ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାୟଗଡ଼ାରେ ବଜ୍ରକାପ୍ତା କୋଳପା ବିକ୍ରି ପାଇଁ ଡିଲ୍ ବେଳେ ୩ ଜଣଙ୍କୁ ଧରିଲା ବନ ବିଭାଗ ଓରମାସ କାର୍ଯ୍ୟାଳୟ ପଛ ପଡ଼ିଆରେ ଚଢ଼ାଉ; ୪ କିଲୋରୁ ଊର୍ଦ୍ଧ୍ୱ ଓଜନର କୋଳପା ଜବତ

ରାୟଗଡ଼ାରେ ବଜ୍ରକାପ୍ତା କୋଳପା ବିକ୍ରି ପାଇଁ ଡିଲ୍ ବେଳେ ୩ ଜଣଙ୍କୁ ଧରିଲା ବନ ବିଭାଗ

ଓରମାସ କାର୍ଯ୍ୟାଳୟ ପଛ ପଡ଼ିଆରେ ଚଢ଼ାଉ; ୪ କିଲୋରୁ ଊର୍ଦ୍ଧ୍ୱ ଓଜନର କୋଳପା ଜବତ

ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ, ତାହାର ତଦନ୍ତ କରୁଛନ୍ତି ଏସିଏଫ୍

ରାୟଗଡ଼ା, ୧୧।୧୦ ବିରଳ ବନ୍ୟପ୍ରାଣୀ ବଜ୍ରକାପ୍ତାର କୋଳପା ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ରାୟଗଡ଼ା ବନ ବିଭାଗ ଚଢ଼ାଉ କରି ତିନି ଜଣଙ୍କୁ ଧରିଛି। ରାୟଗଡ଼ା ସହରସ୍ଥିତ ଓରମାସ କାର୍ଯ୍ୟାଳୟ ପଛପଟ ପଡ଼ିଆରେ ଏହି ଚଢ଼ାଉ କରାଯାଇଥିବା ବେଳେ ପ୍ରାୟ ୪ କିଲୋଗ୍ରାମରୁ ଊର୍ଦ୍ଧ୍ୱ ଓଜନର ବଜ୍ରକାପ୍ତା କୋଳପା ବିକ୍ରି ପାଇଁ ଡିଲ୍ ଚାଲିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଦିନ ପ୍ରାୟ ୧୧ଟା ୩୦ ମିନିଟ୍ ସମୟରେ ରାୟଗଡ଼ା ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ରାୟଗଡ଼ା ବନାଞ୍ଚଳ ଅଧିକାରୀଙ୍କ ତତ୍ତ୍ୱାବଧାନରେ ବନ ବିଭାଗର ଏକ ଟିମ୍ ଉକ୍ତ ପଡ଼ିଆରେ ଚଢ଼ାଉ କରିଥିଲା। ବଜ୍ରକାପ୍ତା କୋଳପା ବିକ୍ରି ପାଇଁ ଡିଲ୍ କରୁଥିବା ସମୟରେ ତିନି ଜଣଙ୍କୁ ବନ ବିଭାଗ ମାଡ଼ି ବସିଥିଲା।ତଦନ୍ତରୁ ଧରାପଡ଼ିଥିବା ବ୍ୟକ୍ତିମାନେ ହେଲେ ରାୟଗଡ଼ା ଥାନା ଅନ୍ତର୍ଗତ ପଣସପୁଟ ଗ୍ରାମର ନିମାଇ ହିମିରିକାଙ୍କ ପୁଅ ଜଗନ ହିମିରିକା (୩୨), କୁମ୍ଭୀକଟା ଗ୍ରାମର ଛେଣ୍ଡିଆ ଖୋସଲାଙ୍କ ପୁଅ ନୀଳାମ୍ବର ଖୋସଲା (୬୭) ଏବଂ ପୁରୁଷୋତ୍ତମ ଖୋସଲା (୪୨)।

ଏହି ବେଆଇନ ବନ୍ୟପ୍ରାଣୀ ବ୍ୟବସାୟରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଏହା ପଛରେ କୌଣସି ବଡ଼ ରାକେଟ୍ କାର୍ଯ୍ୟ କରୁଛି କି ନାହିଁ, ସେନେଇ ସହକାରୀ ବନ ସଂରକ୍ଷକ (ଏସିଏଫ୍) ଶ୍ରୀ ସତୀଶ କୁମାର ଦାରୁଆ ତଦନ୍ତ ଜାରି ରଖିଛନ୍ତି। ତଦନ୍ତ ପରେ ଧରାପଡ଼ିଥିବା ତିନି ଜଣଙ୍କର ଡାକ୍ତରୀ ପରୀକ୍ଷା କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସିଏଫ୍ ଶ୍ରୀ ଦାରୁଆ ସୂଚନା ଦେଇଛନ୍ତି।

ବଜ୍ରକାପ୍ତା ଏକ ବିରଳ ତଥା ସଂରକ୍ଷିତ ବନ୍ୟପ୍ରାଣୀ। ଏହାର ଶରୀରରେ ଥିବା କାତି ପାଇଁ ବେଆଇନ ବାଣିଜ୍ୟ ହେଉଥିବାରୁ ଏହାର ସୁରକ୍ଷା ଏବେ ବନ ବିଭାଗ ପାଇଁ ଏକ ବଡ଼ ଆହ୍ୱାନ। ରାୟଗଡ଼ା ସହର ଭଳି ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏଭଳି ଡିଲ୍ ଧରାପଡ଼ିବା ଘଟଣା ବନ୍ୟପ୍ରାଣୀ ଚୋରା କାରବାରକୁ ନେଇ ଚିନ୍ତା ବଢ଼ାଇଛି। ତେବେ ଏହି ଘଟଣାରେ ବନ ବିଭାଗର ତଦନ୍ତ ପରେ ଆହୁରି ତଥ୍ୟ ସାମ୍ନାକୁ ଆସିବାର ଆଶା ରହିଛି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବାଣପୁର ଥାନା ଅଞ୍ଚଳରେ ଅବକାରୀ ଚଢ଼ାଉ : ଦୁଇ ଗିରଫ ୧୦୦ ଲିଟର ଦେଶୀମଦ ସମେତ ଦୁଇ ବାଇକ୍ ଜବତ !!!

Sunil Chandra Nayak

ଅବକାରୀ ଚଢ଼ାଉ, 40 କୁଇଣ୍ଟାଲ ମହୁଲ ଗାଡି ସହ ଜଣେ ଗିରଫ

Sunil Chandra Nayak

ଡକାୟତି ମାମଲା ରେ ଦୁଇ ଜଣଙ୍କୁ ୫ ବର୍ଷ ଜେଲ ୧୦ ହଜାର ଜୋରିମାନା 

masiha

Leave a Comment

error: Content is protected !!