ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ସମସ୍ୟା ଘେରରେ ଜର୍ଜରିତ ତରାପଦର ଗାଁ, ରାସ୍ତାଘାଟ ଅଭାବ ଯାତାୟାତା ବାଧାପ୍ରାପ୍ତ, ବିଦ୍ଯୁତ ଆଲୁଅ ସାତସପନ,  ପାନୀୟ ଜଳ ଘୋର ସମସ୍ୟା

ବିଭିନ୍ନ ସମସ୍ୟା ଘେରରେ ଜର୍ଜରିତ ତରାପଦର ଗାଁ,

ରାସ୍ତାଘାଟ ଅଭାବ ଯାତାୟାତା ବାଧାପ୍ରାପ୍ତ, ବିଦ୍ଯୁତ ଆଲୁଅ ସାତସପନ,  ପାନୀୟ ଜଳ ଘୋର ସମସ୍ୟା

ଥୁଆମୂଳ ରାମପୁର:୧୨/୧୦ – (ମନିସ) :- କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ମୌଳିକ ସୁବିଧା ସୁଯୋଗ ଅଭାବ ଯୋଗୁଁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକରେ ଥିବା ବିଭିନ୍ନ ଅଞ୍ଚଳ ଗୁଡିକରେ ଏହା ଅଧିକ ଦେଖାଦେଇଛି। ଏହି ବ୍ଳକ ଅନ୍ତର୍ଗତ ତଲଆମପଦର ଗ୍ରାମପଞ୍ଚାୟତ ଅଧିନରେ ଥିବା ତରାପଦର ଗାଁରେ ପ୍ରମୁଖ ସମସ୍ୟା ମଧ୍ୟରେ ରହିଛି ରାସ୍ତାଘାଟ, ପାନୀୟ ଜଳ ସମସ୍ୟା ଓ ବିଦ୍ଯୁତ ସମସ୍ୟା ଭଳି ବିଭିନ୍ନ ସମସ୍ୟା ରହିଛି। ଏହି ଗାଁକୁ ସଂଯୋଗ କରୁଥିବା ଅସ୍ଥାୟୀ ରାସ୍ତା ବର୍ଷା ପାଣିରେ ଧୋଇଯାଇଥିଲା କିନ୍ତୁ ଏନେଇ ଗ୍ରାମବାସୀ ବିଭାଗୀୟ ପ୍ରଶାସନ ପାଖରେ ଜଣାଇଥିଲେ ହେଲେ ଗ୍ରାମବାସୀଙ୍କ ଗୁହାରି ପ୍ରଶାସନ ନଶୁଣିବାରୁ ଗାଁର କିଛି ଯୁବକ ଅଣ୍ଟା ଭିଡି ମିଳିତ ଭାବେ ରାସ୍ତା ମରାମତି କରିଥିଲେ। ଗ୍ରାମରେ ସ୍ବଚ୍ଛ ପାନୀୟ ଜଳର ସୁବିଧା ନଥିବାରୁ ଲୋକମାନେ ନଦୀ କିମ୍ବା ଚୁଆର ଦୁଷିତ ଜଳ ବ୍ୟବହାର କରି ରୋଗରେ ପଡନ୍ତି। ସେହିପରି ଗାଁରେ ବିଦ୍ବ୍ଯତ ଯୋଗାଣ ଏପର୍ଯ୍ୟନ୍ତ ଯୋଗାଇବାରେ ଘୋର ଅବହେଳା କରାଯାଇଛି। ସ୍ବାସ୍ଥ୍ୟ, ଶିକ୍ଷା,ପାନୀୟ ଜଳ, ଭଳି ବିଭିନ୍ନ ସମସ୍ୟା ରହିଥିବା ବେଳେ ଗ୍ରାମରେ ସ୍ଥାୟୀ ରୋଜଗାର ର କୌଣସି ପନ୍ଥା ନାହିଁ। ଶିଲ୍ପାଞ୍ଚଳର ଅଭାବ ଏବଂ କୃଷି କାର୍ଯ୍ୟ ପାଇଁ ଉପଯୁକ୍ତ ଜଳସେଚନ ସୁବିଧା ନଥିବାରୁ ଗାଁର ଯୁବକମାନେ କାମ ସନ୍ଧାନରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହୁଅନ୍ତି। ଦେଶ ସ୍ବାଧୀନତା ୮୦ ବର୍ଷରେ ପଦାର୍ପଣ କରିସାରିଛି ସତ ହେଲେ ଏହି ଗାଁର ମାନଚିତ୍ର ବଦଳି ପାରିଲା ନାହିଁ ବୋଲି ଲୋକେ କହୁଛନ୍ତି। ବିଦ୍ଯୁତ ଆଲୁଅ ଗାଁରେ ଘୋର ଅଭାବ ଏପର୍ଯ୍ୟନ୍ତ ବିଦ୍ଯୁତ ସଂଯୋଗ ହୋଇପାରିନାହିଁ। ଏହାଦ୍ବାରା ଗାଁର ଅନ୍ଧାର ରତିରେ ବନ୍ଯ ହିଂସ୍ର ଜନ୍ତୁର ଭୟ ରହୁଥିବା ଯୋଗୁଁ ଲୋକମାନେ ଆଶଙ୍କାରେ ରହୁଛନ୍ତି। ଏଠାରେ ଆଶ୍ଚର୍ଯ୍ୟ କଥା ହୋଇପାରେ ଯେ ବିଦ୍ଯୁତ ଯୋଗାଣ ଏପର୍ଯ୍ୟନ୍ତ ହୋଇପାରିନଥିବା ଏ ଗୋଟିଏ ବଡ ସମସ୍ୟା ଏହାଛଡା ଗାଁକୁ ସବୁଦିନିଆ ରାସ୍ତା ଖଣ୍ଡେ ନାହିଁ, ଦୀର୍ଘ ଦିନରୁ ଏହିଭଳି ବିଭିନ୍ନ ସମସ୍ୟା ଲାଗିରହିଛି ତଥାପି ସ୍ଥାନୀୟ ଜନପ୍ରତିନିଧି କିମ୍ବା ପ୍ରଶାସନ କଣ କରୁଛନ୍ତି ବୋଲି ଆଲୋଚନା ହେଉଥିବା ଦେଖାଦେଇଛି। ତେବେ ଆଉ କେତୋଟି ରାଜନୈତିକ ଦଳ ଆସିବେ କେବେ ଗାଁର ସମସ୍ୟା ସମାଧାନ ହେବ ଆଉ କେତେ ବର୍ଷ ପରେ ଏହି ଗାଁର ସମସ୍ୟା ଦୂର ହେବ ସେନେଇ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଥିବା କୁହାଯାଉଛି। ଗାଁର ଏଭଳି ସ୍ଥିତି ସୁଧୂରିବା ପାଇଁ ପ୍ରଶାସନ ପକ୍ଷରୁ ପକ୍କା ରାସ୍ତା, ପାନୀୟ ଜଳ ସୁବିଧା, ରାସ୍ତାଘାଟ ନିର୍ମାଣ ଭଳି ମୌଳିକ ସୁବିଧା ଆବଶ୍ୟକତା ତୁରନ୍ତ ପୂରଣ କରିବା ଜରୁରୀ ରହିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ରାୟଗଡ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାର ଉନ୍ନତି ପାଇଁ ସଂଘର୍ଷ ଜାରି ରଖିଛି ରାୟଗଡ ଜିଲ୍ଲା ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ

Sunil Chandra Nayak

ଏମ୍ ଏସ ଏସ ବି ଏମ ହାତୀଓଟ ରେ ରକ୍ଷା ବନ୍ଧନ ଉତ୍ସବ ଏବଂ ପରିବେଶ ସୁରକ୍ଷା ସଂକଳ୍ପ କାର୍ଯ୍ୟକ୍ରମ

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଭିନ୍ନକ୍ଷମ ଦିବସ ପାଳନ

masiha

Leave a Comment

error: Content is protected !!