ତିରିଂ ବ୍ଲକରେ ୮ ଅକ୍ଟୋବର ଓଡିଶା ବନ୍ଦ ଡାକରା କଂଗ୍ରେସ ଓ ସିପିଆଇ ତରଫରୁ ଵନ୍ଦ
ରାଇରଙ୍ଗପୁର – ୮/୧୦ କଂଗ୍ରେସ ଦଳ ଓ ବାମପନ୍ଥୀ ସିପିଆଇ ତରଫରୁ ମୟୂରଭଂଜ ଜିଲ୍ଲାରସିମାନ୍ତ ତିରିଂ ବ୍ଲକରେ ଆଜି ଗୁରୁବାର ବିଭିନ୍ନ ଦାବି ନେଇ ୧୨ ଘଣ୍ଟିଆ ଓଡିଶା ବନ୍ଦ ସମ୍ପୁର୍ଣ ସଫଳ ହୋଇଛି।l ଏଥିରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ,ବ୍ୟାଙ୍କ,ବାଣିଜ୍ୟ ପ୍ରତିଷ୍ଠାନ,ଘରୋଇ ଓ ସରକାରୀ ବସ ତଥା ଅଖଚକ ବନ୍ଦ ହୋଇଥିଲା । ଇଣ୍ଡିମେଣ୍ଟର ଦାବିଥିଲା ଏମଏମଡିଆର ଆଇନ ରଦ୍ଦ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, ତ୍ରୁଟି ପୁର୍ଣ ପାଠ୍ୟ ପୁସ୍ତକରେ ଓଡିଶା
ଶିକ୍ଷା ମନ୍ତ୍ରୀ ନିତ୍ଯାନନ୍ଦ ଗଣ୍ଡଙ୍କ ସମ୍ପୃକ୍ତି ଓ ଇସ୍ତଫା ଓ ବନ୍ଯା ବିପନ୍ନଙ୍କୁ ତୁରନ୍ତ ସହାୟତା ପ୍ରଦାନ,ବେକାର ଯୁବକଙ୍କୁ ନିଯୁକ୍ତି ଓ ଭତ୍ତା, ଅହେତୁକ ଦରଦାମ ବୃଦ୍ଧି,ସରକାରୀ ଓ ଶିକ୍ଷାନୁଷ୍ଠାନରେ ନିଯୁକ୍ତି,ଓପିଏସସି ପରୀକ୍ଷା ରେ ସ୍ବଚ୍ଛତା ଓ ଠିକ୍ ସମୟରେ ହେବା ,ଶିଳ୍ପ ପ୍ରତିଷ୍ଠା, ସମସ୍ତ ଜମିକୁ ଜଳସେଚନ,ଘରେ ଘରେ ପିଇବା ପାଣି,ଦୁର୍ଗମ ଅଞ୍ଚଳକୁ ରାସ୍ତା,ପେଟ୍ରୋଲ ଓ ଡିଜେଲ ଦର ହ୍ରାସ,ମଣ୍ଡିରେ ଅପନୀ ଛଟନୀ ବନ୍ଦ,ସାରର କୁତ୍ରିମ ଅଭାବ ଇତ୍ଯାଦି l ତିରିଂ ବ୍ଲକ ସଭାପତି ଭାଗିରଥି ପାତ୍ରଙ୍କ ନେତୃତ୍ୱରେ ତିରିଂ ବ୍ଲକ, ତହସିଲ, ବ୍ୟାଙ୍କ, ସ୍କୁଲ, କଲେଜ,ଦୋକାନ, ବଜାର ତଥା ଯାନ ବାହନ ଚଳାଚଳ ବନ୍ଦ ରହିଥିଲା l ଏହି ବନ୍ଦ ଡାକରାରେ ସିପିଆଇ ଵର୍ଷିଆନ ନେତା କମ୍ରେଡ ତ୍ରିନାଥ ପାତ୍ର, କଂଗ୍ରେସର ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ସମ୍ପାଦକ ଇଂ ଅନୁପ କୁମାର ସୋରେନ, ଜିଲ୍ଲା ଉପସଭାପତି ଆଡଭୋକେଟ ହରି ସାହୁ, ଉପସଭାପତି ମହମଦ ଖାଁ, ସଂଖ୍ୟାଲଘୁ ନେତା ଇନ୍ତେଖାନ୍ ଆଲାମ୍,ଆଦିବାସୀ ନେତା ଦୁର୍ଲଭ ମାଝୀ,ସହସମ୍ପାଦକ ଶଙ୍କର ମୈତ୍ରୀ, ଗୀତିଲତା ପଂଚାୟତ ସଭାପତି ସାଗ୍ରାମ ମାର୍ଣ୍ଡି, ବ୍ଲକ ଉପସଭାପତି ଅନିଲ ସର୍ଦାର ଓ କରୁଣାକର ସୋରେନ, ଆଦିବାସୀ ସେଲ ସଭାପତି ରୁପାଇ ମୁର୍ମୁ ଉପସ୍ଥିତ ଥିଲେ।ସମସ୍ତେ ମିଳିତ ହୋଇ ବନ୍ଦକୁ ସଂପୁର୍ଣ ସଫଳ କରିଥିଲେ ।
ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

