା ବଦନାମ”ଟ୍ରେ ନମ୍ବର ଚୋରୀରେ ରାଜସ୍ୱହ୍ରାସକୁ ନୂତନ ନିର୍ଦ୍ଧେଶକ ଙ୍କୁ ବଡ ଚାଲେଞ୍ଜ

masiha

Leave a Comment

error: Content is protected !!