ଭାରତୀୟ ଜନତା ପାର୍ଟିରେ ମହିଳା କାର୍ଯ୍ୟକର୍ତ୍ତାଙ୍କ ଯୋଗଦାନ
ନବରଙ୍ଗପୁର:(୧୦|୧୦)(ରବି ନାରାୟଣ ମହାନ୍ତି)ଆଜି ଚନ୍ଦାହାଣ୍ଡିଠାରେ ମାଲଗାଁ ମଣ୍ଡଳ ସଭାପତି ଶ୍ରୀ ତରଣ ନାୟକଙ୍କ ନେତୃତ୍ୱରେ ଅନେକ ମହିଳା କାର୍ଯ୍ୟକର୍ତ୍ତା ଭାରତୀୟ ଜନତା ପାର୍ଟିର ନୀତି, ଆଦର୍ଶ ଓ ଜନସେବା କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦାନ କରିଛନ୍ତି। ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଗୋବିନ୍ଦ କୁମାର ଜୈନ, ଜିଲ୍ଲା ଏସ୍ ଟି ମୋର୍ଚ୍ଚାର ଶ୍ରୀ ଶ୍ୟାମସୁନ୍ଦର ମାଝୀ, ବରିଷ୍ଠ ନେତା ଶ୍ରୀ ଆକାଳୁ ଚରଣ ଜାଳି, ଶ୍ରୀ ଭରତ ବାଘ, ଶ୍ରୀ ମଧୁସୂଦନ ନାୟକ, ଶ୍ରୀ ଦଶରଥ ଧୂରୁଆ, ଶ୍ରୀ କ୍ଷୀରସିନ୍ଧୁ ମାଝୀ, ଶ୍ରୀ ଇରଫାନ ମୋହମ୍ମଦ, ମହିଳା ନେତ୍ରୀ ଶ୍ରୀମତୀ ଆସମତି ବାଘ, ଶ୍ରୀମତୀ ନିରୁପମା ଧୂରୁଆ ଏବଂ ଶ୍ରୀ ସ୍ନେହଶ୍ୱର ମନହିରାଙ୍କ ସମେତ ଅନ୍ୟାନ୍ୟ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।ବିଜେପିରେ ଯୋଗଦାନ କରିଥିବା ମହିଳା କାର୍ଯ୍ୟକର୍ତ୍ତାମାନେ:-ଉଷା ବାଘ,ଲଳିତା ଲୁହାର,ଚମ୍ପା ଦେଇ,ହସ୍ତା ପଟେଲ,ସୁରଜ ପଟେଲ,ଜମୁନା ଖମାରି,ବେଲମତି ପଟେଲ,ରଶ୍ମିତା ବାଘ,ସଜ ଜାଳି,ଫୁଲମତି ଜାଲ ସମସ୍ତ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ଭାରତୀୟ ଜନତା ପାର୍ଟି ପରିବାରକୁ ହାର୍ଦ୍ଦିକ ସ୍ୱାଗତ ଓ ଅଭିନନ୍ଦନ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

