ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଦୁଆଣୀ ଅଞ୍ଚଳରେ ନେଟୱର୍କ ସମସ୍ୟା, ଗ୍ରାମବାସୀ ହନ୍ତସନ୍ତ

କାଦୁଆଣୀ ଅଞ୍ଚଳରେ ନେଟୱର୍କ ସମସ୍ୟା, ଗ୍ରାମବାସୀ ହନ୍ତସନ୍ତ

ରାଇରଙ୍ଗପୁର – ୮/୧୦  ବିଜାତଳା ବ୍ଲକ ଅନ୍ତର୍ଗତ ମଢେଇକଚା ପଞ୍ଚାୟତର କାଦୁଆଣୀ ଅଞ୍ଚଳରେ ଦୀର୍ଘଦିନ ଧରି ମୋବାଇଲ୍ ନେଟୱର୍କ ସମସ୍ୟା ଲାଗି ରହିଛି। ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ସରକାରଙ୍କ ନିକଟରେ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିନାହିଁ।

ସୂଚନା ଅନୁସାରେ, କାଦୁଆଣୀ ଗାଁରେ ଥିବା ମୋବାଇଲ୍ ଟାୱାରକୁ ଯୋଗାଣ ଦେଉଥିବା କେବୁଲ ତାର ଛିଣ୍ଡିଯାଇଥିବାରୁ ନେଟୱର୍କ ସେବା ବ୍ୟାହତ ହୋଇଛି। ଫଳରେ କାଦୁଆଣୀ ସମେତ ମିରୁଡି, ଭାଦୁପାଣି ଓ ଅର୍ଜୁନପାଣି ଗାଁର ଲୋକମାନେ ମୋବାଇଲ୍ ନେଟୱର୍କ ପାଇବାରେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ନେଟୱର୍କ ନଥିବାରୁ ଦୈନନ୍ଦିନ ଯୋଗାଯୋଗ, ଅନଲାଇନ୍ କାର୍ଯ୍ୟ, ଶିକ୍ଷା, ଡିଜିଟାଲ୍ ସେବା ଏବଂ ଜରୁରୀକାଳୀନ ସମୟରେ ଫୋନ୍ ଯୋଗାଯୋଗ ଭଳି ଅନେକ କାର୍ଯ୍ୟ ପ୍ରଭାବିତ ହେଉଛି।ଗ୍ରାମବାସୀଙ୍କ ଦାବି, ଛିଣ୍ଡିଯାଇଥିବା କେବୁଲ ତାରକୁ ଶୀଘ୍ର ମରାମତି କରାଯାଇ ଟାୱାରକୁ ସଚଳ କରାଯାଉ। ଏଥିସହିତ ଅଞ୍ଚଳରେ ନିରବଚ୍ଛିନ୍ନ ମୋବାଇଲ୍ ନେଟୱର୍କ ସେବା ଯୋଗାଇବା ପାଇଁ ସରକାର ଓ ସମ୍ପୃକ୍ତ ଟେଲିକମ୍ କମ୍ପାନୀ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଧାନ ମଣ୍ଡି ଉଦଘାଟିତ

masiha

ସାଂସଦ ଖେଳ ମହୋତ୍ସବରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସଫଳତା.

Sunil Chandra Nayak

୭ ତମ ବାର୍ଷିକ ସିନ୍ଧେର ଉତ୍ସବରେ ଯୋଗଦେଲେ ସାଂସଦ ପ୍ରତିନିଧି 

Sunil Chandra Nayak

Leave a Comment

error: Content is protected !!