ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜସେବୀ ତପିନ୍ଦ୍ର ଗୈାଡିଆଙ୍କ ପରଲୋକ

ସମାଜସେବୀ ତପିନ୍ଦ୍ର ଗୈାଡିଆଙ୍କ ପରଲୋକ

ନର୍ଲା -ବ୍ଲକ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଚୁଳମଣୀ ଗୌଡ଼ିଆ, ପୂର୍ବତନ ନର୍ଲା ସରପଞ୍ଚ ତଥା ବର୍ତମାନ ର ସମିତି ସଭ୍ୟ ସର୍ଗିଗୁଡା, ସମାଜସେବୀ ଶ୍ରୀଯୁକ୍ତ ଚିରଞ୍ଜିବି ଗୌଡ଼ିଆ ଙ୍କ ପିତା ଶ୍ରୀଯୁକ୍ତତପୀନ୍ଦ୍ର ଗୌଡ଼ିଆ ଙ୍କ ଗତ କାଲି ରାତି ରେ ଦେହାନ୍ତ ହୋଇଯାଇଛି l ଗତ ଦୁଇ ଦିନ ତଳେ ସେ ହଠାତ ଅସୁସ୍ଥ ହୋଇ ପଡିଥଲେ ଏବଂ ତାଙ୍କୁ ଉଚ୍ଚ ତର ଚିକିତ୍ସା ପାଇଁ ବିଶାଖାପାଟଣା ନିଆ ଯାଇଥିଲା l ସେଠାରେ ତାଙ୍କର ସ୍ୱାସ୍ଥ୍ୟ ବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନ ଥିଲା l ମୁଣ୍ଡରେ ରକ୍ତ ଜମାଟ ବାନ୍ଧି ଥିବାରୁ ତାଙ୍କର ଅବସ୍ଥା ଶଙ୍କଟାପନ୍ନ ଥିଲା l ତାଙ୍କର ମର ଶରୀର କୁ ଏକ ଶୋଭାଯାତ୍ରା ରେ ତାଙ୍କର ଫାର୍ମ କୁ ନିଆଯାଇଥିଲା ଏବଂ ସେଠାରେ ସମ୍ପୂର୍ଣ ରୀତି ନୀତି ସହ ତାଙ୍କ ଶବ ସତ୍କାର କରାଯାଇଥିଲା l ସ୍ବର୍ଗତ ଗୌଡ଼ିଆ ଜଣେ ସଂକୀର୍ତନ ଗୁରୁ ଓ ଜଣେ ମାନ୍ୟ ଗଣ୍ୟ ବ୍ୟକ୍ତି ଥିଲେ l ତାଙ୍କର ମୃତ୍ୟୁ ରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ଭୂପିନ୍ଦର ସିଂ, ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ବଳଭଦ୍ର ମାଝୀ, ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ କଳାହାଣ୍ଡି ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂହ ଦେଓ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି l

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

Related posts

ଆସିକା ଓକିଲ ସଂଘ କର୍ମକର୍ତ୍ତାଙ୍କ ଶପଥଗ୍ରହଣ

masiha

ପ୍ରହସନ ପାଲଟିଛି ଜନ ଶୁଣାଣି ଶିବିର, ଅନୁପସ୍ଥିତ ରହୁଛନ୍ତି ଅନେକ ବିଭାଗୀୟ ଅଧିକାରୀ

Sunil Chandra Nayak

ରାୟଗଡ଼ ପୌରପରିଷଦ ପକ୍ଷରୁ ମା’ ମଝିଘରିଆଣୀ ମନ୍ଦିର ନିକଟସ୍ଥ ଡମ୍ପିଂ ୟାର୍ଡରେ ଲିଗାସି ବର୍ଜ୍ୟବସ୍ତୁର ବାୟୋ-ମାଇନିଂ କାର୍ଯ୍ୟର ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!