ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳେଶ୍ଵରରେ ପୁରାତନ ବିଜେପି ପକ୍ଷରୁ ବନ୍ଧୁ ମିଳନ ଓ ମାନସ ମନ୍ଥନ କାର୍ଯ୍ୟକ୍ରମ

ଜଳେଶ୍ଵରରେ ପୁରାତନ ବିଜେପି ପକ୍ଷରୁ ବନ୍ଧୁ ମିଳନ ଓ ମାନସ ମନ୍ଥନ କାର୍ଯ୍ୟକ୍ରମ

ଜଳେଶ୍ବର,୮/୧୦( ମନିସ)-ଜଳେଶ୍ବର ନିର୍ବାଚନ ମଣ୍ଡଳୀର ପୂରାତନ ବିଜେପି ନେତା ଓ କର୍ମୀ ମାନଙ୍କ ଦ୍ୱାରା ଭଞ୍ଜ ଭବନରେ ଏକ ବନ୍ଧୁ ମିଳନ ଉତ୍ସବ ଓ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।ସଭା ପ୍ରାରମ୍ଭରେ ବନ୍ଦେ ମାତରଂ ଓ ଜାତୀୟ ସଙ୍ଗୀତ ଗାନ ସହିତ ଜଳେଶ୍ବରରେ ବିଜେପିର ପ୍ରତିଷ୍ଠାତା ତଥା ପୂର୍ବତନ ବାଲେଶ୍ୱର ଜିଲ୍ଲା ଉପସଭାପତି ସ୍ବର୍ଗତ ଅରୁଣ କୁମାର ବେଜଙ୍କ ଅମର ଆତ୍ମାର ସଦଗତି ଲାଗି ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ନରେନ୍ଦ୍ର ମୋଦି ବିକାଶ ମିଶନର ଜୋନାଲ ସଭାପତି ଇଞ୍ଜିନିୟର ରତ୍ନାକର ରାୟ ପୌରହିତ୍ୟ କରି ଦଳର ସ୍ୱାଭିମାନ, ଅଗ୍ରଗତି, ଦଳୀୟ ଶୃଙ୍ଖଳା ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।କାର୍ଯ୍ୟକ୍ରମ ଆବହକ ତଥା ବିଜେପି ନେତା ସୁଶାନ୍ତ କୋୟେଲ ନେତ୍ରୁବୃନ୍ଦ ମାନଙ୍କୁ ସ୍ୱାଗତ କରିବା ସହିତ ବନ୍ଧୁ ମିଳନ ପର୍ବକୁ ତ୍ୱରାନ୍ୱିତ କରିଥିଲେ। ପ୍ରାରମ୍ଭରେ ପୂର୍ବତନ ମଣ୍ଡଳ ସଭାପତି ସୁଶୀଲ କୁମାର ପ୍ରଧାନ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଜେପି ମଣ୍ଡଳ ସଭାପତି ପରେଶ୍ ଚନ୍ଦ୍ର ଘୋଷ , ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଗୋବିନ୍ଦ ଭଗବାନ, ଶିକ୍ଷାବିତ୍ ଡଃ ଅଜିତ କୁମାର ମହାନ୍ତି, ପୂର୍ବତନ ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟଜିତ ବେଜ୍,ପୂର୍ବତନ କାଉନସିଲର ଅନନ୍ତ କୁମାର ଦାସ, ବରିଷ୍ଠ ଆଇନଜୀବୀ ସୁକୁମାର ରଣା, ତାରିଣୀ ନାୟକ,ସୁଧିର କୁମାର ଓଝା ପ୍ରମୁଖ ଉପସ୍ଥିତ ହୋଇ ଦଳର ସମ୍ବିଧାନ, ସାଂଗଠନିକ ସ୍ଥିତ,ପୂରାତନ କର୍ମକର୍ତ୍ତାଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ସାମିଲ୍ ନ କରିବା ଓ ଦଳୀୟ ହାଇକମାଣ୍ଡଙ୍କ ପାତର ଅନ୍ତର ନୀତି ସମ୍ପର୍କରେ ନେତା ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଆମଦାନୀ ନେତାଙ୍କୁ ପ୍ରାଧାନ୍ୟ ଦେବା ଯୋଗୁଁ ବିଜେପିର ପ୍ରତିଷ୍ଠାତା କର୍ମକର୍ତ୍ତା ମାନେ ଏବେ ଅବହେଳାର ଶିକାର ହେଉଥିବା ସମ୍ପର୍କରେ ମତ ପ୍ରକାଶ ପାଇଥିଲା। ଫଳରେ ଦଳରେ ବିଭେଦ ଦେଖାଦେବା ସହିତ ସାଂଗଠନିକ ଅଭିବୃଦ୍ଧି ହେଉନଥିବା ସମ୍ପର୍କରେ ସେମାନେ ଅଭିଯୋଗ କରିଥିଲେ। ବିଜେପି ନେତା ନଗେନ୍ଦ୍ର ପାତ୍ର,ଶତିଶ ଚନ୍ଦ୍ର ପରିଡା,ପ୍ରଣବ କୁମାର ବେହେରା,ଜୟ ନାରାୟଣ ସାମଲ,ପଞ୍ଚାନନ ଦେ, କେଦାର ନାଥ ପରିଡ଼ା, ଦୀନବନ୍ଧୁ ମଲ୍ଲିକ,ମାଧବ ପ୍ରଧାନ,ବିମଲ ସିଂ,ସୁବ୍ରତ ବାରିକ୍ ପ୍ରମୁଖ ନେତା ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିବା ବେଳେ ଶେଷରେ ଅଜୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ନୂଆ ଓ ଓଡ଼ିଆ ସହିତ୍ୟ ପ୍ରତିଯୋଗୀତର ଉଦଯାପନୀ ଉତ୍ସବ

masiha

କେନ୍ଦ୍ରାପଡ଼ା ରେ ସେକ୍ଟର୍ ଅଧିକାରୀଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

masiha

ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା ପାଇଁ ଆଲୋଚନା ଚକ୍ର

Sunil Chandra Nayak

Leave a Comment

error: Content is protected !!