ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର୍ଯ୍ୟରତ ଗ୍ରାମାଞ୍ଚଳ ସାମ୍ୱାଦିକ ସଂଘର ନୂଆଁଖାଇ ଭେଟଘାଟ୍ ଅନୁଷ୍ଠିତ

କାର୍ଯ୍ୟରତ ଗ୍ରାମାଞ୍ଚଳ ସାମ୍ୱାଦିକ ସଂଘର ନୂଆଁଖାଇ ଭେଟଘାଟ୍ ଅନୁଷ୍ଠିତ

ଜୁନାଗଡ଼,୮/୧୦(ମନୀ ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୁସୁମଖୁଣ୍ଟି ସ୍ଥିତ ୟୁଆଇପି ଡାକବଙ୍ଗଳା ଠାରେ କାର୍ଯ୍ୟରତ ଗ୍ରାମାଞ୍ଚଳ ସାମ୍ୱାଦିକ ସଂଘର ଏକ ନୂଆଁଖାଇ ଭେଟଘାଟ ତଥା ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂଘ ସଭାପତି ନିକୁଞ୍ଜ ବିହାରୀ ଚଲାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଗିନିଜବୁକ ଅଫ ୱାର୍ଲଡ଼ ରେକର୍ଡ ଧାରୀ ପଞ୍ଚ ମେନ୍ ସତ୍ୟପୀର ପ୍ରଧାନ, ସାମ୍ୱାଦିକ ରଜନୀ କାନ୍ତ ମିଶ୍ର, ନରେନ୍ଦ୍ର କ୍ଷିତିଜଗମୋହନ ପଟ୍ଟନାଏକ, ରବି ନାରାୟଣ ଚଲାନ, ସୁନ୍ଦର ମୋହନ ଛତ୍ରିଆ, ଖଗେଶ୍ୱର ଧଙ୍ଗଡା ମାଝୀ, ମହାଦେବ ଖଣ୍ଡୁଆଲ, ପ୍ରମୂଖ। ମଞ୍ଚସିନ ଥିଲେ ।ସଭାରେ ଗ୍ରାମାଞ୍ଚଳରେ କାର୍ଯ୍ୟରତ ସାମ୍ୱାଦିକ ମାନଙ୍କ ଅସୁବିଧା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସାମ୍ୱାଦିକଙ୍କ ସୁରକ୍ଷା ପ୍ରତି ସରକାର ଦୃଷ୍ଟି ଦେବାକୁ ଦାବୀ ହୋଇଥିଲା। 

ସଭାରେ ଅନ୍ୟ ମାନଙ୍କ ମଧ୍ୟରେ. ସଂଗଠନର ସମ୍ପାଦକ ରଜନୀକାନ୍ତ ଛତ୍ରୀୟା,କୋଷଧକ୍ଷ୍ୟ ହରିହର ଛତ୍ରୀୟା ,ଟିକଚନ୍ଦ ବାଗ ,ପରମାନନ୍ଦ ଛତ୍ରୀୟା,ଜଗନେ ଛତ୍ରୀୟା,ଗଣେଶ ରାମ ବାଗ, ସୁବୋଧ ରଣା, ହେମନ୍ତ ନାଏକ, ମହମଦ ଇଲ୍ଲହି ,କ୍ଷୀର ଗହୀର ପରମା ଠାକୁର ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।ଏହି ଅବସରରେ ପଞ୍ଚମେନ ସତ୍ୟପୀର ପ୍ରଧାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରଞ୍ଜନ କୁମାର ସାହୁ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଡାବୁଗାଁରେ ନୂତନ ଖବରଦାତା ସଂଘ କାର୍ଯ୍ୟାଳୟ ଗୃହ ଓ ବରିଷ୍ଠ ନାଗରିକ ସଂଘ ଗୃହ ଉଦଘାଟିତ 

masiha

ଜୁନାଗଡ଼ ବ୍ଲକରେ ଆୟୁଷମାନ ଯୋଜନା କାର୍ଯ୍ୟକ୍ରମ 

masiha

କଳାହାଣ୍ଡି ଭେଟେରାନ ଫୁଟବଲ ଆସୋସିଏଶନ ର ବନ୍ଧୁମିଳନ

masiha

Leave a Comment

error: Content is protected !!